ETV Bharat / sitara

ଆବୁଧାବିର ମରୁଭୂମିରେ ଆକ୍ସନ କରିବେ କିଙ୍ଗ ଖାନ

author img

By

Published : Dec 5, 2020, 11:51 AM IST

ଆସନ୍ତା ବର୍ଷ ‘ପଠାନ’ର ସୁଟିଂ ବିଦେଶରେ ଆରମ୍ଭ କରିବାକୁ ନେଇ ଉତ୍ସାହିତ ମେକର୍ସ । ଆବୁଧାବିର ମରୁଭୂମିରେ ହେବ ଫିଲ୍ମର ଆକ୍ସନ ସିନ ସୁଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନ ପାଖାପାଖି ଦୁଇ ବର୍ଷ ପରେ ଅଭିନୟ ଦୁନିଆକୁ ଫେରିଛନ୍ତି । ସେ ଶେଷଥର ଫ୍ଲପ୍ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ । ଏହାପରଠୁ ସେ କୌଣସି ଫିଲ୍ମରେ ସାଇନ କରିନଥିଲେ । ହେଲେ ନିକଟରେ ସେ ବିଗ ବଜେଟ ଫିଲ୍ମ ‘ପଠାନ’ରେ ସାମିଲ ହେବା ଚର୍ଚ୍ଚା ଜୋର ଧରିଥିଲା । ଆଉ ସୁଟିଂ ମଧ୍ୟ କିଛି ଦିନ ପୂର୍ବରୁ ଆରମ୍ଭ କରିଛନ୍ତି ସେ । ମୁମ୍ବାଇରେ ବର୍ତ୍ତମାନ ଏହାର ସୁଟିଂ ଚାଲିଛି । ହେଲେ ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଫିଲ୍ମର ଆଗାମୀ ଆକ୍ସନ ସୁଟ ପାଇଁ ଶାହରୁଖ ଆବୁଧାବିର ଯାତ୍ରା କରିବେ ।

ଆସନ୍ତା ବର୍ଷ ଆରମ୍ଭରେ ଅବୁଧାବି ଯିବାରେ ପ୍ଲାନି କରିଛନ୍ତି ମେକର୍ସ । ଆଉ ସେହିଠାରେ ଶାହରୁଖଙ୍କ ସହ ଜନ ଅବ୍ରାହିମ ଓ ଦୀପିକା ପାଦୁକୋନ ସୁଟିଂରେ ଯୋଗ ଦେବେ । ଚର୍ଚ୍ଚା ଜୋର ଧରିଛି ଯେ ଆବୁଧାବିର ମରୁଭୂମିରେ ମେକର୍ସ ଫିଲ୍ମର ଆକ୍ସନ ସିନ ସୁଟ କରିବେ । ଯାହା ପାଇଁ କଡା ପରିଶ୍ରମ କରୁଛନ୍ତି ଶାହରୁଖ ।

ସେହପରି ଅବୁଧାବି ପରେ ଏହାର ସୁଟି ୟୁକେରେ କରିବେ ମେକର୍ସ । ଆଉ ଆସନ୍ତା ବର୍ଷ ଜୁଲାଇ ମଧ୍ୟରେ ସୁଟିଂ ଶେଷ କରି ଫିଲ୍ମ ରିଲିଜ କରିବାକୁ ପ୍ରସ୍ତୁତ କରାଯିବ । ଖାଲି ଏତିକି ନୁହେଁ ଏହା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ଯେ ଶାହରୁଖ ଏହି ଫିଲ୍ମ ପାଇଁ କୌଣସି ଫିସ୍ ମଧ୍ୟ ନେବେ ନାହଁ ।

ପ୍ରକାଶ ଥାଉକି ‘ପଠାନ’ରେ ବଲିଉଡର ଫେମସ ତିନି ଖାନଙ୍କୁ ଦେଖିବାକୁ ମିଳିବ । ନିକଟରେ ଘୋଷଣା ହୋଇଥିଲା ସଲମାନ ଖାନ ଓ ଆମୀର ଖାନ ଅତିଥି ଅଭିନେତା ରୂପେ ଫିଲ୍ମରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.