ETV Bharat / sitara

ବଲିଉଡ ଡ୍ରଗ୍ସ ମାମଲା: ଏନସିବି ପଚରାଉଚରା ପରେ ଫେରାର ଦୀପିକାଙ୍କ ମ୍ୟାନେଜର

author img

By

Published : Nov 2, 2020, 4:06 PM IST

ସୁଶାନ୍ତ ମାମଲାରେ ଡ୍ରଗ୍ସ କନେକ୍ସର ସମ୍ପୃକ୍ତ ଥିବା ଦୀପିକାଙ୍କ ମ୍ୟାନେଜର ଏନସିବି ସାମ୍ନାରେ ବୟାନ ଦେବା ପରେ ଫେରାର ଅଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପଚରାଉଚରା ପରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ କୌଣସି ସୂଚନା ମିଳୁନାହିଁ । ଏନସିବି ଅଧିକାରୀଙ୍କ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏନସିବି ଡ୍ରଗ୍ କନେକ୍ସର ଯାଞ୍ଚ କ୍ରମାଗତ ଭାବେ କରିଆସୁଛି ।

ଯାଞ୍ଚରେ ସମ୍ପୃକ୍ତ ଥିବା ଜଣେ ଅଧିକାରୀ କହିଛନ୍ତି ଯେ ଏହା ସତ କଥା ଯେ ପଚରାଉଚରା ପରେ କରିସ୍ମା ଅନଟ୍ରେସେବଲ ଅଛନ୍ତି । ତାଙ୍କୁ ଅକ୍ଟୋବର 27 ତାରିଖରେ ଏମସିବି ସାମ୍ନାରେ ଉପସ୍ଥିତ ହେବାକୁ କୁହାଯାଇଥିଲା ।

ଖାଲି ଏତିକି ନୁହେଁ ଗତ ମାସରେ ଏନସିବି କରିସ୍ମାଙ୍କ ଘରେ ଛାପା ମାରିଥିଲା । ଆଉ ହାତରେ ଲାଗିଥିଲା 1.7 ଗ୍ରାମ ଚରସ ଓ ସିବିଡି ତେଲ । ସୁଶାନ୍ତଙ୍କ ମାମଲାରେ ଦାଖଲ ହୋଇଥିବା ଏଫଆଇଆର ଉପରେ କରିସ୍ମାଙ୍କୁ ପଚରାଉଚରା କରିଥିଲା ଏନସିବି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.