ETV Bharat / sports

ICC ODI World Cup 2023: ସଚିନ୍‌ଙ୍କୁ ଗୋଲ୍ଡେନ୍‌ ଟିକେଟ୍‌, ଜୟ ଶାହଙ୍କ ସହ ଫଟୋ ସେୟାର କଲା BCCI

author img

By ETV Bharat Odisha Team

Published : Sep 8, 2023, 10:01 PM IST

'ଗୋଲ୍ଡେନ୍‌ ଟିକେଟ୍‌ ଫର ଇଣ୍ଡିଆ ଆଇକନ୍ସ' କାର୍ଯ୍ୟକ୍ରମରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଗୋଲ୍ଡେନ ଟିକେଟ୍‌ ଦେଇ ବିଶ୍ବକପ୍‌ ୨୦୨୩କୁ ନିମନ୍ତ୍ରଣ କଲା ବିସିସିଆଇ । ବିସିସିଆଇ ସଚିବ ଜୟ ଶାହ ଏହି ଟିକେଟ୍‌ ସଚିନଙ୍କୁ ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

ସଚିନ୍‌ଙ୍କୁ ଗୋଲ୍ଡେନ୍‌ ଟିକେଟ୍‌
ସଚିନ୍‌ଙ୍କୁ ଗୋଲ୍ଡେନ୍‌ ଟିକେଟ୍‌

ମୁମ୍ଵାଇ: ଏସିଆ କପ୍‌ ୨୦୨୩ ଜାରି ରହିଥିବାବେଳେ ଆରମ୍ଭ ହୋଇଗଲାଣି ବିଶ୍ବକପ୍‌ ୨୦୨୩ କାଉଣ୍ଟ୍‌ଡାଉନ୍‌ । ଆଗାମୀ ଅକ୍ଟୋବର ୫ ତାରିଖରୁ ଭାରତରେ ଆରମ୍ଭ ହେବ ଦିନିକିଆ କ୍ରିକେଟ୍‌ ମହାକୁମ୍ଭ ବିଶ୍ବକପ୍ ୨୦୨୩ । ଏନେଇ ପ୍ରଶଂସକଙ୍କ ଉତ୍ସାହ ମଧ୍ୟ ବେଶ ଉଚ୍ଚରେ । ଏହାରି ଭିତରେ ଶୁକ୍ରବାର ବିସିସିଆଇ ସଚିବ ଜୟ ଶାହ ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩କୁ କିମ୍ବଦନ୍ତୀ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର୍‌ଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହି ମହାନ କ୍ରିକେଟରଙ୍କୁ ସମ୍ମାନଜନକ 'ଗୋଲେ୍‌ଡନ୍‌ ଟିକେଟ୍‌' ପ୍ରଦାନ କରି ଏହି କ୍ରିକେଟ ମହାକୁମ୍ଭକୁ ନିମନ୍ତ୍ରଣ କରିଛନ୍ତି ଜୟ ଶାହ ।

  • 🏏🇮🇳 An iconic moment for cricket and the nation!

    As part of our "Golden Ticket for India Icons" programme, BCCI Honorary Secretary @JayShah presented the golden ticket to Bharat Ratna Shri @sachin_rt.

    A symbol of cricketing excellence and national pride, Sachin Tendulkar's… pic.twitter.com/qDdN3S1t9q

    — BCCI (@BCCI) September 8, 2023 " class="align-text-top noRightClick twitterSection" data=" ">

ଶୁକ୍ରବାର ଜୟ ଶାହ ସଚିନଙ୍କୁ ଗୋଲ୍ଡେନ୍‌ ଟିକେଟ ପ୍ରଦାନ କରିଛନ୍ତି । ଯାହାର ଫଟୋ ମଧ୍ୟ BCCI ଏହାର ଅଫିସିଆଲ ଏକ୍ସ (ପୂର୍ବରୁ ଟ୍ବିଟର୍‌) ହ୍ୟାଣ୍ଡେଲରେ ସେୟାର କରିଛି । ଏହାର କ୍ୟାପ୍‌ସନ୍‌ରେ ଲେଖାଯାଇଛି, "ଦେଶ ଏବଂ କ୍ରିକେଟ୍ ପାଇଁ ସ୍ବତନ୍ତ୍ର ମୁହୂର୍ତ୍ତ । ଇଣ୍ଡିଆ ଆଇକନ୍ସ କାର୍ଯ୍ୟକ୍ରମ ପାଇଁ ଗୋଲଡେନ୍ ଟିକେଟ୍ କାର୍ଯ୍ୟକ୍ରମ ଅଧୀନରେ BCCI ସଚିବ ଜୟ ଶାହ ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କୁ ଗୋଲ୍ଡେନ୍‌ ଟିକେଟ ପ୍ରଦାନ କରିଥିଲେ ।" ପ୍ରକାଶଯୋଗ୍ୟ, ଏଥର BCCI ଏହି ସ୍ବତନ୍ତ୍ର ପଦକ୍ଷେପ ନେଇଛି । ବିଭିନ୍ନ କ୍ଷେତ୍ରରେ ଭାରତର କିମ୍ବଦନ୍ତୀମାନଙ୍କୁ ସ୍ବତନ୍ତ୍ର ଭାବରେ ବିଶ୍ବକପ୍‌କୁ ନିମନ୍ତ୍ରଣ କରିବାକୁ ବୋର୍ଡ ଯୋଜନା କରିଛି । ଏହାର ନାମ ରଖାଯାଇଛି 'ଗୋଲ୍ଡେନ୍‌ ଟିକେଟ୍‌ ଫର ଇଣ୍ଡିଆ ଆଇକନ୍ସ' ।

ଏହା ମଧ୍ୟ ପଢ଼ନ୍ତୁ...ICC ODI World Cup 2023: 'ବିଗ୍‌ ବି'ଙ୍କୁ ଗୋଲେ୍‌ଡନ୍‌ ଟିକେଟ୍‌, ଟ୍ବିଟ୍‌ କରି ସୂଚନା ଦେଲା BCCI

ସୂଚନା ଥାଉ, ଏହା ପୂର୍ବରୁ BCCI ସଚିବ ବଲିଉଡ୍‌ର 'ବିଗ୍‌ ବି' ଅମିତାଭ ବଚ୍ଚନଙ୍କୁ ମଧ୍ୟ ଏହି ଗୋଲ୍ଡେନ୍‌ ଟିକେଟ ପ୍ରଦାନ କରିଥିଲେ । ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ବକପ୍ ଆୟୋଜିତ ହେବ । ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଅକ୍ଟୋବରରେ ଏହାର ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ । ଟିମ୍ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ୮ ଅକ୍ଟୋବରରେ ଖେଳିବ । ଏହି ମ୍ୟାଚ୍‌ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯିବ । ଏହା ସହିତ ୧୪ ଅକ୍ଟୋବରରେ ଅହମ୍ମଦାବାଦରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲ୍‌ଟେଜ୍‌ ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଅନ୍ତିମ ତଥା ଫାଇନାଲ୍‌ ମ୍ୟାଚ୍ ୧୯ ନଭେମ୍ବରରେ ଖେଳାଯିବ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ସୂଚୀ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.