ETV Bharat / sports

ଆଇସିସି ଟେଷ୍ଟ ଚମ୍ପିଆନସିପର 3ୟ ସ୍ଥାନରେ ଇଂଲଣ୍ଡ

author img

By

Published : Jul 29, 2020, 12:44 AM IST

ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ସିରିଜ ବିଜୟ ପରେ, ଆଇସିସି ଟେଷ୍ଟ ଚମ୍ପିଆନସିପର ତୃତୀୟ ସ୍ଥାନରେ ପହଞ୍ଚିଛି ଇଂଲଣ୍ଡ । ୱେଷ୍ଟଇଣ୍ଡିଜକୁ 2-1ରେ ହରାଇ ୱିସଡେନ ସିରିଜ ବିଜୟୀ ହୋଇଛି ଇଂଲଣ୍ଡ ।

England jumps to 3rd position in ICC World Test Championship
ଆଇସିସି ଟେଷ୍ଟ ଚମ୍ପିଆନସିପର 3ୟ ସ୍ଥାନରେ ଇଂଲଣ୍ଡ

ଦୁବାଇ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ସିରିଜ ବିଜୟ ପରେ, ଆଇସିସି ଟେଷ୍ଟ ଚମ୍ପିଆନସିପର ତୃତୀୟ ସ୍ଥାନରେ ପହଞ୍ଚିଛି ଇଂଲଣ୍ଡ । ୱେଷ୍ଟଇଣ୍ଡିଜକୁ 2-1ରେ ହରାଇ ୱିସଡେନ ସିରିଜ ବିଜୟୀ ହୋଇଛି ଇଂଲଣ୍ଡ ।

360 ପଏଣ୍ଟ ସହ ଆଇସିସି ଟେଷ୍ଟ ଚମ୍ପିଆନସିପର ପ୍ରଥମ ସ୍ଥାନରେ ରହିଛି ଭାରତ । ଅଷ୍ଟ୍ରେଲିଆ 296 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ 226 ପଏଣ୍ଟ ସହ ତୃତୀୟ ସ୍ଥାନରେ ପହଞ୍ଚିଛି । ଅନ୍ୟପଟେ ୱେଷ୍ଟଇଣ୍ଡିଜ 40 ପଏଣ୍ଟ ସହ ସପ୍ତମ ସ୍ଥାନରେ ଅପରିବର୍ତ୍ତିତ ରହିଛି । ଇଣ୍ଡିଜ ବିପକ୍ଷ ସିରିଜ ପୂର୍ବରୁ 146 ପଏଣ୍ଟ ସହ ଇଂଲଣ୍ଡ 4ର୍ଥ ସ୍ଥାନରେ ରହିଥିଲା ।

ଅଭିଜ୍ଞ ପେସର ଷ୍ଟୁଆର୍ଟ ବ୍ରଡଙ୍କ ଘାତକ ବି ଧରାଶାୟୀ ହୋଇଥିଲା ଭ୍ରମଣକାରୀ ଇଣ୍ଡିଜ । ଫଳରେ ବର୍ଷା ବାଧକ ସତ୍ତ୍ବେ, 3ୟ ଟେଷ୍ଟରେ 269 ରନର ବଡ ବ୍ୟବଧାନରେ ବିଜୟୀ ହୋଇଛି ଇଂଲଣ୍ଡ । ମୋଟ 10 ୱିକେଟ ସହ ଟେଷ୍ଟ କ୍ରିକେଟରେ ଆଣ୍ଡରସନଙ୍କ ପରେ ଦ୍ବିତୀୟ ଇଂଲିସ ବୋଲର ଭାବେ 500 ୱିକେଟ ପୂରଣ କରିଥିଲେ । ଏଥିସହିତ ବର୍ଷ 2013 ପରଠାରୁ ଏହା ବ୍ରଡଙ୍କ ପ୍ରଥମ 10 ୱିକେଟ ହାସଲ ।

ବ୍ୟାଟରେ ମଧ୍ୟ କମାଲ କରିଥିଲେ ବ୍ରଡ । ପ୍ରଥମ ଇଂନିସରେ 67 ରନର ଉପଯୋଗୀ ଇଂନିସ ସହ ଇଂଲଣ୍ଡକୁ ପ୍ରଥମ ଇଂନିସରେ ଅଗ୍ରଣୀ କରିଥିଲେ । ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଟଲରଙ୍କ ସହ ମିଶି ଇଣ୍ଡିଜ ବୋଲରଙ୍କୁ ପ୍ରଭାବଶୂନ୍ୟ ସାବ୍ୟସ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.