ETV Bharat / sports

ବିଶ୍ବକପ 2023 ଫାଇନାଲ: ପ୍ରୟାସ କରିଥିଲୁ ହେଲେ 20ରୁ 30 ରନ୍ କମ ପଡିଗଲା କହିଲେ ରୋହିତ

author img

By ETV Bharat Odisha Team

Published : Nov 20, 2023, 10:02 AM IST

ବିଶ୍ବକପ ପରାଜୟ ପରେ ପ୍ରତିକ୍ରିୟା ରଖି କଣ କହିଲେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

world cup 2023 final
Rohit Sharma reaction after world cup 2023 final

ଅହମ୍ମଦାବାଦ: ବିଶ୍ବକପ ଫାଇନାଲରେ ପରାସ୍ତ ହେବା ପରେ ଭାରତର ତୃତୀୟ ଟାଇଟଲ ହାତେଇବା ସ୍ବପ୍ନ ଚୁରମାର ହୋଇଛି । ଅଷ୍ଟ୍ରେଲିଆଠୁ ବିଶ୍ବକପ ଫାଇନାଲ ପରାଜିତ ହେବାପରେ ଅଧିନାୟକ ରୋହିତ ଶର୍ମାଙ୍କଠୁ ନେଇ କୋହଲି, ସିରାଜ ସମସ୍ତେ ଭାବବିହ୍ବଳ ହୋଇପଡିଥିଲେ । ଆରମ୍ଭରୁ ଆଧିପତ୍ୟ ବିସ୍ତାର କରି ଲିଗରୁ ନେଇ ସେମି ଫାଇନାଲରେ ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆର ସ୍ବପ୍ନ ଚୁରମାର ହୋଇଛି । ମ୍ୟାଚ ପରେ ପ୍ରତିକ୍ରିୟା ରଖି ଅଧିୟନାକ ରୋହିତ ଶର୍ମା କହିଛନ୍ତି ସବୁ ପ୍ରାୟାସ କରିଥିଲୁ ହେଲେ ଫଳାଫଳ ଆମ ସପକ୍ଷରେ ନଥିଲା ।

ଏହା ବି ପଢନ୍ତୁ...ବିଶ୍ବକପ 2023: ବ୍ୟାଟିଂରେ ବିରାଟ ଶ୍ରେଷ୍ଠ, ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ

ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା କହିଛନ୍ତି, "ସବୁ ପ୍ରୟାସ କରିଥିଲୁ ହେଲେ ଫଳାଫଳ ଆମ ସପକ୍ଷରେ ଗଲା ନାହିଁ । ଆମେ ଜାଣିଛୁ ଆମ ପ୍ରଦର୍ଶନ ସେତେଟା ଭଲ ନଥିଲା । 20ରୁ 30 ରନ୍‌ କମ ପଡ଼ିଗଲା । ତଥାପି ଦଳକୁ ନେଇ ଗର୍ବ ଅନୁଭବ କରୁଛି । ସତ କହିବାକୁ ଗଲେ 20ରୁ 30 ରନ୍‌ ହୋଇଥିଲେ ଦଳୀୟ ସ୍କୋର 270ରୁ 80 ଭିତରେ ହୋଇଥାନ୍ତି ମାତ୍ର ତାହା ହେଲା ନାହିଁ ।"

ସେ ଆହୁରି କହିଛନ୍ତି, ''ଲୋକେଶ ରାହୁଲ ଓ ବିରାଟ କୋହଲି ବ୍ୟାଟିଂ କରୁଥିବାବେଳେ ଦଳୀୟ ସ୍କୋର୍‌ 270ରୁ 280 ହେବ ବୋଲି ଆଶା ରଖିଥିଲୁ ମାତ୍ର ତାହା ହେଲା ନାହିଁ । ନିୟମିତ ୱିକେଟ୍‌ ହରାଇବା ପରେ ଲକ୍ଷ୍ୟ ହାସଲ ହୋଇପାରିନଥିଲା । 240ରନ ବିଜୟ ଲକ୍ଷ୍ୟକୁ ଡିଫେଣ୍ଡ୍‌ କରିବାକୁ ଯାଇ ବୋଲର ଭଲ ଆରମ୍ଭ କରିଥିଲେ । ବିଶେଷ କରି ଆମେ ବ୍ୟାଟିଂରେ ବିଫଳ ହେଲୁ ।''

ଏହା ବି ପଢନ୍ତୁ...ବିଶ୍ବକପ୍‌ ୨୦୨୩: ପୁଣି ଭାଙ୍ଗିଲା କୋଟି ଭାରତୀୟଙ୍କ ସ୍ବପ୍ନ, ଟ୍ରଫି ଛଡ଼ାଇ ନେଲେ ଟ୍ରାଭିସ୍‌ ହେଡ୍‌

ପ୍ରକାଶ ଥାଉ କି, ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ 2023 ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ଭାରତ 240 ରନ କରିଥିଲା । 241ରନ ପିଛା କରି କଙ୍ଗାରୁ ଦଳ 4 ୱିକେଟ ହରାଇ 43 ଓଭରରେ ଟାର୍ଗେଟ ହାସଲ କରି ନେଇଥିଲା । ଷଷ୍ଠ ଥର ପାଇଁ ବିଶ୍ବ ଚମ୍ପିଆନ ହୋଇଥିଲା ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ଟ୍ରେଭିସ ହେଡ ଶତକ ହାସଲ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.