ETV Bharat / sports

Border Gavaskar Trophy: ଆଜିଠୁ ପ୍ରଥମ ଟେଷ୍ଟ, ନାଗପୁରରେ ମୁହାଁମୁହିଁ ହେବେ ଭାରତ ଅଷ୍ଟ୍ରେଲିଆ

author img

By

Published : Feb 9, 2023, 7:26 AM IST

ଆଜିଠୁ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି । ନାଗପୁରରେ ଖେଳାଯିବ ପ୍ରଥମ ଟେଷ୍ଟ । ଆଧିପତ୍ୟ ବିସ୍ତାର ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ବର୍ଡର  ଗାଭାସ୍କର ଟ୍ରଫି
Border Gavaskar Trophy test series

ହାଇଦ୍ରାବାଦ: ପଡିଆ ପ୍ରସ୍ତୁତ ପ୍ଲେୟାର ବି ପ୍ରସ୍ତୁତ । ଅପେକ୍ଷା ତ କେବଳ ସମୟକୁ । ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ମୁକାବିଲା । ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ହାଇପ୍ରୋଫାଇଲ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଯାଉଛି । ନାଗପୁରରେ ଆଜି ପ୍ରଥମ ଟେଷ୍ଟ ଖେଳାଯିବ । ଏହି ଟେଷ୍ଟ ସିରିଜ ଉପରେ ସାରା ଦେଶର ନଜର । ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ଏହି ସିରିଜ ଗୁରୁତ୍ବବହନ କରିବ । ପ୍ରଥମ ଟେଷ୍ଟରୁ ଆଧିପତ୍ୟ ବିସ୍ତାର ପାଇଁ ପ୍ରସ୍ତୁତ ରୋହିତବାହିନୀ । ଘରୋଇ ଗ୍ରାଉଣ୍ଡରେ ଟେଷ୍ଟ ସିରିଜରେ ଅପରାଜେୟ ରହିଥିବା ଭାରତ ରାଜୁତି କରିବା ଲକ୍ଷ୍ୟରେ ରହିଛି । ସେପଟେ ଡବ୍ଲ୍ୟୁଟିସି ପଏଣ୍ଟ ତାଲିକାରେ ଶୀର୍ଷରେ ଥିବା ଅଷ୍ଟ୍ରେଲିଆ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛି । 9ଟା 30ରୁ ଆରମ୍ଭ ହେବ ମ୍ୟାଚ ।

  • 𝐓𝐡𝐞 𝐝𝐚𝐲 𝐰𝐞 𝐡𝐚𝐯𝐞 𝐛𝐞𝐞𝐧 𝐰𝐚𝐢𝐭𝐢𝐧𝐠 𝐟𝐨𝐫 𝐚𝐧𝐝 𝐭𝐡𝐞 𝐬𝐞𝐫𝐢𝐞𝐬 𝐰𝐞 𝐡𝐚𝐯𝐞 𝐛𝐞𝐞𝐧 𝐩𝐫𝐞𝐩𝐚𝐫𝐢𝐧𝐠 𝐟𝐨𝐫!

    The Border-Gavaskar Trophy is upon us! Let's get this rolling!#INDvAUS @mastercardindia pic.twitter.com/a8awUcQOqh

    — BCCI (@BCCI) February 8, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Border Gavaskar Trophy: ଟେଷ୍ଟ ଡେବ୍ୟୁ ଅପେକ୍ଷାରେ Sky, ମ୍ୟାଚ ଦେଖିବାକୁ ଆସିବେ ପରିବାର !

ଡେବ୍ୟୁ କରିବେ ସୂର୍ଯ୍ୟକୁମାର: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିପାରେ । ପୂର୍ବ ମ୍ୟାଚରେ ସୂର୍ଯ୍ୟଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଦମଦାର ରହିଛି । ଭାରତକୁ ଯେମିତି ହେଲେ ଏହି ମ୍ୟାଚ ଜିତିବା ଦରକାର । ତେଣୁ ଟିମ ଇଣ୍ଡିଆର ମିଡିଲ ଅର୍ଡର ମଜଭୁତ କରିବା ପାଇଁ ଦଳ ତାଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିପାରେ । ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିନାହାଁନ୍ତି । ହେଲେ ତାଙ୍କର ଦିନିକିଆ ଏବଂ ଟି୨୦ ପ୍ରଦର୍ଶନକୁ ନଜରରେ ରଖି ଏହି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିପାରେ ।

