ETV Bharat / sports

T20 World cup: ଭାରତର ପ୍ରଦର୍ଶନକୁ ନେଇ କପିଳ ଦେବଙ୍କ ଭବିଷ୍ୟବାଣୀ

author img

By

Published : Oct 20, 2022, 11:50 AM IST

ବିଶ୍ବକପକୁ ନେଇ କପିଲ ଦେବଙ୍କ ଭବିଷ୍ୟବାଣୀ, କହିଲେ ଭାରତ ଶୀର୍ଷ ୪ ରେ ପ୍ରବେଶ କରିବାର ଆଶା ୩୦ ପ୍ରତିଶତ
ବିଶ୍ବକପକୁ ନେଇ କପିଲ ଦେବଙ୍କ ଭବିଷ୍ୟବାଣୀ, କହିଲେ ଭାରତ ଶୀର୍ଷ ୪ ରେ ପ୍ରବେଶ କରିବାର ଆଶା ୩୦ ପ୍ରତିଶତ

କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ ପୂର୍ବାନୁମାନ, ଚଳିତ ଟି୨୦ ବିଶ୍ବକପରେ ଶୀର୍ଷ ୪ ଟିମ ମଧ୍ୟରେ ରହି ଟିମ ଇଣ୍ଡିଆ ସେମିଫାଇନାଲ ଖେଳିବାର ଆଶା ୩୦ ପ୍ରତିଶତ ରହିଛି ।

ହାଇଦ୍ରାବାଦ: ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଯାଇଛି ଫଟାଫଟ କ୍ରିକେଟ ମହାସମର । ଅକ୍ଟୋବର ୨୩ ତାରିଖରେ ଟିମ ଇଣ୍ଡିଆ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଟି୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଏନେଇ ଟିମ ଇଣ୍ଡିଆ ପ୍ରସ୍ତୁତି ଜାରି ରଖିଥିବାବେଳେ, ଟି୨୦ ବିଶ୍ବକପକୁ ନେଇ ଭବିଷ୍ୟବାଣୀ କରିଛନ୍ତି କପିଳ ଦେବ । ୧୯୮୩ ବିଶ୍ବକପ ବିଜେତା ତଥା କିମ୍ବଦନ୍ତୀ କ୍ରିକେଟର କପିଳ ଦେବ କହିଛନ୍ତି ଯେ, "୩୦ ପ୍ରତିଶତ ଆଶା ରହିଛି କି ଭାରତ ଟି୨୦ ବିଶ୍ବକପରେ ଶୀର୍ଷ ୪ ଟିମ ମଧ୍ୟରେ ରହିବ ।"

ଭାରତର ଏହି କିମ୍ବଦନ୍ତୀ କ୍ରିକେଟର ଟି୨୦ ବିଶ୍ବକପରେ ଟିମ ଇଣ୍ଡିଆକୁ ନେଇ ଭବିଷ୍ୟବାଣୀ କରି କହିଛନ୍ତି କି, "ଏଥର ଟି୨୦ ବିଶ୍ବକପରେ ଭାରତ ସେମିଫାଇନାଲରେ ପ୍ରବେଶ କରିବା ହିଁ ବଡ କଥା । ସେମିଫାଇନାଲରେ ପ୍ରବେଶ କରିବା ଆଶା କମ ରହିଛି । ଭାରତୀୟ ଟିମ ଶୀର୍ଷ ୪ରେ ପହଁଞ୍ଚିବାର ଆଶା ୩୦ ପ୍ରତିଶତ ରହିଛି । ୧୯୮୩ ବିଶ୍ବକପ ବିଜେତା କପିଳ ଦେବ ଲକ୍ଷ୍ନୌର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ "ଆପଣ ଦଳରେ ଅଲରାଉଣ୍ଡର୍ସଙ୍କୁ ଛାଡି ଆଉ କଣ ଚାହୁଁଛନ୍ତି । ଯେଉଁମାନେ ଆପଣଙ୍କୁ କେବଳ ବିଶ୍ବକପ ନୁହେଁ ଏହା ସହିତ ଅନ୍ୟ ଟୁର୍ଣ୍ଣାମେଣ୍ଟ ବା ସିରିଜରେ ମ୍ୟାଚ ଜିତାଇବାରେ ସହାୟକ ହେବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି କ୍ରକେଟର ଭାରତ ପାଇଁ ବହୁତ ଉପଯୋଗୀ ଅଟନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଅଲରାଉଣ୍ଡର୍ସ ଦଳ ପାଇଁ ଟ୍ରମ୍ପ କାର୍ଡ ସାଜିଥାନ୍ତି । ସେମାନେ ଦଳର ମେରୁଦଣ୍ଡ ହୋଇଥାନ୍ତି । ହାର୍ଦ୍ଦିକଙ୍କ ଭଳି ଅଲରାଉଣ୍ଡରଙ୍କୁ ଷଷ୍ଠ ବୋଲର ଭାବେ ବ୍ୟବବାର କରିବାରେ ଅଧିନାୟକ ରୋହିତ ଶର୍ମାଙ୍କ ପାଖରେ ଅଧିକାର ରହିଛି । ସେ ଜଣେ ଭଲ ବୋଲର, ବ୍ୟାଟର, ଏବଂ ଫିଲ୍ଡର ଅଟନ୍ତି । ସେହିପରି ରବୀନ୍ଦ୍ର ଜାଡେଜା ମଧ୍ୟ ଟିମ ଇଣ୍ଡିଆ ପାଇଁ ଜଣେ ଉପଯୁକ୍ତ ଅଲରାଉଣ୍ଡର ।"

ଭାରତ ପ୍ରଥମେ ଶୀର୍ଷ ୪ରେ ପ୍ରବେଶ କରୁ, ପରେ ଟ୍ରଫି ବାବଦରେ କୁହାଯିବ

କପିଳ ଦେବ କହିଛନ୍ତି, "ଭାରତୀୟ ଦଳକୁ ପ୍ରଥମେ ସେମିଫାଇନାଲରେ ପ୍ରବେଶ କରିବାର ଅଛି । ଏହା ପରେ ଦଳ ଟ୍ରଫି ହାତେଇବ ନା ନାହିଁ ସେ ବିଷୟରେ ଆଲୋଚନା କରାଯିବ । ଏବେ ପ୍ରସଙ୍ଗ ଏହା ହେବା ଦରକାର କି ଭାରତ ଶୀର୍ଷ ୪ରେ ସ୍ଥାନ ପକ୍କା କରିପାରିବ କି ନାହିଁ ? ମୁଁ ଟିମ ଇଣ୍ଡିଆରେ ଶୀର୍ଷ ୪ରେ ପ୍ରବେଶ କରିବାରେ ଚିନ୍ତିତ ରହିଛି । ସେମିଫାଇନାଲର ପ୍ରବେଶ ପରେ ଦଳ ବିଷୟରେ କିଛି କୁହାଯାଇପାରିବ । ମୋ ମତରେ ଭାରତ ଶୀର୍ଷ ୪ରେ ପ୍ରବେଶ କରିବାରେ ୩୦ ପ୍ରତିଶତ ଆଶା ରହିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.