ETV Bharat / sports

ଇଂଲଣ୍ଡ-ଇଣ୍ଡିଜ ପ୍ରଥମ ଟେଷ୍ଟ: ତୃତୀୟ ଦିନ ଖେଳ ସମାପ୍ତ, ଇଂଲଣ୍ଡର ବ୍ୟାଟିଂ ଜାରି

author img

By

Published : Jul 11, 2020, 1:11 AM IST

ଇଂଲଣ୍ଡ-ଇଣ୍ଡିଜ ପ୍ରଥମ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦ୍ବିତୀୟ ଇଂନିସ ଆରମ୍ଭ କରି 15 ରନ ସ୍କୋର କରିଛି । 318 ରନରେ 114 ରନ ଲିଡ ସହ ଅଲଆଉଟ ହୋଇଛି ଭ୍ରମଣକାରୀ ୱେଷ୍ଟ ଇଣ୍ଡିଜ । ଅଧିକ ପଢ଼ନ୍ତୁ...

Eng vs WI day 3, Burns Sibley hold on, Windies take 114-run lead, ଇଂଲଣ୍ଡ-ଇଣ୍ଡିଜ ପ୍ରଥମ ଟେଷ୍ଟ, ତୃତୀୟ ଦିନ ଖେଳ ସମାପ୍ତ, ଇଂଲଣ୍ଡର ବ୍ୟାଟିଂ ଜାରି
ତୃତୀୟ ଦିନ ଖେଳ ସମାପ୍ତ, ଇଂଲଣ୍ଡର ବ୍ୟାଟିଂ ଜାରି

ସାଉଥମ୍ପଟନ: ଏଜେସ ବୋଲ ଠାରେ ଚାଲିଥିବା ଇଂଲଣ୍ଡ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନ ଖେଳ ସମାପ୍ତ ହୋଇଛି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ତାର ଦ୍ବିତୀୟ ଇନିଂସରେ 15-0 ରନ କରି ବ୍ୟାଟିଂ ଜାରି ରଖିଛି ।

ଶୁକ୍ରବାର ଦିନ ଆରମ୍ଭରେ ଇଣ୍ଡିଜ ଦଳ ଭଲ ଆରମ୍ଭ କରିଥିଲା ଓ 114 ରନ ଲିଡ ନେଇ 318 ରନରେ ଅଲଆଉଟ ହୋଇଥିଲା । ତେବେ ଇଂଲଣ୍ଡ ପକ୍ଷରୁ ଷ୍ଟାଣ୍ଡ-ଇନ ଅଧିନାୟକ ବେନ ଷ୍ଟୋକ୍ସ ଚମତ୍କାର ପ୍ରଦର୍ଶନ କରି 49 ରନ ଦେଇ 4 ୱିକେଟ ହାତେଇଥିଲେ । ୱେଷ୍ଟ ଇଣ୍ଡିଜ ପକ୍ଷରୁ ବ୍ରାଥୱାଇଟ୍‌ ଓ ଡୋରିଚ ଯଥାକ୍ରମେ 65 ଓ 61 ରନ କରିଥିଲେ । ଶନିବାର ଚତୁର୍ଥ ଦିନ ଆରମ୍ଭରେ ଇଂଲଣ୍ଡ 15 ରନରୁ ଏହାର ବ୍ୟାଟିଂ ଜାରି ରଖିବ । କ୍ରିଜରେ ଇଂଲଣ୍ଡର ଦୁଇ ଓପନର ରୋରି ବର୍ନ୍ସ ଓ ଡୋମନିକ ସିବଲି ରହିଛନ୍ତି ।

ୱେଷ୍ଟଇଣ୍ଡିଜ ତୃତୀୟ ଦିନ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ରୋଷ୍ଟନ ଚେଜ୍ ଏବଂ ସଚିନ ଡୋରିଚ ସେମାନଙ୍କ ଦଳକୁ ଆଗେଇ ନେଇଥିଲେ। ଏହାପରେ ୱେଷ୍ଟଇଣ୍ଡିଜ ଅଧିନାୟକ ଜେସନ ହୋଲ୍ଡର ଡୋରିଚଙ୍କ ସହ ଯୋଗ ଦେଇଥିଲେ କିନ୍ତୁ ମାତ୍ର 5 ରନ କରି ସେ ବେନ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ ।

ଚାରି ୱିକେଟ୍ ଅକ୍ତିଆର କରିବା ପାଇଁ ଡୋରିଚଙ୍କୁ ଆଉଟ କରିବା ପୂର୍ବରୁ ଷ୍ଟୋକ୍ସ ଅଲଜାରି ଜୋସେଫଙ୍କୁ 12 ଟି ବଲରୁ 18 ରନ କରିବା ପରେ ଆଉଟ କରିଥିଲେ।

ତୃତୀୟ ଅଧିବେଶନ ଦ୍ବିତୀୟ ଅପେକ୍ଷା ଇଂଲଣ୍ଡ ପାଇଁ ଅଧିକ ଫଳପ୍ରଦ ହେଲା, ଯାହା ମୁଖ୍ୟତଃ ଚେଜ ଏବଂ ଡୋରିଚ୍ ଦ୍ବାରା ପରିଚାଳିତ ହୋଇଥିଲା ।

ସ୍କୋର

ଇଂଲଣ୍ଡ- 204 ଓ 15/0 (ରୋରି ବର୍ନ୍ସ 10 (ଅପରାଜିତ), ଡୋମ ସିବଲି 5 (ଅପରାଜିତ) । ୱେଷ୍ଟ ଇଣ୍ଡିଜ 318 (କ୍ରିଆଗ ବ୍ରାଥୱାଇଟ 65, ଶେନ ଡୋରିଚ 61, ବେନ ଷ୍ଟୋକ୍ସ 4/49)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.