ETV Bharat / sitara

25 ବର୍ଷ ପରେ ଫେରିଲେ ରାଜ୍‌-ସୀମରନ

author img

By

Published : Oct 20, 2020, 4:35 PM IST

ବଦଳିଲା ଶାହରୁଖ-କାଜଲଙ୍କ ଟ୍ବିଟର ନାମ । ପୁଣିଥରେ ରାଜ୍‌ ସୀମରନ ସାଜିଲେ ଏହି ଯୋଡି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଭାରତୀୟ ସିନେମାରେ ଏମିତି କିଛି ଫିଲ୍ମ ନିର୍ମାଣ ହୋଇଛି ଯାହାର ଚର୍ଚ୍ଚା ସବୁବେଳେ ହୋଇଥାଏ । ଏହି କ୍ରମରେ ସାମିଲ ଅଛନ୍ତି ଶାହରୁଖ ଖାନ ଓ କାଜଲଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦୁଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’। ଆଜି ଫିଲ୍ମର ରିଲିଜକୁ 25 ବର୍ଷ ପୂରଣ ହୋଇଛି । ଏହି ଅବସରରେ ସେଲିବ୍ରେଶନ ମୁଡରେ ନଜର ଆସୁଛନ୍ତି କାଜଲ ଓ ଶାହାରୁଖ । ‘ଡିଡିଏଲଜେ’ ଏମିତି ଏକ ଫିଲ୍ମ ଥିଲା ଯାହା ବଲିଉଡରେ ଭାଙ୍ଗିଥିଲା ଅନେକ ରେକର୍ଡ । ଫିଲ୍ମର ରୋମାଣ୍ଟିକ ଡାଇଲଗଠୁ ନେଇ ଗୀତ ସବୁ କିଛି କରିଥିଲା ଦିୱାନା ।

ଫିଲ୍ମ ରିଲିଜକୁ 25 ବର୍ଷ ପୂରଣ ଅବସରରେ ଶାହରୁଖ ଓ କାଜଲ ସୋସିଆଲ ମିଡିଆରେ ଖୁସି ପ୍ରକାଶ କରିଛନ୍ତି । ଦୁଇଜଣ ଭିନ୍ନ ଢଙ୍ଗରେ ଏହାକୁ ସେଲିବ୍ରେଶନ କରିଛନ୍ତି ।

କଥାଟି ହେଲା ଯେ ଶାହରୁଖ ଫିଲ୍ମରେ ରାଜ୍ ଭୂମିକାରେ ଅଭିନୟ କରିଥିବାବେଳେ କାଜଲ ସୀମରନ ଭୂମିକାରେ ଦେଖାଯାଇଥିଲେ । ଆଉ 25 ବର୍ଷ ପରେ ଏହି ଦୁଇଜଣଙ୍କୁ ପୁଣି ମନେ ପଡିଯାଇଛି ରାଜ୍‌-ସୀମରନଙ୍କ କଥା । ଏଥିପାଇଁ ନିଜ ଟ୍ବିଟର ଆକାଉଣ୍ଟର ନାମ ପରିବର୍ତ୍ତନ ଦୁଇଜଣ ରାଜ୍-ସୀମରନ ରଖିଛନ୍ତି ।

ସେହିପରି କାଜଲ ପୋଷ୍ଟରେ ଲେଖିଛନ୍ତି, ‘ଆଜି ମୁଁ ସେହି ମାନଙ୍କ ପାଇଁ କୃତଜ୍ଞ । ଯେଉଁମାନେ ଫିଲ୍ମକୁ ଏହି ସ୍ଥାନରେ ପହଞ୍ଚାଇଛନ୍ତି। ଏହା ଇତିହାସର ଏକ ଅଂଶ ପରିକା । ଆଇ ଲଭ ୟୁ ଫ୍ୟାନ୍ସ ।’

ଆଉ ଶାହରୁଖ ଲେଖିଛନ୍ତି, ‘25 ବର୍ଷରୁ ତୁମେମାନେ ହୃଦୟରୁ ରାଜ୍‌ ଓ ସୀମରନଙ୍କୁ ଭଲ ପାଇଥିବାରୁ ମୁଁ କୃତଜ୍ଞ । ଯାହା ମତେ ସବୁବେଳେ ସ୍ପେଶାଲ ଅନୁଭବ କରାଏ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.