ETV Bharat / sitara

ପତ୍ନୀଙ୍କ ପ୍ଲାଷ୍ଟିକ ସର୍ଜରୀ କରିବେ କେବିସି ପ୍ରତିଯୋଗୀ, ଆଶ୍ଚର୍ଯ୍ୟ ଅମିତାଭ

author img

By

Published : Oct 28, 2020, 4:36 PM IST

ସୋମବାର ପ୍ରସାରିତ ହୋଇଯାଇଛି ‘କେବିସି 12’ର ମଜାଦାର ଏପିସୋଡ । ଆଶ୍ଚର୍ଯ୍ୟକର କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଜଣେ ପ୍ରତିଯୋଗୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଛୋଟ ପରଦାରର ଲୋକପ୍ରିୟ ପ୍ରଶ୍ନ-ଉତ୍ତର ଶୋ କୌନ ବନେଗା କରୋଡପତି ନେଇ ଯେବେ ଆସନ୍ତି ଦର୍ଶକଙ୍କ ଉତ୍ସାହିତ ବଢିଯାଏ । ଏବର୍ଷ ସିଜନରେ ଶୋକୁ କୋଟିପତି ଏଯାବତ କେହି ମିଳିନାହାଁନ୍ତି । ହେଲେ ସବୁ ଏପିସୋଡରେ କିଛି ନା କିଛି ମଜାଦାର ଜିନିଷ ଦେଖିବାକୁ ମିଳୁଛି । ନିକଟରେ ଏହି ଶୋରେ ଭାଗ ନେବାକୁ ମଧ୍ୟପ୍ରଦେଶର ଜୁଜାର୍କେଡାର କୌଶଳେନ୍ଦ୍ର ସିଂ ତୋମାର ପହଞ୍ଚିଥିଲେ। ଯେତେବେଳେ ଅମିତାଭ ତାଙ୍କୁ ପଚାରିଥିଲେ ଜିତିଥିବା ରାଶି ସହିତ ସେ କଣ କରିବେ । ତାଙ୍କ ଠୁ ଚକିତ ଉତ୍ତର ଶୁଣି ଥିଲେ ଅମିତାଭ ।

କଥାଟି ହେଲା ଯେ ସୋମବାର ଦିନ କୌଶଳେନ୍ଦ୍ର କେବିସି ହଟ ସିଟରେ 40 ହଜାର ଟଙ୍କା ଜିତିବାରେ ସଫଳ ହୋଇଥିଲେ। ଏହା ପରେ ସେ ଖେଳ ଛାଡିଥିଲେ। ଅମିତାଭ ତାଙ୍କୁ ପଚାରିଥିଲେ ଯେ ସେ ଜିତିଥିବା ରାଶି ସହିତ କଣ କରିବେ । ଏହାର ଉତ୍ତରରେ ସେ କହିଥିଲେ ପତ୍ନୀଙ୍କ ପ୍ଲାଷ୍ଟିକ ସର୍ଜରୀ କରିବାକୁ ଚାହୁଁଛନ୍ତି।

ତାଙ୍କ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇ ଅମିତାଭ ପୁଣି ପଚାରିଲେ କାହିଁକି। ଏହାପରେ କୌଶଳେନ୍ଦ୍ର କହିଥିଲେ ଯେ ସେ 15 ବର୍ଷ ଧରି ସମାନ ଚେହେରା ଦେଖୁଛନ୍ତି, ତେଣୁ ପ୍ଲାଷ୍ଟିକ୍ ସର୍ଜରୀ ମାଧ୍ୟମରେ ସେ ତାଙ୍କ ପତ୍ନୀଙ୍କ ଚେହେରାକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ଯାହାକି କିଛି ନୂଆ ଦେଖିବାକୁ ମିଳିବ । ଏହା ଶୁଣି ଅମିତାଭ ଖୁବ ହସିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.