ETV Bharat / sports

ବିନା ଛେପରେ ବଲ୍ ଚମକାଇ ପାରିବେ ବୋଲର: କ୍ରିସ ୱର୍କ୍ସ

author img

By

Published : May 23, 2020, 3:32 PM IST

କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବଲ ଚମକାଇବାକୁ ଛେପ ଓ ଝାଳର ବ୍ୟବହାରକୁ ବାରଣ କରାଯାଇଛି । ତେବେ ଇଂଲଣ୍ଡ ବୋଲର କ୍ରିସ ୱର୍କ୍ସ ବିନା ଛେପ ବ୍ୟବହାରରେ ବୋଲର ବଲ ଚମକାଇପାରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

Bowlers can shine the ball without saliva: Chris Woakes
ବିନା ଛେପରେ ବଲ୍ ଚମକାଇ ପାରିବେ ବୋଲର: କ୍ରିସ ୱର୍କ୍ସ

ଲଣ୍ଡନ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ କ୍ରିକେଟ ନିୟମରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି । ବୋଲିଂ ବେଳେ ବୋଲର ବଲ ଚମକାଇବାକୁ ଛେପ କିମ୍ବା ଝାଳର ବ୍ୟବହାର କରିଥାନ୍ତି । ମାତ୍ର ସଂକ୍ରମଣ ଭୟ ଥିବାରୁ ଏହାକୁ ଆଇସିସି ପକ୍ଷରୁ ବାରଣ କରାଯାଇଛି ।

ଏହି ନୂଆ ନିୟମକୁ ନେଇ କ୍ରିକେଟରଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ଇଂଲଣ୍ଡ ବୋଲର କ୍ରିସ ୱର୍କ୍ସ ଏହି ନିୟମକୁ ନେଇ ସକରାତ୍ମକ ମତ ରଖିଛନ୍ତି । ୱର୍କ୍ସ କହିଛନ୍ତି ବିନା ଛେପ ବ୍ୟବହାରରେ ବଲ ଚମକାଇପାରିବେ ବୋଲର ।

କୋରୋନା କଟକଣା ମଧ୍ୟରେ କ୍ରିକେଟ ନିୟମକୁ ପାଳନ କରିବାକୁ ହେବ । ବଲ ଚମକାଇବା ପାଇଁ ନିଜ ଟ୍ରାଉଜରରେ ବ୍ୟବହାର କରିପାରିବେ ବୋଲର । ତେବେ ଏଥିପାଇଁ ସାମାନ୍ୟ ଅଧିକ ପରିଶ୍ରମ କରିବାକୁ ପଡିପାରେ ବୋଲି ସେ ସ୍ବୀକାର କରିଛନ୍ତି । ଇଂଲଣ୍ଡ ପିଚରେ ବଲକୁ ଚମକାଇବା ବିନା ମଧ୍ୟ ସୁଇଂ ହୋଇଥାଏ । ସେଥିପାଇଁ ଇଂଲଣ୍ଡରେ ମ୍ୟାଚ ବେଳେ ଏହାର ବିଶେଷ ପ୍ରଭାବ ପଡିବନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.