ETV Bharat / sitara

ଅନଲାଇନରେ କିଙ୍ଗ ଖାନଙ୍କ ବର୍ଥଡେ’ ସେଲିବ୍ରେଟ କରିବେ ଫ୍ୟାନ୍ସ

author img

By

Published : Oct 31, 2020, 6:48 PM IST

ନଭେମ୍ବର 2ରେ 55ତମ ଜନ୍ମଦିନ ପାଳନ କରିବେ ଶାହରୁଖ । ଯାହାର ଯୋଜନା ଏବେଠୁ କରୁଛନ୍ତି ଫ୍ୟାନ୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: କୋଟି କୋଟି ହୃଦୟରେ ରାଜ କରୁଥିବା ସୁପରଷ୍ଟାର ଶାହରୁଖ ଖାନ ଆଉ ଦୁଇଦିନ ପରେ 55 ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ସବୁ ବର୍ଷ ନିଜ ଫେଭରେଟ ଆକ୍ଟରଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଦେବା ପାଇଁ ମନ୍ନତ ପାଖରେ ଜମିଥାଏ ଭିଡ । ହେଲେ ଏଥର ଶାହରୁଖ ପ୍ରଶଂସାକଙ୍କୁ ଅନୁରୋଧ କରୁଛନ୍ତି ନିଜ ଘରୁ ନବାହାରିବା ପାଇଁ । କାରଣ ବିଶ୍ବ ବର୍ତ୍ତମାନ ଭୟାନକ ମହାମାରୀ କୋରୋନା ସହ ଲଢୁଛି । ଏଥିପାଇଁ ସେ ଚାହୁଁଛନ୍ତି ତାଙ୍କ ପ୍ରଶଂସକ ସଂକ୍ରମଣରୁ ଦୂରେଇ ରହିବା ସହ ଏହାକୁ ରୋକିବାରେ ସରକାରଙ୍କୁ ସାହାଯ୍ୟ ଓ ନିଜର ଧ୍ୟାନ ରଖିବା ଉଚିତ ।

ହେଲେ ତାଙ୍କ ଫ୍ୟାନ୍ସ କେଉଁ ଚୁପ ରହିବା ଲୋକ । ସେମାନେ ମଧ୍ୟ ଏକ ଯୋଜନା କରିସାରିଲେଣି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ଶୁଣିବାକୁ ମିଳୁଛି ଯେ ଏକ ଫ୍ୟାନ କ୍ଲବ ଯୋଜନା କରିଛି ଯେ ଶାହରୁଖଙ୍କ ଜନ୍ମଦିନ ଦୁନିଆରେ ଭର୍ଚୁଆଲ ରୂପେ ପାଳନ କରିବା ଉଚିତ । ଏହାର ଆରମ୍ଭ ନଭେମ୍ବର 2 ସକାଳୁ ହୋଇ ରାତିରେ ଶେଷ କରିବ । ଏହା ଦ୍ବାରା ଶାହରୁଖ ଦେଶ, ବିଦେଶରେ ଥିବା ଫ୍ୟାନ୍ସଙ୍କୁ ଅନଲାଇନ ଭେଟିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.