ETV Bharat / sports

Asian Games 2023: ଯଶ୍ବସୀଙ୍କ ଧୂଆଁଧାର ଶତକ, ନେପାଳକୁ 23 ରନରେ ହରାଇ ସେମିରେ ଭାରତ

author img

By ETV Bharat Odisha Team

Published : Oct 3, 2023, 10:59 AM IST

ଏସୀୟ କ୍ରୀଡା 2023ରେ ଆଜି ଭାରତ ଓ ନେପାଳ ମଧ୍ୟରେ ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ଏଥିରେ ଭାରତ ନେପାଳକୁ 23 ରନରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି । ଅଧିକ ପଢନ୍ତୁ

India vs Nepal Asian Games Cricket Match
Asian Games 2023

ହଙ୍ଗଝୌ: ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡାରେ ଆଜି ପୁରୁଷ କ୍ରିକେଟରେ ଭାରତ ଓ ନେପାଳ ମଧ୍ୟରେ ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ବିଜୟରୁ ଅଭିଯାନ ଆରମ୍ଭ କରିଛି ଋତୁରାଜ ଗାଏକ୍ବାଡଙ୍କ ନେତୃତ୍ବାଧୀନ ଟିମ ଇଣ୍ଡିଆ । ଏହି ମ୍ୟାଚରେ ନେପାଳକୁ 23 ରନରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଭାରତ । ଯଶ୍ବସୀ ଜୈସ୍ବାଲ ଧୂଆଁଦାର ଶତକ ହାସଲ କରିଛନ୍ତି । ସେ 22 ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ନିର୍ଦ୍ଧାରିତ 20 ଓଭରରେ ଭାରତ 4 ୱିକେଟ ହରାଇ 202 ରନ କରିଥିଲା ।

ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତର ଅଧିନାୟକ ଋତୁରାଜ ଗାଏକ୍ବାଡ । ଯଶ୍ବସୀ ଜୈସ୍ବାଲ ଓ ଋତୁରାଜ ଗାଏକ୍ବାଡ ଓପନିଂ କରିଥିଲେ । ଯଶ୍ବସୀ ଧୂଆଁଧାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ସେ 22 ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଦଳୀୟ ସ୍କୋର 103ରେ ଭାରତର ପ୍ରଥମ ୱିକେଟ ପତନ ହୋଇଥିଲା । ଅଧିନାୟକ ଋତୁରାଜ ଗାଏକ୍ବାଡ 25 ରନ କରି ଆଉଟ ହୋଇଥିଲେ । ଯଶ୍ବସୀ ଜୈସ୍ବାଲ ବ୍ୟାଟିଂ ଜାରି ରଖିଥିଲେ । ପରେ ପରେ ତିଲକ ବର୍ମା 2 ରନ କରି ଆଉଟ ହୋଇଥିଲେ ।

  • 🇮🇳 MEN'S CRICKET UPDATE🏏 #AsianGames2022#TeamIndia has secured a spot in the semi-finals with a 23-run victory against Nepal! 🎉🙌

    🌟 @ybj_19's spectacular century stole the show with 100 runs in just 49 balls, including 8 fours and 7 sixes! 💯🔥

    🎯 On the bowling front,… pic.twitter.com/gYNRrwo9vG

    — SAI Media (@Media_SAI) October 3, 2023 " class="align-text-top noRightClick twitterSection" data=" ">

ଏହାପରେ ଦଳୀୟ ସ୍କୋର 119ରେ ଜିତେଶ ଶର୍ମା 5 ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର 150ରେ ଯଶ୍ବସୀ ଜୈସ୍ବାଲ ବ୍ୟକ୍ତିଗତ 49 ବଲରେ 100 ରନ କରି ଦିପେନ୍ଦ୍ରଙ୍କ ଶିକାର ହୋଇଥିଲେ । ଏହାପରେ ରିଙ୍କୁ ସିଂହ ପାଳି ସମ୍ଭାଳିଥିଲେ । ରିଙ୍କୁ ସିଂହ ଶେଷ ଓଭରେ 23 ରନ କରିଥିଲେ । ନିର୍ଦ୍ଧାରିତ 20 ଓଭରେ ଭାରତ 4ଟି ୱିକେଟ ହରାଇ 202 ରନ କରିଥିଲା । ନେପାଳକୁ 203 ରନର ଟାର୍ଗେଟ ମିଳିଥିଲା । ନେପାଳ ପକ୍ଷରୁ ଦିପେନ୍ଦ୍ର ସିଂହ 2ଟି ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...Asian Games Hockey: ବାଂଲାଦେଶ ବିପକ୍ଷରେ ବିଶାଳ ବିଜୟ ସହ ସେମିରେ ଭାରତୀୟ ପୁରୁଷ ଦଳ

203ରନର ବିଜୟ ଲକ୍ଷ୍ୟ ନେଇ ପାଳ ଆରମ୍ଭ କରିଥିଲା ନେପାଳ । ମାତ୍ର ଦଳ ଲକ୍ଷ ହାସଲ କରିବାରେ ବିଫଳ ହୋଇଥିଲା । ଦଳର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । 3 ଓଭର ଖେଳରେ ନେପାଳ 23 ରନ କରିଥିଲା । 29 ରନରେ ଦଳ ପ୍ରଥମ ୱିକେଟ ପତନ ହୋଇଥିଲା । ମହମ୍ମଦ ଆସିଫ ଶେଖ 10 ରନ କରି ଅଭେଶ ଖାନଙ୍କ ଶିକାର ହୋଇଥିଲେ । 10 ଓଭର ଖେଳା ସୁଦ୍ଧା ନେପାଳର ଦଳୀୟ ସ୍କୋର 73ରେ ପହଞ୍ଚିଥିଲା । 36 ବଲରେ ଜିତିବାକୁ ନେପାଳକୁ 83 ରନ ଥିଲା ହାତରେ 6 ୱିକେଟ ଥିଲା ମାତ୍ର ଭାରତୀୟ ବୋଲର ବିପର୍ଯ୍ୟ ଘଟାଇଥିଲେ ।

15 ଓଭର ଖେଳରେ ନେପାଳ 5ଟି ୱିକେଟ ହରାଇ 128 ରନ କରିଥିଲା । 24 ବଲରେ ନେପାଳକୁ ଜିତିବାକୁ 56 ରନ ଦରକାର ଥିବା ମାତ୍ର ଦଳର 6ଟି ୱିକେଟ ପତନ ହୋଇ ସାରିଥିଲା । ହେଲେ ଲକ୍ଷ୍ୟ ହାସଲ କରିପାରିନଥିଲା । ଦଳରେ କୁଶାଲ ଭୁଟେଲ 28, କୁଶାଲ ମଲ୍ଲ 29, ରୋହିତ କୁମାର ପାଡୁଲେ 3, ଦିପେନ୍ଦ୍ର ସିଂହ 32, ସୋମପାଲ କାମି 7, ଗୁଲସାନ ଝା 6 ଓ ସନ୍ଦୀପ ଲାମିତାନେ 5 ରନ କରିଥିଲେ । 9 ୱିକେଟ ହରାଇ ଦଳ 179 ରନ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ଅଭେଶ ଖାନ ଓ ରବି ବିଷ୍ଣୋଇ 3ଟି ଲେଖାଏଁ ୱିକେଟ ନେଇଥିଲେ । ସାଇ କିଶୋର ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.