ETV Bharat / sports

ENG vs IND 3rd test: ଗତ ୫୦ଟି ଇନିଂସରେ ଶତକ ଶୂନ୍ୟ କୋହଲି

author img

By

Published : Aug 25, 2021, 7:15 PM IST

ଗତ ୫୦ଟି ଅନ୍ତର୍ଜାତୀୟ ଇନିଂସରେ କୋହଲି ତିନି ଟିକିଆ ଅଙ୍କ ଛୁଇଁ ପାରିନାହାନ୍ତି । ସେଥିମଧ୍ୟରେ ୧୮ଟି ଟେଷ୍ଟ ଇନିଂସ, ୧୫ଟି ଦିନିକିଆ ଇନିଂସ ଓ ୧୭ଟି ଟି-୨୦ ଇନିଂସ ସାମିଲ ରହିଛି । ଅଧିକ ପଢ଼ନ୍ତୁ...

ENG vs IND 3rd test: ଗତ ୫୦ଟି ଇନିଂସରେ ଶତକ ଶୂନ୍ୟ କୋହଲି
ENG vs IND 3rd test: ଗତ ୫୦ଟି ଇନିଂସରେ ଶତକ ଶୂନ୍ୟ କୋହଲି

ଲଣ୍ଡନ: ଗତ ଦେଢ଼ବର୍ଷ ହେଲା ବିରାଟ କୋହିଲଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିନାହିଁ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ମଧ୍ୟ ବିରାଟ କୋହଲି ଫେଲ ମାରିଛନ୍ତି । ଦିନେ କୋହଲିଙ୍କ ରନକୁ ନେଇ ରେକର୍ଡ ଉପରେ ରେକର୍ଡ ହେଉଥିବା ବେଳେ ଆଜିକାଲି ତାହା ଦେଖିବାକୁ ମିଳୁନାହିଁ । ମ୍ୟାଚ ଆରମ୍ଭ ପୂର୍ବରୁ କୋହିଲ ଶତକ ହାସଲ କରିବା ନେଇ ତାଙ୍କ ପିଲା ଦିନର କୋଚ ରାଜକୁମାର ଶର୍ମା ଆଶାବାଦୀ ରହିଥିଲେ ।

ତୃତୀୟ ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଛି । ଏହି କ୍ରମରେ କୋହଲି ତୃତୀୟ ଟେଷ୍ଟର ମାତ୍ର ୭ ରନ କରି ପୁନଃ ଆଣ୍ଡରସନଙ୍କୁ ତାଙ୍କ ୱିକେଟ ଭେଟି ଦେଇଛନ୍ତି । କେବଳ ତୃତୀୟ ଟେଷ୍ଟ ମ୍ୟାଚ କଥା ନୁହେଁ । ଗତ ୫୦ଟି ଅନ୍ତର୍ଜାତୀୟ ଇନିଂସରେ କୋହଲି ତିନି ଟିକିଆ ଅଙ୍କ ଛୁଇଁ ପାରିନାହାନ୍ତି । ସେଥିମଧ୍ୟରେ ୧୮ଟି ଟେଷ୍ଟ ଇନିଂସ, ୧୫ଟି ଦିନିକିଆ ଇନିଂସ ଓ ୧୭ଟି ଟି-୨୦ ଇନିଂସ ସାମିଲ ରହିଛି ।

ଦଳୀୟ ସ୍କୋର ୨୧ ରନ ହୋଇଥିବାବେଳେ କୋହଲି ନିଜ ୱିକେଟ ହରାଇଥିଲେ । ଏହାସହ ଟେଷ୍ଟ କ୍ରିକେଟରେ କୋହଲିଙ୍କୁ ୭ଥର ଆଉଟ କରି ଆଣ୍ଡରସନ ଅଷ୍ଟ୍ରେଲିଆର ସ୍ପିନର ନାଥନ ଲିୟନଙ୍କ ସମକକ୍ଷ ହୋଇଛନ୍ତି । ସେ ମଧ୍ୟ ଟେଷ୍ଟ କ୍ରିକେଟରେ କୋହଲିଙ୍କୁ ୭ ଥର ଆଉଟ କରିଛନ୍ତି । ଏହାସହ କୌଣସି ନିର୍ଦ୍ଦିଷ୍ଟ ଦେଶରେ ସର୍ବାଧିକ ଟେଷ୍ଟ ମ୍ୟାଚ ଖେଳିବାରେ ଜେମ୍ସ ଆଣ୍ଡରସନ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ।

ତୃତୀୟ ଟେଷ୍ଟ ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ୬୦ ରନ୍ ଦଳୀୟ ସ୍କୋର ହୋଇଥିବାବେଳେ ଭାରତର ଅଧା ବ୍ୟାଟସମ୍ୟାନ ପାଭେଲିୟନ ଫେରିଛନ୍ତି । ଆଣ୍ଡରସନ ଓ ରବିନସନ ଭାରତୀୟ ବ୍ୟାଟସମ୍ୟାନଙ୍କୁ ହାତ ଖୋଲିବାକୁ କୌଣସି ସୁଯୋଗ ଦେଉନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.