ETV Bharat / sports

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷଣା

author img

By

Published : Mar 21, 2021, 6:11 PM IST

କହୁଣୀରେ ଆଘାତ ଯୋଗୁଁ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଦିନିକିଆ ସ୍କ୍ବାଡରୁ ବାଦ୍‌ ।

England name squad for ODI series against India, Archer returns home
ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷଣା

ହାଇଦ୍ରାବାଦ: ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ 14 ଜଣିଆ ଇଂଲଣ୍ଡ ଦଳ ଘୋଷଣା । ରବିବାର ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ସ୍କ୍ବାଡ ଘୋଷଣା କରିଛି ।

ଜେକ ବଲ୍‌, କ୍ରିସ ଜୋର୍ଡାନ ଓ ଡେୱିଡ ମଲାନ ଅତିରିକ୍ତ ଖେଳାଳି ଭାବେ ସ୍କ୍ବାଡ ସହ ଯାତ୍ରା କରିବେ । ଏହି ସମସ୍ତ ଖେଳାଳି ଅହମ୍ମଦାବାଦରେ ଟି20 ସିରିଜରେ ଇଂଲଣ୍ଡ ଦଳରେ ରହିଥିଲେ ।

England name squad for ODI series against India, Archer returns home
ଇଂଲଣ୍ଡ ଟିମ

ଅନ୍ୟପଟେ କହୁଣୀରେ ଆଘାତ ଯୋଗୁଁ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଦିନିକିଆ ସ୍କ୍ବାଡରୁ ବାଦ୍‌ ପଡିଛନ୍ତି । ସୂଚନା ଅନୁଯାୟୀ ଖୁବଶୀଘ୍ର ସେ ୟୁକେ ଫେରିଯିବେ ।

  • BREAKING NEWS: We have named a 14-person squad for our three-match ODI series against India! 🏴󠁧󠁢󠁥󠁮󠁧󠁿🇮🇳#INDvENG

    — England Cricket (@englandcricket) March 21, 2021 " class="align-text-top noRightClick twitterSection" data=" ">

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଇଂଲଣ୍ଡ ଟିମ: ଇଆନ ମୋର୍ଗାନ(କ୍ୟାପଟେନ), ମୋଇଲ ଅଲୀ, ଜନ୍ନି ବେୟାରଷ୍ଟୋ, ସାମ ବିଲିଙ୍ଗ୍‌ସ, ଜସ ବଟଲର, ସାମ କରନ, ଟମ କରନ, ଲିଆମ ଲିଭିଂଷ୍ଟୋନ, ମାଟ୍‌ ପାର୍କିନସନ, ଆଦିଲ ରସିଦ, ଜେସନ ରୟ, ବେନ ଷ୍ଟୋକ୍ସ, ରିସ ଟପଲେ, ମାର୍କ ଉଡ ।

ମାର୍ଚ୍ଚ 23, 26 ଓ 28ରେ ଦିନିକିଆ ସିରିଜର 3ଟି ମ୍ୟାଚ ପୁଣେରେ ଖେଳାଯିବ । ଟେଷ୍ଟ ଓ ଟି20 ସିରିଜ ଜିତିସାରିବା ପରେ ଦିନିକିଆ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.