ETV Bharat / sitara

ନାତି ଅଗସ୍ତ୍ୟାଙ୍କୁ ମିସ୍ କରୁଛନ୍ତି ବିଗ୍ ବି

author img

By

Published : Dec 17, 2020, 10:20 AM IST

‘କେବିସି 12’ର ଏକ ଏପିସୋଡରେ ନାତିଙ୍କ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ଆସିଛନ୍ତି ଅମିତାଭ । ନାତିଙ୍କୁ ମିସ୍ କରୁଥିବାରୁ ପିନ୍ଧିଲେ ଖାସ୍ କଫଲିଙ୍କ୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ପପୁଲାର ରିୟାଲିଟି ଶୋ ‘କୌନ ବନେଗା କରୋଡପତି’ର ମଙ୍ଗଳବାର ଏପିସୋଡରେ ସୁପରଷ୍ଟାର ତଥା ଏହାର ହୋଷ୍ଟ ଅମିତାଭ ବଚ୍ଚନ ଏମିତି କଥାର ଖୁଲାସା କରିଥିଲେ ଯାହାକୁ ନେଇ ଚର୍ଚ୍ଚା । ହୁଏତଃ ଦର୍ଶକଙ୍କୁ ଅମିତାଭଙ୍କ ସେହି ଖାସ୍ କଥା ବିଷୟରେ ଜଣାନଥିବେ । ତେବେ କଥାଟି ହେଲା ଯେ ଅମିତାଭ ନିଜ ନାତି ଅଗସ୍ତ୍ୟା ନନ୍ଦାଙ୍କୁ ମିସ୍ କରୁଛନ୍ତି । ଏହାର ଖୁଲାସା ସେ ଶୋର ଏକ ଏପିସୋଡରେ କରିଥିଲେ । କିଡ୍ସ ସ୍ପେଶାଲ ୱିକରେ ଅମିତାଭ ନାତିଙ୍କ ବିଷୟରେ ସମସ୍ତଙ୍କୁ ଜାଣାଇଛନ୍ତି ।

ହଟସିଟ୍‌ରେ ବସିଥିବା ପ୍ରତିଯୋଗୀ ଅମିତାଭଙ୍କୁ ତାଙ୍କ ସୁନ୍ଦର କଫଲିଙ୍କ୍ସର ପ୍ରଶଂସା କରି ତା ବିଷୟରେ ପଚାରିଥିଲେ । ଯାହା ବିଷୟରେ ଆଲୋଚନା କରି ଅମିତାଭ ଜଣାଇଥିଲେ ଯେ କଫଲିଙ୍କ୍ସରେ ତାଙ୍କ ନାତିଙ୍କ ନାମ ଅଗସ୍ତ୍ୟା ଲେଖାଯାଇଛି । କାରଣ ସେ ନିଜ ନାତିଙ୍କୁ ବହୁତ ମିସ୍ କରୁଥିବାରୁ ପରିବାର ଲୋକେ ତାଙ୍କୁ ଏହି ସୁନ୍ଦର କଫଲିଙ୍କ୍ସରେ ଅଗସ୍ତ୍ୟାଙ୍କ ନାମ ଲେଖି ଗିଫ୍ଟ କରିଛନ୍ତି । ଏଥିପାଇଁ ସେ ଏହି କଫଲିକ୍ସ ପିନ୍ଧିଛନ୍ତି ।

ପ୍ରକାଶ ଥାଉକି ଅଗସ୍ତ୍ୟା ବର୍ତ୍ତମାନ ବିଦେଶରେ ପାଠ ପଢୁଛନ୍ତି । ନିକଟରେ ଅମିତା ନାତିଙ୍କ ସହ ମିଶି ଜିମ୍‌ରୁ କିଛି ଫଟୋ ପୋଷ୍ଟ କରିଥିଲେ । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରି ଅମିତାଭ ଲେଖିଥିଲେ, ‘ଫାଇଟ୍ ଫାଇଟ୍ ଦ ଫିଟ୍ । ଫିଟ୍ ଦ ଫାଇଟ୍ । ରିଫ୍ଲେକ୍ଟିଭ ମିରର୍ସ । ପରବର୍ତ୍ତୀ ସମୟରେ ଓଲଟା କଳ୍ପନା ଏବଂ ନାତିଙ୍କ ସହିତ ପ୍ରେରଣା ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.