ETV Bharat / sitara

ଇନଟେନ୍ସ ଲୁକ୍‌ରେ ଅବରାମ, ଫଟୋ ସେୟାର କଲେ ଗୌରୀ

author img

By

Published : Feb 11, 2021, 12:10 PM IST

ପୁଣି ଅବରାମଙ୍କ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ଗୌରୀ । ପୂର୍ବରୁ ସେୟାର କରିଛନ୍ତି ଅନେକ କ୍ୟୁଟ ଭିଡିଓ ଓ ଫଟୋ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୌରୀ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୌରୀ ଖାନ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ସାନ ପୁଅ ଅବରାମ ବଲିଉଡର କ୍ୟୁଟ ଷ୍ଟାର କିଡ୍ସ ମଧ୍ୟରେ ଅନ୍ୟତମ । ସୋସିଆଲ ମିଡିଆରେ ତାଙ୍କ ଫଟୋ, ମଜାଦାର ଭିଡିଓ ଦେଖିବାକୁ ସବୁବେଳେ ଅନାଇ ବସନ୍ତି ଫ୍ୟାନ୍ସ । ଇତିମଧ୍ୟରେ ଭାଇରାଲ ହେଉଛି ତାଙ୍କ ନୂଆ କ୍ୟୁଟ ଫଟୋ । ଯାହାକୁ ସେୟାର କରିଛନ୍ତି ମା' ଗୌରୀ ଖାନ । ଯେଉଁଥିରୁ ଜଣାପଡୁଛି ବକ୍ସିଂ ଶିଖୁଛନ୍ତି କୁନି ଅବରାମ ।

ଗୌରୀ ବୁଧବାର ଇନଷ୍ଟାଗ୍ରାମରେ ଅବରାମଙ୍କ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ମାଇଁ ମାଇକ୍ ଟାଇସନ୍ ।’ ସେହିପରି ଫଟୋରେ ଅବରାମଙ୍କ ଇନଟେନ୍ସ ଲୁକ୍ ଦେଖିବାକୁ ମିଳୁଛି । ହାତରେ ରେଡ କଲର ବକ୍ସିଂ ଗ୍ଲୋବ୍ସ ପିନ୍ଧି ସେ ଉପରୁ ଅନାଇ ଥିବାର ନଜର ଆସୁଛନ୍ତି । ଖାଲି ଏତିକି ନୁହେଁ ତାଙ୍କ ମୁହଁରେ ରାଗ ମଧ୍ୟ ଦେଖିବାକୁ ମିଳୁଛି । ଦେଖନ୍ତୁ ଫଟୋ...

ପ୍ରକାଶ ଥାଉକି ଗୌରୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସେ ପ୍ରାୟତଃ ଫ୍ୟାମିଲି ସହ ହଲିଡେର ଫଟୋ, ଭିଡିଓ ସେୟାର କରନ୍ତି । ଆଉ ସ୍ବାମୀ ଶାହରୁଖଙ୍କ ସହ ମଧ୍ୟ ଥ୍ରୋବ୍ୟାକ ଫଟୋ ଫ୍ୟାନ୍ସଙ୍କ ପାଇଁ ସେୟାର କରୁଥିବାର ନଜର ଆସନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.