ETV Bharat / sports

ପ୍ରଥମ ଆସେସ ଟେଷ୍ଟ: ସ୍ମିଥଙ୍କ ଶତକରେ ସୁରକ୍ଷିତ ଅଷ୍ଟ୍ରେଲିଆ, ଟଳିଲା ବ୍ରଡ ବିପଦ

author img

By

Published : Aug 2, 2019, 8:50 AM IST

ପ୍ରଥମ ଆସେସ ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ 284 ରନରେ ଅଲଆଉଟ ହୋଇଯାଇଛି । ଷ୍ଟିଭ ସ୍ଣିଥ 24ତମ ଟେଷ୍ଟ ଶତକ ହାସଲ କରି ଅଷ୍ଟ୍ରେଲିଆର ସ୍କୋରକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ଷ୍ଟୁଆର୍ଟ ବ୍ରଡ 5ଟି ୱିକେଟ ଅକ୍ତିଆର କରିଛନ୍ତି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡର ସ୍କୋର ବିନା ୱିକେଟରେ 10 ରହିଛିି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ବର୍ମିଂଘାମ: ପ୍ରଥମ ଆସେସ ଟେଷ୍ଟରୁ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଆରମ୍ଭ ହୋଇଛି । ପ୍ରଥମ ଦିନରୁ 2 ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି କଡା ମୁକାବିଲା । ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଉଭୟ ବ୍ୟାଟ ଓ ବଲର ସୁନ୍ଦର ଲଢେଇ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ କ୍ଲାସି ସ୍ମିଥଙ୍କ ଶତକ ଓ ଭେଟେରେନ ଷ୍ଟ୍ରୁଆର୍ଟ ବ୍ରଡଙ୍କ 5 ୱିକେଟ ମୁଖ୍ୟ ଘଟଣା ରହିଛି ।

1st Ashes Test
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)


ବିଶ୍ବକପ ବିଜେତା ଇଂଲଣ୍ଡ ପ୍ରଥମ ବଲରୁ ହିଁ ଚମ୍ପିଆନ ଅନ୍ଦାଜରେ ଆକ୍ରମଣ ଆରମ୍ଭ କରିଥିଲା । ଅଷ୍ଟ୍ରେଲିଆର ସ୍କୋର ମାତ୍ର 2 ରନ ଥିବା ବେଳେ, ଓପନର ଡେଭିଡ ୱାର୍ଣ୍ଣର ଆଉଟ ହୋଇ ପାଭିଲିୟନ ଫେରିଥିଲେ । ବ୍ରଡଙ୍କ ଏହାଥିଲା ପ୍ରଥମ ଶୀକାର । ପରେ ସ୍କୋର 17 ଥିବା ବେଳେ କେମରନ ବେନକ୍ରଫ୍ଟଙ୍କୁ ବ୍ରଡ ପାଭିଲିୟନର ରାସ୍ତା ଦେଖାଇଥିଲେ । ଉସମାନ ଖାୱାଜା, ଟ୍ରାଭିସ ହେଡ ଓ ମାଥ୍ୟୁ ୱାଡେଙ୍କୁ କ୍ରିସ ୱର୍କ୍ସ ଆଉଟ କରିଥିଲେ ।

1st Ashes Test
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ଗୋଟିଏ ପଟେ ଗୋଟିଏ କଙ୍ଗାରୁ ଦଳର ବ୍ୟାଟ୍ସମ୍ୟାନ ଆଉଟ ହୋଇ ପାଭିଲୟନ ଫେରୁଥିଲେ । ଲାଗୁଥିଲା ଖୁବ କମ ସ୍କୋରରେ ଅଷ୍ଟ୍ରେଲିଆର ପୁରା ଟିମ ଆଲଆଉଟ ହୋଇଯିବ । ତେବେ ଅଷ୍ଟ୍ରେଲିଆ ପାଇଁ ସଂଙ୍କଟ ମୋଚକ ସାଜିଥିଲେ ଅଭିଜ୍ଞ ସ୍ମିଥ । ଦୀର୍ଘ 16 ମାସ ପରେ ଟେଷ୍ଟ କ୍ରିକେଟ ଖେଳୁଥିବା ସ୍ମିଥ, ପୂର୍ବ ଇଂନିସ ଯେଉଁଠି ଶେଷ କରିଥିଲେ ସେହିଠାରୁ ଆରମ୍ଭ କରିଥିଲେ । 219 ବଲରେ 16 ଚୌକା ଓ 2 ଛକା ସହାୟତାରେ ନିଜର 24ତମ ଟେଷ୍ଟ ଶତକ ହାସଲ କରିଥିଲେ ସ୍ମିଥ । ଏହାସହ ଇଂଲଣ୍ଡରେ ଆସେସ ଟେଷ୍ଟରେ ପ୍ରଥମ ଦିନରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ କରିଥିଲେ । 24ତମ ଶତକ ହାସଲ କରିବାକୁ ସ୍ମିଥ 118 ପାଳି ନେଇଥିଲେ । ଫଳରେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିବାରେ କୋହଲି(123), ସଚିନ ତେନ୍ଦୁଲକର(125), ସୁନିଲ ଗାଭାସ୍କର (128)ଙ୍କୁ ପଛରେ ପକାଇଛନ୍ତି । ତେବେ ଡନ ବ୍ରାଡମ୍ୟାନ 66 ପାଳିରୁ 24ତମ ଶତକ ହାସଲ କରି ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି।

1st Ashes Test
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)


ସ୍ମିଥ ଏକାକି ଲଢି ଅଷ୍ଟ୍ରେଲିଆର ସ୍କୋରକୁ ସମ୍ମାନଜନକ 284 ରନରେ ପହଞ୍ଚାଇଥିଲେ । ତେବେ ଶେଷ ଭାଗରେ ପିଟର ସିଡଲ 44ରନର ଉପଯୋଗୀ ପାଳି ଖେଳି ସ୍ମିଥଙ୍କ ଭରପୁର ସାଥ ଦେଇଥିଲେ । ମାତ୍ର ଶେଷ ୱିକେଟ ଭାବେ ସ୍ମିଥଙ୍କୁ ଆଉଟ କରି ବ୍ରଡ 5 ୱିକେଟ ପୁରା କରିଥିଲେ । ପ୍ରଥମ ଦିନର ଖେଳି ଶେଷ ସୁଦ୍ଧା ଇଂଲଣ୍ଡର ସ୍କୋର ବିନା ୱିକେଟେରେ 10 ରନ ରହିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.