ETV Bharat / sports

କୋଭିଡ-19: ଭାରତକୁ କ୍ରିକେଟ ଅଷ୍ଟ୍ରେଲିଆର 50,000 ଡଲାର ସହାୟତା

author img

By

Published : May 3, 2021, 4:09 PM IST

ପୂର୍ବରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପାଟ୍‌ କମିନ୍ସ ଓ ପୂର୍ବତନ କ୍ରିକେଟର ବ୍ରେଟ ଲି ମହାମାରୀ ବିରୋଧୀ ଲଢେଇରେ ଭାରତକୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

CA pledges 'initial donation' of $50,000 to COVID ravaged India
କୋଭିଡ-19: ଭାରତକୁ କ୍ରିକେଟ ଅଷ୍ଟ୍ରେଲିଆର 50,000 ଡଲାର ସହାୟତା

ମେଲବର୍ଣ୍ଣ: ଭାରତର କୋରୋନା ବିରୋଧି ଲଢେଇରେ ସାମିଲ ହୋଇଛି କ୍ରିକେଟ ଅଷ୍ଟ୍ରେଲିଆ । କୋରୋନାର ଦ୍ବିତୀୟ ଲହର ସଂକଟ ସ୍ଥିତିରେ ରହିଥିବା ଭାରତକୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ 50,000 ଡଲାର ଆର୍ଥିକ ସହାୟତା ରାଶି ଦାନ କରିଛି ।

ପ୍ରାଥମିକ ପର୍ଯ୍ୟାୟରେ ଏହି ରାଶି ପ୍ରଦାନ କରିଥିବାବେଳେ ବୋର୍ଡ, ଅଷ୍ଟ୍ରେଲୀୟ କ୍ରିକେଟର ସଂଘ(ACA) UNICEF ଅଷ୍ଟ୍ରେଲିଆ ସହ ମିଶି ଅଧିକ ଫଣ୍ଡ୍‌ସ ସଂଗ୍ରହ କରୁଛି ।

କୋରୋନାର ଦ୍ବିତୀୟ ଲହରରେ ଭୟଙ୍କର ଭାବେ ପ୍ରଭାବିତ ହୋଇ କଠିନ ସମୟ ଦେଇ ଗତି କରୁଥିବା ଭାରତ ପାଇଁ ଗଭୀର ଭାବେ ଦୁଃଖ ପ୍ରକାଶ କରିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ସମୂହ । ଭାରତ ସହ ଅଷ୍ଟ୍ରେଲିଆର ବନ୍ଧୁତା ଓ ବିଶେଷ ନିବିଡତା ରହିଛି । ଘୋଷଣାନାମାରେ ଏହା କହିଛି କ୍ରିକେଟ ଅଷ୍ଟ୍ରେଲିଆ ।

ପୂର୍ବରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପାଟ୍‌ କମିନ୍ସ ଓ ପୂର୍ବତନ କ୍ରିକେଟର ବ୍ରେଟ ଲି ମହାମାରୀ ବିରୋଧୀ ଲଢେଇରେ ଭାରତକୁ ସହାୟତା ରାଶି ପ୍ରଦାନ କରିଛନ୍ତି ।

ଉଭୟ ଦେଶର କ୍ରିକେଟ ପ୍ରତି ଭଲପାଇବା ଯୋଗୁଁ ବନ୍ଧୁତା ସ୍ବତନ୍ତ୍ର ସ୍ଥାନରେ ରହିଛି । ଅଷ୍ଟ୍ରେଲୀୟ ଓ ଭାରତୀୟଙ୍କ ମଧ୍ୟରେ ସର୍ବଦା ସ୍ବତନ୍ତ୍ର ନିବିଡତା ରହିଛି । ଏହା କହିଛନ୍ତି କ୍ରିକେଟ ଅଷ୍ଟ୍ରେଲିଆ ଅନ୍ତରୀଣ ସିଇଓ ନିକ ହକଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.