ETV Bharat / sitara

‘କେବିସି’ ସିଜନ 13 ନେଇ ଫେରିବେ ବିଗ୍ ବି, ଶୀଘ୍ର ଆରମ୍ଭ ହେବ ରେଜିଷ୍ଟ୍ରେସନ

author img

By

Published : May 6, 2021, 7:34 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନି ଟିଭି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନି ଟିଭି

ପୁଣି କୋଟିପତି ହେବେ ଦର୍ଶକ । ପ୍ରଶ୍ନ ନେଇ ଫେରିବେ ଅମିତାଭ । ଖୁବଶୀଘ୍ର ସୋନି ଟିଭିରେ ପ୍ରସାର ହେବ ‘କୌନ ବନେଗା କୋରଡପତି’ ସିଜନ 13 । ଅଧିକ ପଢନ୍ତୁ...

ମୁମ୍ବାଇ: ସୋନି ଟିଭିର ଲୋକପ୍ରିୟ ପ୍ରଶ୍ନ-ଉତ୍ତର ଶୋ ‘କୌନ ବନେଗା କରୋଡପତି’ ସିଜନ 13କୁ ନେଇ ଚର୍ଚ୍ଚା । ବି-ଟାଉନର ମହାନାୟକ ଅଭିତାଭ ବଚ୍ଚନ ପୁଣିଥରେ ଦର୍ଶକଙ୍କୁ ପ୍ରଶ୍ନ ପଚାରି କୋଟିପତି କରିବାକୁ ଯାଉଛନ୍ତି । କାରଣ ଖୁବଶୀଘ୍ର ଆସିବ ଶୋ । ଯାହାକୁ ନେଇ ଫେରିବେ ଅମିତାଭ । ଏଥିରେ ସାମିଲ ହେବା ପାଇଁ ପ୍ରତିଯୋଗୀଙ୍କୁ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଯାହାର ଲାଇନ ଆସନ୍ତା 10 ତାରିଖରୁ ଖୋଲିବାକୁ ଯାଉଛି।

ସୋନି ଟିଭିର ସୋସିଆଲ ମିଡିଆରେ ଏହାର ସୂଚନା ଦିଆଯାଇଛି । ଏହାସହ ସହ ଏକ ନୂଆ ପ୍ରୋମୋ ଭିଡିଓ ମଧ୍ୟ ଲଞ୍ଚ କରିଛନ୍ତି ମେକର୍ସ ।

ପ୍ରକାଶ ଥାଉକି ‘କୌନ ବନେଗା କରୋଡପତି’ର ସିଜନ 12ରେ ଲାଇଭ୍ ଦର୍ଶକ ନଥିଲେ । କୋରୋନା ପାଇଁ ଏପରି ପଦକ୍ଷେପ ନେଇଥିଲେ ମେକର୍ସ । ସେହିପରି ଏବର୍ଷ ଅମିତାଭ ନିଜ ଘରେ ହିଁ ରେଜିଷ୍ଟ୍ରେସନ ପ୍ରୋମୋ ଭିଡିଓ ସୁଟ କରିଛନ୍ତି । ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.