ETV Bharat / sitara

ସିଙ୍ଗଡା-ଜିଲାପି ଧରି ଏୟାରପୋର୍ଟରେ ପହଞ୍ଚିଲେ ବିକିଙ୍କ ଫ୍ୟାନ୍ସ, କାରଣ ଜାଣନ୍ତୁ..

author img

By

Published : Feb 2, 2021, 10:37 PM IST

ମଙ୍ଗଳବାର ଦିନ ବିକିଙ୍କୁ ଇନ୍ଦୋରରେ କିପରି ସ୍ବାଗତ କରାଯାଇଥିଲା ଏହି ବିଷୟରେ ଏକ ମଜାଦାର ପୋଷ୍ଟ ସେ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

vicky-kaushal-fan-reached-airport-without-parents-permission-to-give-samosa-jalebi-to-the-actor
ସିଙ୍ଗଡା-ଜିଲାପି ଧରି ଏୟାରପୋର୍ଟରେ ପହଞ୍ଚିଲେ ବିକିଙ୍କ ଫ୍ୟାନ୍ସ, କାରଣ ଜାଣନ୍ତୁ..

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବିକି ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ମଙ୍ଗଳବାର ବିକିଙ୍କୁ ଇନ୍ଦୋରରେ କିପରି ସ୍ବାଗତ କରାଯାଇଥିଲା ଏହି ବିଷୟରେ ଏକ ମଜାଦାର ପୋଷ୍ଟ ସେ ସେୟାର କରିଛନ୍ତି ।

ବିକି ଏକ ସେଲଫି ସେୟାର କରିଛନ୍ତି । ଯେଉଁଥିରେ ସେ ହାତରେ ସିଙ୍ଗଡା ଧରିଥିବାର ନଜର ଆସିଛନ୍ତି । ଏହା ପଛର କାହାଣୀ କହିବାବେଳେ ବିକି କହିଛନ୍ତି ଯେ, ଜଣେ ପ୍ରଶଂସକ ତାଙ୍କୁ ଇନ୍ଦୋର ଏୟାରପୋର୍ଟରେ ସ୍ନାକ୍ସ ସହିତ ଭେଟିଥିଲେ। ପ୍ରଶଂସକ ଜଣକ ସିଙ୍ଗଡା ଏବଂ ଜିଲାପି ଦେବା ପାଇଁ ପିତାମାତାଙ୍କ ବିନା ଅନୁମତିରେ ସାକ୍ଷାତ କରିବାକୁ ଆସିଥିଲେ ।

ଏହି ପୋଷ୍ଟରରେ କ୍ୟାପସନରେ ବିକି ଲେଖିଛନ୍ତି, 'କହୁଥିଲି ମୁଁ ଖାଇପାରିବିନି କିନ୍ତୁ ରହିପାରିଲି ନାହିଁ ହର୍ଷିତା । ଏମିତି ଫ୍ୟାନ୍ସ ପାଇ ମୁଁ ବେଶ ଖୁସି । ଯାହାକୁ ଜଣାଥିଲା କି ମୁଁ ଭୋକରେ ଅଛି । ପିତାମାତାଙ୍କ ବିନା ଅନୁମତିରେ ସିଙ୍ଗଡା-ଜିଲାପି ଧରି ମୋତେ ସାକ୍ଷାତ କରିବା ପାଇଁ ଏୟାରପୋର୍ଟ ଆସିଗଲେ । ଆଣ୍ଟି-ଅଙ୍କଲ ରାଗିବେନି ଯଦି ଆପଣ ଏହା ପଢୁଛନ୍ତି । ତୁମକୁ ବହୁତସାରା ଭଲପାଇବା! ଇନ୍ଦୋରର ସମୋସା ।

ଏବେ ବିକି ତାଙ୍କର ଆଗାମୀ ଫିଲ୍ମର ସୁଟିଂ ପାଇଁ ଇନ୍ଦୋରରେ ଅଛନ୍ତି। ଏହି ଫିଲ୍ମରେ ବିକିଙ୍କ ସହିତ ମାନୁଷୀ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.