ETV Bharat / sports

କୋରୋନା ଭାଇରସ: ପାଣ୍ଠି ଯୋଗାଡ ପାଇଁ ମାରାଥନ ଦୌଡିଲେ ବେନ ଷ୍ଟୋକ୍ସ

author img

By

Published : May 5, 2020, 2:23 PM IST

ମହାମାରୀ କୋରୋନା ଲଢେଇରେ ସାମିଲ ହୋଇଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ । କୋରୋନା ସହାୟତା ପାଇଁ ପାଣ୍ଠି ଯୋଗାଡରେ ଲାଗିଛନ୍ତି ଇଂଲଣ୍ଡର ଏହି ଷ୍ଟାର କ୍ରିକେଟର ।

COVID-19: Ben Stokes to run half marathon to raise funds for NHS
କୋରୋନା ଭାଇରସ: ପାଣ୍ଠି ଯୋଗାଡ ପାଇଁ ମାରାଥନ ଦୌଡିଲେ ବେନ ଷ୍ଟୋକ୍ସ

ନୂଆଦିଲ୍ଲୀ: ମହାମାରୀ କୋରୋନା ଲଢେଇରେ ସାମିଲ ହୋଇଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ । କୋରୋନା ସହାୟତା ପାଇଁ ପାଣ୍ଠି ଯୋଗାଡରେ ଲାଗିଛନ୍ତି ଇଂଲଣ୍ଡର ଏହି ଷ୍ଟାର କ୍ରିକେଟର ।

ଆଜି(ମଙ୍ଗଳବାର) ନ୍ୟାସନାଲ ହେଲଥ ସର୍ଭିସ(NHS)ଚାରିଟି ଓ ନ୍ୟାସନାଲ ଶିଶୁ କ୍ରିକେଟ ଚାରିଟି ପାଇଁ ଏକ ହାଫ୍ ମାରାଥନରେ ଅଶଂଗ୍ରହଣ କରିଛନ୍ତି ବେନ ଷ୍ଟୋକ୍ସ । ଏହି ମାରାଥନ ତାଙ୍କର ପ୍ରଥମ ବୋଲି କହିଛନ୍ତି 28ବର୍ଷିୟ ଷ୍ଟୋକ୍ସ । ଘରଠାରୁ ପ୍ରାୟ 8 କିଲୋମିଟର ପର୍ଯ୍ୟନ୍ତ ଏହି ମାରାଥନରେ ଦୌଡିଛନ୍ତି ବେନ ଷ୍ଟୋକ୍ସ ।

2019 କ୍ରିକେଟ ବିଶ୍ବକପରେ ଇଂଲଣ୍ଡ ବିଜୟର ହିରୋ ରହିଥିଲେ ବେନ ଷ୍ଟୋକ୍ସ । ଏଥିସହିତ ଅଷ୍ଟ୍ରେଲିଆ ବିପକ୍ଷରେ ଆସେସ ଟେଷ୍ଟରେ ଏକ ସ୍ମରଣୀୟ ଇଂନିସ ଖେଳି ଚର୍ଚ୍ଚାରେ ରହିଥିଲେ । ଚଳିତ ବର୍ଷ ଜାନୁଆରୀରେ ଆଇସିସି କ୍ରିକେଟର ଅଫ ଦ ଇୟର ହୋଇଥିଲେ ଏହି ଇଂଲଣ୍ଡ ଅଲରାଉଣ୍ଡର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.