ETV Bharat / sitara

‘ଡିଡିଏଲଜେ’ର ରାଜ୍‌କୁ ମନେ ପକାଇଲେ କିଙ୍ଗ ଖାନ

author img

By

Published : Oct 20, 2020, 3:16 PM IST

25 ବର୍ଷରେ ସୁପରଡୁପର ହିଟ୍ ଫିଲ୍ମ ‘ଡିଡିଏଲଜେ’ । ଫିଲ୍ମରେ କାଜଲଙ୍କ ସହ ଶାହରୁଖଙ୍କ ଜବରଦସ୍ତ ରୋମାନ୍ସ । ରୋମାଣ୍ଟିକ ହିରୋ ହେବା କଥା ଭାବିନଥିଲେ ଶାହରୁଖ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଆଜି ବଲିଉଡର ବ୍ଲକବଷ୍ଟର ଫିଲ୍ମ ‘ଦୁଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’ ରିଲିଜକୁ 25 ବର୍ଷ ପୂରଣ ହୋଇଛି । ଏହି ଫିଲ୍ମ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ସୁପରହିଟ୍ ହୋଇଥିଲା । ଆଜି ପର୍ଯ୍ୟନ୍ତ ଦର୍ଶକ ଫିଲ୍ମର ସମୀରନ ଓ ରାଜ୍‌ଙ୍କ ଯୋଡିକୁ ଭୁଲିପାରିନାହିଁନ୍ତି । 25 ବର୍ଷ ପୂରଣ ହେବା ଅବସରରେ ବି-ଟାଉନର କିଙ୍ଗ ଅଫ୍ ରୋମାନ୍ସ ଶାହାରୁଖ ଖାନଙ୍କୁ ଫିଲ୍ମରେ ନିଜ ରୋମାଣ୍ଟିକ ବୟ ଭୂମିକା ମନେ ପଡିଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସେ କେବେ ମଧ୍ୟ ପରଦାରେ ନିଜକୁ ରୋମାଣ୍ଟିକ ବୟ ରୂପେ ସାବ୍ୟସ୍ତ କରିବେ ବୋଲି ଅନୁଭବ କରିନଥିଲେ । ଏହା ଉପରେ ଆଲୋଚନା କରି ସେ କହିଛନ୍ତି, ‘ରାଜ୍ ଭୂମିକାରେ ମୁଁ ପୂର୍ବରୁ କେବେ ମଧ୍ୟ ଅଭିନୟ କରିନଥିଲି । ମୁଁ ଡର, ବାଜିଗର ଓ ଅନଜାମ ଭଳି ଫିଲ୍ମରେ ନେଗେଟିଭ ଭୂମିକାରେ ଶାନଦାର ଅଭିନୟ କରିଥିଲି । ଏହି ଫିଲ୍ମରେ କାମ କରିସାରିବା ପରେ ମୁଁ ଅନୁଭବ କରୁଥିଲି ଯେ ମୁଁ କେବେ ମଧ୍ୟ ରୋମାଣ୍ଟିକ ବୟରେ ଅଭିନୟ କରିପାରିବି ନାହିଁ । ହେଲେ ଯେବେ ୟଶରାଜ ଫିଲ୍ମସ ଓ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ଡିଡିଏଲଜେରେ ଅଭିନୟ କରିବାର ସୁଯୋଗ ମିଳିଲା ମୁଁ ବହୁତ ଉତ୍ସାହିତ ଥିଲି । ହେଲେ ଭାବିନଥିଲି କିପରି ରାଜ୍ ଭୂମିକାରେ ଅଭିନୟ କରିବି । ଏଭଳି ରୋଲ କରି ପାରିବି କି ନାହିଁ ପ୍ରଶ୍ନ ମନରେ ଉଙ୍କିମାରୁଥିଲା । ଆଦିତ୍ୟ କିନ୍ତୁ ମୋ ଭିତରେ ରୋମାଣ୍ଟି ବୟ ଦେଖିଥିଲେ ଆଉ ରାଜ୍ ରୋଲ ମତେ ଅଫର କରିଥିଲେ । ମତେ ଅନେକ ଲୋକ କହିଥିଲେ ଯେ ମୁଁ ଅଣପାରମ୍ପରିକ ଦେଖାଯାଉଥିଲି । ମୁଁ ଅନୁଭବ କରଥିଲି ବୋଧ ହୁଏ, ଯଥେଷ୍ଟ ହ୍ୟାଣ୍ଡସମ କିମ୍ବା ଚକଲେଟ ବୟ ନୁହେଁ । ଖାଲି ଏତିକି ନୁହେଁ ମୁଁ ବହୁତ ଲାଜକୁଳା ବ୍ୟକ୍ତି ମଧ୍ୟ ଥିଲି । ଝିଅଙ୍କ ସହ ପରଦାରେ ରୋମାନ୍ସ କରିବାକୁ ମତେ ଲାଜ ଲାଗେ । ଏଥି ନିମନ୍ତେ ଜାଣିନଥିଲି କିପରି ରୋମାଣ୍ଟିକ ବିଟ୍‌ରେ କାମ କରିବି । ତଥାପି ନିଜର ବେଷ୍ଟ ଦେବାକୁ ଚେଷ୍ଟା କରିଥିଲି । ପୁରା ଟିମର ପରିଶ୍ରମ ପାଇଁ ଫିଲ୍ମ ବ୍ଲକବଷ୍ଟର ସାଜିଥିଲା ।’

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସେ ଯାହା ବି ହେଉନାହଁ କାହିଁକି ଶାହରୁଖ ଏହି ରାଜ୍‌ ରୋଲରେ ଅଭିନୟ କରି ବଲିଉଡକୁ ରୋମାଣ୍ଟିକ ବୟ ଦେବା ସହ ରୋମାନ୍ସ କିଙ୍ଗ ମଧ୍ୟ ଦେଇଛନ୍ତି । ଆଜି ମଧ୍ୟ ରାଜ୍‌ଙ୍କ ଗୋଟି ଝଲକ ପରଦାରେ ଦେଖିବାକୁ ବ୍ୟାକୁଳ ଫିମେଲ ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.