ETV Bharat / sports

ଇଂଲଣ୍ଡ ଓପନର ଜାକ କ୍ରାୱଲେ ଆହତ, ଚେନ୍ନାଇ ଟେଷ୍ଟରୁ ବାହାର

author img

By

Published : Feb 4, 2021, 6:18 PM IST

ଇଂଲଣ୍ଡ ଓପନର ବ୍ୟାଟ୍ସମ୍ୟାନ ଜାକ କ୍ରାୱଲେ ଆହତ । ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍‌ । ଅଧିକ ପଢନ୍ତୁ...

Ind vs Eng: Crawley ruled out of first two Tests due to wrist injury
ଇଂଲଣ୍ଡ ଓପନର ଜାକ କ୍ରାୱଲେ ଆହତ, ଚେନ୍ନାଇ ଟେଷ୍ଟରୁ ବାହାର

ଚେନ୍ନାଇ: ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭ୍ରମଣକାରୀ ଇଂଲଣ୍ଡକୁ ବଡ ଝଟକା । ଓପନର ଜାକ କ୍ରାୱଲେ ଆହତ କାରଣରୁ ପ୍ରଥମ ଦୁଇଟି ଟେଷ୍ଟରୁ ବାହାର ହୋଇଛନ୍ତି । କ୍ରାୱଲେଙ୍କ ଡାହାଣ ହାତରେ ଆଘାତ ପରେ ବାଦ ପଡିଛନ୍ତି । ଏନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଗତରାତିରେ କ୍ରାୱଲେଙ୍କ ସ୍କାନ କରାଯାଇଥିଲା ଓ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ଇସିବି ପକ୍ଷରୁ କୁହାଯାଇଛି ।

ଗୁରୁବାର ଚେନ୍ନାଇରେ ଅଭ୍ୟାସ ପାଇଁ ପଡିଆକୁ ଡ୍ରେସିଂ ରୁମ୍‌ରୁ ଆସୁଥିବାବେଳେ ମାର୍ବଲ ଚଟାଣରେ ପଡିଯାଇଥିଲେ । ପରେ ଇଂଲଣ୍ଡ ମେଡିକାଲ ଟିମ ଆସନ୍ତା କିଛି ସପ୍ତାହ ମଧ୍ୟରେ ସୁସ୍ଥ କରିବାକୁ ଲାଗି ପଡିଛନ୍ତି ।

4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ପରେ ତୃତୀୟ ଓ ଚତୁର୍ଥ ଟେଷ୍ଟ ଅହମ୍ମଦାବାଦରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.