ETV Bharat / sports

ଚେନ୍ନାଇ 2ୟ ଟେଷ୍ଟ: ଲଞ୍ଚ ବ୍ରେକ ସୁଦ୍ଧା ଭାରତ 106/3

author img

By

Published : Feb 13, 2021, 12:43 PM IST

ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ଟେଷ୍ଟ ସିରିଜର 2ୟ ଟେଷ୍ଟ ମ୍ୟାଚ । ପ୍ରଥମେ ଟସ୍‌ ଜିତି ଭାରତ ବ୍ୟାଟିଂ ଜାରି ରଖିଛି । ତେବେ ଲଞ୍ଚ ବ୍ରେକ ସୁଦ୍ଧା ଭାରତୀୟ ଦଳ 3ଓ୍ବିକେଟ ହରାଇ 106ରନ୍‌ ସଂଗ୍ରହ କରିଛି ।

ଚେନ୍ନାଇ 2ୟ ଟେଷ୍ଟ: ଲଞ୍ଚ ବ୍ରେକ ସୁଦ୍ଧା ଭାରତ 106/3
ଚେନ୍ନାଇ 2ୟ ଟେଷ୍ଟ: ଲଞ୍ଚ ବ୍ରେକ ସୁଦ୍ଧା ଭାରତ 106/3

ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ଟେଷ୍ଟ ସିରିଜର 2ୟ ଟେଷ୍ଟ ମ୍ୟାଚ । ପ୍ରଥମେ ଟସ୍‌ ଜିତି ଭାରତ ବ୍ୟାଟିଂ ଜାରି ରଖିଛି । ଓପନର ଶୁଭମନ ଗିଲ 0ରେ ଆଉଟ୍‌ ହେବା ସହ ଅଧିନାୟକ ବିରାଟ କୋହଲି ବି ବିନା ଖାତା ଖୋଲି ଆଉଟ୍‌ ହୋଇଯାଇଛନ୍ତି । ତେବେ ଲଞ୍ଚ ବ୍ରେକ ସୁଦ୍ଧା ଭାରତୀୟ ଦଳ 3ଓ୍ବିକେଟ ହରାଇ 106ରନ୍‌ ସଂଗ୍ରହ କରିଛି ।

ଶୁଭମନ ଆଉଟ୍‌ ହେବା ପରେ ଅନୁଭବୀ ଓପନର ରୋହିତ ଶର୍ମା ଓ ଚେତେଶ୍ବର ପୂଜାରା 85ରନ୍‌ର ପାର୍ଟନରସିପ୍‌ ଇଂନିସ ଖେଳିଥିଲେ । ଏହାପରେ ପୂଜାରା 21ରନ୍‌ କରି ଜ୍ୟାକଙ୍କ ବଲ୍‌ରେ କ୍ୟାଚ ଆଉଟ୍‌ ହୋଇଥିଲେ ।

ପ୍ରଥମ ଟେଷ୍ଟ ମ୍ୟାଚରେ ବ୍ୟାଟିଂରେ ବିଫଳ ହୋଇଥିବା ରୋହିତ ଶର୍ମା ଆଜି 47ବଲ୍‌ରେ ଅର୍ଦ୍ଧଶତକ ଇଂନିସ ଖେଳିଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିୟରର 12ତମ ଅର୍ଦ୍ଧଶତକ ଇଂନିସ ।

ଲଞ୍ଚବ୍ରେକ ବେଳକୁ ରୋହିତ 80 ଓ ରାହାଣେ 5ରନ୍‌ କରି କ୍ରିଜରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.