ETV Bharat / sports

ଅଭ୍ୟାସକୁ ଫେରିଲେ ଇଂଲଣ୍ଡ ସ୍ପିଡଷ୍ଟାର ଜେମ୍ସ ଆଣ୍ଡରସନ

author img

By

Published : May 26, 2020, 12:52 PM IST

ଦୀର୍ଘ ଦିନ ପରେ ଅଭ୍ୟାସକୁ ଫେରିଲେ ଇଂଲଣ୍ଡର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ । ଅଭ୍ୟାସକୁ ଫେରିବା ପରେ, ବହୁତ ଖୁସି ବୋଲି କହିଛନ୍ତି ଆଣ୍ଡରସନ ।

Enjoying being back: James Anderson on return to training
ଅଭ୍ୟାସକୁ ଫେରିଲେ ଇଂଲଣ୍ଡ ସ୍ପିଡଷ୍ଟାର ଜେମ୍ସ ଆଣ୍ଡରସନ

ମାଞ୍ଚେଷ୍ଟର: ଦୀର୍ଘ ଦିନ ପରେ ଅଭ୍ୟାସକୁ ଫେରିଲେ ଇଂଲଣ୍ଡର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ । ଅଭ୍ୟାସକୁ ଫେରିବା ପରେ, ବହୁତ ଖୁସି ବୋଲି କହିଛନ୍ତି ଆଣ୍ଡରସନ । ଏଥିସହିତ ଅଭ୍ୟାସ ବେଳର ଫଟୋ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି ।

Enjoying being back: James Anderson on return to training
ଅଭ୍ୟାସକୁ ଫେରିଲେ ଇଂଲଣ୍ଡ ସ୍ପିଡଷ୍ଟାର ଜେମ୍ସ ଆଣ୍ଡରସନ

ଆଣ୍ଡରସନଙ୍କ ପୂର୍ବରୁ ଅନ୍ୟତମ ଇଂଲଣ୍ଡ ସ୍ପିଡଷ୍ଟାର ଷ୍ଟୁଆର୍ଟ ବ୍ରଡ, କ୍ରିସ ୱର୍କ୍ସ ଓ ବେନ ଷ୍ଟୋକ୍ସ ଗତ ସପ୍ତାହରେ ଅଭ୍ୟାସ ଆରମ୍ଭ କରିଛନ୍ତି ।

ବିଶ୍ବ କ୍ରିକେଟରେ 37 ବର୍ଷିୟ ଜେମ୍ସ ଆଣ୍ଡରସନ କ୍ରିକେଟର ଲମ୍ବା ଫର୍ମାଟର ଅନ୍ୟତମ ଶ୍ରେଷ୍ଠ ବୋଲର । 151ଟି ଟେଷ୍ଟରୁ 584 ଟେଷ୍ଟ ୱିକେଟ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ୱିକେଟ ହାସଲକାରୀ ବୋଲର ତାଲିକାର 4ର୍ଥରେ ରହିଛନ୍ତି ଆଣ୍ଡରସନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.