ETV Bharat / sitara

ଶୀଘ୍ର ‘ପଠାନ’ର ସୁଟିଂ ଆରମ୍ଭ କରିବେ ଶାହରୁଖ

author img

By

Published : Nov 5, 2020, 2:06 PM IST

ଶାହରୁଖଙ୍କ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ନୂଆ ଖବର । ଆରମ୍ଭ ହେବ ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ପ୍ରଶଂସକ ନିକଟରେ ତାଙ୍କ ଜନ୍ମଦିନ ଡିଜିଟାଲ ପ୍ଲାଟଫର୍ମରେ ପାଳନ କରିଥିଲେ । ଆଉ ନିଜ 55ତମ ଜନ୍ମଦିନରେ ଶାହରୁଖ ଫ୍ୟାନ୍ସଙ୍କୁ କଥା ଦେଇଛନ୍ତି ଯେ ସେ ଖୁବଶୀଘ୍ର ପରଦାକୁ ଫେରିବେ । ଏହି କଥାକୁ ପୂରଣ କରିବା ପାଇଁ ସେ ଏମାସରେ ନିଜ ଆଗାମୀ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଖୁସି ଅଛନ୍ତି ସମସ୍ତେ ।

ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ପଠାନ’ରେ ନଜର ଆସିବେ ସେ । ଗତ କିଛି ସପ୍ତାହ ଧରି ୟଶରାଜ ଫିଲ୍ମସ୍ ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମରେ ଶାହରୁଖଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି । ତାଙ୍କ ସହ ହ୍ୟାଣ୍ଡସମ ଆକ୍ଟର ଜନ ଆବ୍ରାହମ ମଧ୍ୟ ଭିଲେନ ଅବତାରରେ ଫିଲ୍ମରେ ନଜର ଆସିବେ । ସେହିପରି ଦୀପିକା ପାଦୁକୋନ ସହ ଶାହାରୁଖ ପରଦାରେ ରୋମାନ୍ସ କରିବେ ।

ବର୍ତ୍ତମାନ ଶୁଣିବାକୁ ମିଳୁଥିବା ଖବର ଅନୁଯାୟୀ ଫିଲ୍ମ ‘ପଠାନ’ର ପ୍ରଥମ ସିଡ୍ୟୁଲ ଚଳିତ ମାସରୁ ମୁମ୍ବାଇରେ ଆରମ୍ଭ ହେବ। ଆସନ୍ତା ବର୍ଷ ଫିଲ୍ମରେ ଜନ ଏବଂ ଦୀପିକାଙ୍କ ଏଣ୍ଟ୍ରି କରାଯିବ। ଆଉ ଆସନ୍ତା ବର୍ଷ ଜୁନ ସୁଧା ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.