ETV Bharat / sports

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ: ବର୍ଷ ଶେଷରେ ଶୀର୍ଷରେ ଭାରତ

author img

By

Published : Dec 30, 2019, 7:48 AM IST

ବର୍ଷ ଶେଷରେ ଆଇସିସି ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଭାରତ । ଖେଳିଥିବା ସମସ୍ତ 7ଟି ମ୍ୟାଚରେ ବିଜୟୀ ହୋଇ, ମୋଟ 360 ପଏଣ୍ଟ ସହ 9ଟି ଆଇିସିସି ଟେଷ୍ଟ ଦେଶ ମଧ୍ୟରେ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହିଛି । ଅଧିକ ପଢନ୍ତୁ...

ICC world Test Championship
ବର୍ଷ ଶେଷରେ ଶୀର୍ଷରେ ଭାରତ

ହାଇଦ୍ରାବାଦ: ବର୍ଷ ଶେଷରେ ଆଇସିସି ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଭାରତ । ଖେଳିଥିବା ସମସ୍ତ 7ଟି ମ୍ୟାଚରେ ବିଜୟୀ ହୋଇଛି ବିରାଟ ବାହୀନି । ମୋଟ 360 ପଏଣ୍ଟ ସହ 9ଟି ଆଇିସିସି ଟେଷ୍ଟ ଦେଶ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ଟିମ ଇଣ୍ଡିଆ ।

ICC world Test Championship
ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ତାଲିକା

ଅଷ୍ଟ୍ରେଲିଆ ସର୍ବାଧିକ 9ଟି ମ୍ୟାଚ ଖେଳିଛି । ସେଥିମଧ୍ୟରୁ ଗୋଟିଏ ଡ୍ର ଓ 2ଟିରେ ପରାଜିତ ହୋଇଛି । ଫଳରେ 6ଟି ମ୍ୟାଚରୁ 256 ପଏଣ୍ଟ ସହ ତାଲିକାର 2ୟ ସ୍ଥାନରେ ରହିଛି । ପାକିସ୍ତାନ 4ଟି ମ୍ୟାଚରୁ ଗୋଟିଏ ବିଜୟ ଓ 2 ପରାଜୟ ସହ 3ୟ ସ୍ଥାନରେ ରହିଛି ।

ତେବେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ହରାଇ ଟେଷ୍ଟ ଚମ୍ପିଆନସିପର ପ୍ରଥମ ବିଜୟ ହାସଲ କରିଛି । ଏଥିସହିତ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଅନ୍ତର୍ଗତ ଖେଳିଥିବା 4ଟି ଟେଷ୍ଟରୁ ଗୋଟିଏ ବିଜୟ ସହ ତାଲିକାର 7ମରେ ରହିଛି । ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ 2ଟି ଲେଖାଏଁ ମ୍ୟାଚ ଭାରତ ବିିପକ୍ଷରେ ଖେଳି ପରାଜିତ ହୋଇଛନ୍ତି । ଫଳରେ ଉଭୟ ଟିମ ପଏଣ୍ଟ ଶୂନ୍ୟ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.