ଫେରିଛନ୍ତି ଜାଡେଜା: ଆହତ ସମସ୍ୟା ପାଇଁ ଦୀର୍ଘ 5 ମାସ ହେବ ଭାରତୀୟ ଟିମରୁ ଦୂରରେ ଥିବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି । ଜାଡେଜାଙ୍କ କମବ୍ୟାକ ଦଳକୁ ଆହୁରି ମଜବୁତ କରିଛି । ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଭାବୀ ସାବ୍ୟସ୍ତ ହୋଇପାରନ୍ତି ।

2014ରେ ଅଷ୍ଟ୍ରେଲିଆ ଶେଷ ଥର ପାଇଁ ଘରୋଇ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ ଜିତିଥିଲା । 2014 ପରେ 3ଟି ଟେଷ୍ଟ ସିରିଜ ହୋଇଛି । ଯେଉଁଥିରେ ଭାରତ କଙ୍ଗାରୁ ପରାସ୍ତ କରିଥିଲା । ଆଜିର ଆରମ୍ଭ ହେବାକୁ ଥିବା ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ଜିତି ଇତିହାସ ରଚିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । 2020-21ରେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତ 2-1ରେ ସିରିଜ ଜିତିଥିଲା । ଟେଷ୍ଟ ସିରିଜରେ ଭାରତ ଉପରେ ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିଛି । ଭାରତ ଓ ଆଷ୍ଟେଲିଆ ମଧ୍ୟରେ ମୋଟ 102ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି । ଭାରତ 30ଟି ଜିତିଥିବା ବେଳେ ଅଷ୍ଟ୍ରେଲିଆ 43ଟି ମ୍ୟାଚରେ ବିଜୟୀ ହୋଇଛି । ଅନ୍ୟ 28ଟି ମ୍ୟାଚ ଡ୍ର ହୋଇଛି ।

ନାଗପୁରର ଏହି ପିଚ ସ୍ପିନରଙ୍କୁ ସୁହାଇବ । 6 ବର୍ଷ ପରେ ଅଷ୍ଟ୍ରେଲିଆ ଭାରତରେ ଟେଷ୍ଟ ଖେଳିବ । 2008 ପରଠୁ ନାଗପୁରରେ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ ଖେଳିନାହିଁ । ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀଙ୍କ ଭଳି ସ୍ପିନରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଭାରତୀୟ ବ୍ୟାଟର ଲୋକେଶ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲଙ୍କ ଉପରେ ନଜର ରହିବ । ସେହିପରି ବିଗତ କିଛି ଦିନ ଦେବ ଫୁଲ ଫର୍ମରେ ଅଛନ୍ତି କିଙ୍କ କୋହଲି । ଆଜି ତାଙ୍କ ରାଜୁତି ଦେଖିବାକୁ ମିିଳିପାରେ ।

ଇଣ୍ଡିଆ ସ୍କ୍ବାଡ୍‌- ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ(ଉପଅଧିନାୟକ), ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, କେଏସ ଭରତ(ୱିକେଟ କିପର), ଇଶାନ କିଶାନ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମ୍ମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନଦକତ, ସୂର୍ଯ୍ୟକୁମାର ଯାଦବ, ୱାସିଂଟନ ସୁନ୍ଦର, ସୌରଭ କୁମାର, ସାଇ କିଶୋର, ରାହୁଲ ଚହର ।

ଅଷ୍ଟ୍ରେଲିଆ ସ୍କ୍ବାଡ୍‌- ପ୍ୟାଟ୍‌ କମିନ୍ସ(ଅଧିନାୟକ), ଏସ୍ଟନ ଏଗର, ସ୍କଟ୍‌ ବୋଲେଣ୍ଡ, ଏଲେକ୍ସ କେରୀ, କ୍ୟାମେରନ ଗ୍ରୀନ, ପିଟର ହେଣ୍ଡସକମ୍ବ, ଜୋଶ ହେଜେଲଉଡ, ତ୍ରାବିଶ ହେଡ, ଉସମାନ ଖ୍ବାଜା, ମାରନସ ଲାବୁଶାନ, ନାଥନ ଲିୟୋନ, ଲାଂସ ମୋରିସ, ଟୋଡ ମର୍ଫି, ମାଥ୍ୟୁ ରେନସୋ, ଷ୍ଟିଭ୍‌ ସ୍ମଥ୍‌, ମିଚେଲ୍‌ ସ୍ଟାର୍କ୍‌, ମିଚେଲ ସ୍ବେପସନ୍‌ ଏବଂ ଡେଭିଡ୍‌ ୱାର୍ଣ୍ଣର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.