ETV Bharat / sitara

କ୍ବାରେଣ୍ଟାଇନରେ ଶାହରୁଖ, ବନ୍ଦ ହେଲା ‘ପଠାନ’ର ସୁଟିଂ

author img

By

Published : Apr 14, 2021, 10:01 AM IST

ବଢିଚାଲିଛି କୋରୋନା ପ୍ରକୋପ । ବଲିଉଡରେ ଧିରେ ଧିରେ କରି ଅନେକ ଲୋକଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବାରେ ଲାଗିଛି । ଏମିତି ପରିସ୍ଥିତିରେ ନିଜକୁ କ୍ବାରେଣ୍ଟାଇନ କରିଛନ୍ତି ଶାହରୁଖ ଖାନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ଗୋଟିଏ ପଟେ ଫିଲ୍ମର ରିଲିଜ ତାରିଖ କ୍ରମାଗତ ଭାବରେ ସ୍ଥଗିତ ରଖାଯାଇଥିବା ବେଳେ ଅନ୍ୟପଟେ ସଂକ୍ରମଣ ହେତୁ ଫିଲ୍ମର ସୁଟିଂ ମଧ୍ୟ ବନ୍ଦ କରାଯାଉଛି । ଏମିତିରେ ସୁପରଷ୍ଟାର ଶାହରୁଖ ଖାନଙ୍କୁ ନେଇ ନୂଆ ଖବର ଶୁଣିବାକୁ ମିଳୁଛି । ଶାହରୁଖଙ୍କ ଆଗାମୀ ଫିଲ୍ମ ‘ପଠାନ’ ସେଟରେ କୋରୋନା ସଂକ୍ରମିତ ବାହାରିଛନ୍ତି । ଯେଉଁଥି ପାଇଁ ହୋମ କ୍ବାରେଣ୍ଟାଇନ ଅଛନ୍ତି ଅଭିନେତା ।

ରିପୋର୍ଟ ଅନୁଯାୟୀ ‘ପଠାନ’ ସେଟର ଜଣେ କ୍ରୁ ମେମ୍ବରଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ୟଶରାଜ ବ୍ୟାନ ବର୍ତ୍ତମାନ ଫିଲ୍ମର ସୁଟିଂ ବନ୍ଦ କରିଦେଇଛି । ସେପଟେ ଶାହରୁଖ କ୍ବାରେଣ୍ଟାଇନରେ ରହିବା ଆରମ୍ଭ କରିଦେଇଛନ୍ତି ।

ହେଲେ କିଛି ମିଡିଆ ହାଉସ ଏହି ରିପୋର୍ଟକୁ ଖଣ୍ଡନ ମଧ୍ୟ କରୁଛି । ସେହିପରି ଶାହରୁଖ ମଧ୍ୟ ଏଯାବତ କ୍ବାରେଣ୍ଟାଇନରେ ରହିବା ସୂଚନା ଫ୍ୟାନ୍ସଙ୍କୁ ଦେଇନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.