ETV Bharat / sitara

କୁନି ସିମ୍ପାଞ୍ଜି ସହ ମସ୍ତି କରୁଛନ୍ତି ସୁହାନା

author img

By

Published : Nov 9, 2020, 11:14 AM IST

ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ସୁହାନାଙ୍କ ପୁରୁଣା ଫଟୋ । କଲେଜ ସମୟରେ ସମ୍ପାଞ୍ଜି ସହ ମସ୍ତି କରୁଥିଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ସୁହାନା ଖାନ
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ସୁହାନା ଖାନ

ମୁମ୍ବାଇ: ବଲିଉଡ ପପୁଲାର ଷ୍ଟାର କିଡ୍ସଙ୍କ ମଧ୍ୟରେ ଅନ୍ୟତମ କିଙ୍ଗ ଖାନ ଶାହରୁଖଙ୍କ ଲାଡଲୀ ସୁହାନା ଖାନ । ଫିଲ୍ମରେ ଆସିବା ପୂର୍ବରୁ ତାଙ୍କ ଚାହିଦା କୌଣସି ସେଲିବ୍ରିଟିଙ୍କ ଠୁ କମ୍ ନୁହେଁ । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ଫଲୋଇଂ ସଂଖ୍ୟା ଆକାଶ ଛୁଆଁ । ଏଥିପାଇଁ ସେ ଯେକୌଣସି ଜିନିଷ ସେୟାର କରନ୍ତି ସଙ୍ଗେ ସଙ୍ଗେ ଭାଇରାଲ ହୋଇଥାଏ । ଏଥର ତାଙ୍କର କଲେଜ ସମୟର ଏକ ଥ୍ରୋବ୍ୟାକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କୁନି ସିମ୍ପାଞ୍ଜି ସହ ନଜର ଆସୁଛନ୍ତି ।

ଭାଇରାଲ ହେଉଥିବା ଫଟୋରେ ସିମ୍ପାଞ୍ଜିକୁ କୋଳରେ ଧରିଥିବାର ଦେଖା ଯାଉଛନ୍ତି ସେ । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ଗେସ୍ କରନ୍ତୁ ଏହାର ନାମ କଣ ।’ ଏମିତି ପ୍ରଥମଥର ହୋଇନାହିଁ ଯେବେ ସୁହାନାଙ୍କ କୌଣସି ଥ୍ରୋବ୍ୟାକ ପୋଷ୍ଟ ଭାଇରାଲ ହୋଇଥିବାର । ପୂର୍ବରୁ ମଧ୍ୟ ଅନେକ ପୁରୁଣା ଫଟୋ, ଭିଡିଓ ଦେଖିବାକୁ ମିଳିସାରିଛି । ଶାହରୁଖଙ୍କ ସହ ତାଙ୍କ ଝିଅଙ୍କ ଦିୱାନା ଅନେକ ଫ୍ୟାନ୍ସ ।

ପ୍ରକାଶ ଥାଉକି ଦୀର୍ଘ ସମୟରୁ ସୁହାନାଙ୍କ ବଲିଉଡ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ହେଉଛି । ହେଲେ ସେ କେବେ ଡେବ୍ୟୁ କରିବେ ତାହା ନେଇ ଏଯାବତ କୌଣସି ଅଧିକାରୀକ ଘୋଷଣା କରିନାହାଁନ୍ତି ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.