ETV Bharat / sitara

କମବ୍ୟାକ କରିବେ ଶାହରୁଖ, ଦୀପିକାଙ୍କ ସହ ଜମିବ ଯୋଡି

author img

By

Published : Oct 20, 2020, 3:03 PM IST

ସିଦ୍ଧାର୍ଥ ଆନନ୍ଦଙ୍କ ଆଗାମୀ ଫିଲ୍ମରେ ଶାହରୁଖଙ୍କ ଏଣ୍ଟ୍ରି । ପୁଣି ନିଜ ରୋମାଣ୍ଟିକ ଅନ୍ଦାଜ ନେଇ ପରଦାକୁ ଫେରିବେ ସେ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଦୀର୍ଘ ସମୟରୁ ଫିଲ୍ମଠୁ ଦୂରେଇ ଅଛନ୍ତି କିଙ୍ଗ ଖାନ ଶାହରୁଖ । ଶେଷଥର ସେ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ । ହେଲେ ଫ୍ୟାନ୍ସ ତାଙ୍କ ଝଲକ ପରଦାରେ ଦେଖିବାକୁ ପାଇଁ ବ୍ୟାକୁଳ । ଅନେକ କଳ୍ପନାଜଳ୍ପନା ମଧ୍ୟରେ ସାମ୍ନାକୁ ଆସିଛି ଗୁଡନ୍ୟୁଜ । କାରଣ ବଲିଉଡକୁ କମବ୍ୟାକ କରିବେ ଶାହରୁଖ । ଚର୍ଚ୍ଚା ଜୋର ଧରିଛି ଯେ ଶାହରୁଖ ‘ପଠାନ’ରେ ନଜର ଆସିବେ । ଆଉ ଏହାର ସୁଟିଂ ନଭେମ୍ବରରେ ଆରମ୍ଭ କରିବେ ।

ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଦୁଇମାସ ଧରି ଶାହରୁଖଙ୍କ ସହ ଫିଲ୍ମର ସୁଟିଂ କରିବା ପାଇଁ ଯୋଜନା କରିଛନ୍ତି। ସେହିପରି ଫିଲ୍ମରେ ହ୍ୟାଣ୍ଡସମ ଆକ୍ଟର ଜନ୍ ଆବ୍ରାହମ ଓ ଦୀପିକା ପାଦୁକୋନ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ । ଆଉ ଏହି ଦୁଇଜଣ ଆସନ୍ତା ବର୍ଷ ଜାନୁଆରୀରେ ‘ପଠାନ’ର ସୁଟିଂ ଆରମ୍ଭ କରିବେ ।

ଜନ୍ ଏହି ରିଭେଞ୍ଜ, ଡ୍ରାମା ଫିଲ୍ମରେ ଶାହରୁଖଙ୍କ ସହ ଫାଇଟ୍ କରିବେ । କାରଣ ଫିଲ୍ମରେ ତାଙ୍କ ଭିଲେନ ରୂପ ଦେଖିବାକୁ ମିଳିବ । ସେହିପରି ‘ପଠାନ’ ଜରିଆରେ ଦୀପିକା ପୁଣିଥରେ ଶାହରୁଖଙ୍କ ସହ ପରଦାରେ ରୋମାନ୍ସ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.