ETV Bharat / sitara

ଆଲିୟାଙ୍କ ପ୍ରଶଂସାରେ କିଙ୍ଗ ଖାନ

author img

By

Published : Feb 25, 2021, 7:32 AM IST

‘ଗଙ୍ଗୁବାଇ କାଠିଆୱାଡି’ର ଟିଜର ଦେଖି ଖୁସି ଅଛନ୍ତି ଶାହରୁଖ । ଟ୍ବିଟ କରି ଆଲିୟାଙ୍କୁ ଜଣାଇଲେ ଶୁଭେଚ୍ଛା । ସଞ୍ଜୟଙ୍କ ଜନ୍ମଦିନରେ ରିଲିଜ ହୋଇଛି ଟିଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଦୀର୍ଘ ସମୟର ଅପେକ୍ଷା ପରେ ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ଟିଜର ହୋଇଯାଇଛି । ଆଲିୟା ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମର ଟିମ ସଞ୍ଜୟଙ୍କ ଜନ୍ମଦିନ ଅବସରରେ ରିଲିଜ କରାଯାଇଛି । ଯେଉଁଥିରେ ଆଲିୟା ମାଫିଆ କୁଇନ ଅବତାରରେ ନଜର ଆସୁଛନ୍ତି । ମୁଖ୍ୟ କଥା ହେଲା ଯେ ଦର୍ଶକଙ୍କ ସହ ସୁପରଷ୍ଟାର ଶାହରୁଖ ଖାନଙ୍କ ମନ କିଣିଛି ଆଲିୟାଙ୍କ ଦମଦାର ଅଭିନୟ ।

  • " class="align-text-top noRightClick twitterSection" data="">

ଆଉ ଟିଜର ଦେଖି ସାରି ସେ ଆଲିୟାଙ୍କ ପ୍ରଶଂସା ମଧ୍ୟ କରିଛନ୍ତି । ଏକ ଟ୍ବିଟର ପୋଷ୍ଟରେ ସେ ଲେଖିଛନ୍ତି, ‘ମୁଁ ସବୁବେଳେ ଜଣେ ଅଭିନେତା ଭାବରେ ତୁମର କାମକୁ ଅପେକ୍ଷା କରେ । ଗଙ୍ଗୁବାଇ କାଠିଆୱାଡି ବହୁତ ଭଲ ଲାଗୁଛି ଏବଂ ଆପଣ ଜଣେ ଗ୍ୟାଙ୍ଗଷ୍ଟାର ଆଲିଆ । ଫିଲ୍ମ ପାଇଁ ଶୁଭେଚ୍ଛା ।’

  • I always look forward to your work as an actor ‘little one’. And this one seems extremely special....and you....so Gangsta!!! All my love and wishes for the film. @aliaa08 https://t.co/ZPIIfWGQYs

    — Shah Rukh Khan (@iamsrk) February 24, 2021 " class="align-text-top noRightClick twitterSection" data=" ">

‘ଗାଙ୍ଗୁବାଇ କାଠିଆୱାଡି’ ଭଂସାଲୀଙ୍କ ଏଯାବତର ସବୁଠାରୁ ବଡ ପ୍ରୋଜେକ୍ଟ ଭାବରେ ପରିଗଣିତ ହୋଇଛି । ଟିଜର ରିଲିଜ ହେବାର ଠିକ ପୂର୍ବରୁ ଆଲିୟାଙ୍କ ଏକ ପୋଷ୍ଟର ରିଲିଜ କରିଥିଲେ ମେକର୍ସ । ଯେଉଁଥିରେ ଫିଲ୍ମ ଜୁଲାଇ 30ରେ ରିଲିଜ ହେବ ବୋଲି ସୂଚନା ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.