ETV Bharat / sports

IPL: ଦିଲ୍ଲୀ କ୍ୟାପିଟଲ୍ସରେ ଓ୍ବକ୍ସଙ୍କ ସ୍ଥାନରେ ଏନରିଚଙ୍କୁ ମିଳିଲା ସ୍ଥାନ

author img

By

Published : Aug 18, 2020, 4:59 PM IST

ଦିଲ୍ଲୀ କ୍ୟାପିଟାଲ୍ସ ଇଂଲଣ୍ଡର ଅଲରାଉଣ୍ଡର କ୍ରିସ ଓ୍ବୋକ୍ସଙ୍କ ସ୍ଥାନରେ ଦ.ଆଫ୍ରିକାର ଦ୍ରୁତତମ ବୋଲର ଏନରିଚ ନୋର୍ଟଜଙ୍କୁ ସାମିଲ କରିଛି । ଓ୍ବୋକ୍ସ ଇଂଲଣ୍ଡର କାଉଣ୍ଚି ଟିମରେ ଖେଳିବା ପାଇଁ ଆଇପିଏଲକୁ ବାଏ ବାଏ କହିଛନ୍ତି ।

IPL
IPL: ଦିଲ୍ଲୀ କ୍ୟାପିଟଲ୍ସ ଟିମରେ ଓ୍ବକ୍ସଙ୍କ ସ୍ଥାନରେ ଏନରିଚଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଇଂଲଣ୍ଡର ଅଲରାଉଣ୍ଡର କ୍ରିସ ଓ୍ବୋକ୍ସଙ୍କ ସ୍ଥାନରେ ଦ.ଆଫ୍ରିକାର ଦ୍ରୁତତମ ବୋଲର ଏନରିଚ ନୋର୍ଟଜଙ୍କୁ ସାମିଲ କରିଛି । ଓ୍ବୋକ୍ସ ଇଂଲଣ୍ଡର କାଉଣ୍ଚି ଟିମରେ ଖେଳିବା ପାଇଁ ଆଇପିଏଲକୁ ବାଏ ବାଏ କହିଛନ୍ତି । ସୂଚନାଥାଉକି, ଏନରିଚ ନୋର୍ଟଜ 2019ରେ ଆଇପିଏଲରେ ପଦାର୍ପଣ କରିଥିଲେ । କିନ୍ତୁ ତାଙ୍କର କାନ୍ଧରେ ଆହାତ ଲାଗିଥିବାରୁ କେକେଆର ପାଇଁ ଖେଳି ପାରି ନଥିଲେ ।

ତେବେ ନୋର୍ଟଜ ଟିମରେ ସାମିଲ ହେବା ପରେ ଖୁସି ଜାହିର କରିଛନ୍ତି । ସେ କହିଛନ୍ଥି ଯେ, ଦିଲ୍ଲୀ ଟିମ ସହ ସାମିଲ ହୋଇ ଖୁସି ଅଛି । ଏହା ମୋ ପାଇଁ ଏକ ଭଲ ଅନୁଭବ ହେବ ।

ସୂଚନାଥାଉକି, 26 ବର୍ଷୀୟ ନୋର୍ଟଜ ଗତବର୍ଷ ଟେଷ୍ଟ ମ୍ୟାଚରେ ଭାରତ ବିପକ୍ଷରେ ଟେଷ୍ଟ କ୍ରିକେଟରେ ନିଜର ଡେବ୍ୟୁ ମ୍ୟାଚ ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.