ETV Bharat / sitara

ଶାହରୁଖଙ୍କ ମନ୍ନତରେ ରହିବାକୁ ହେଲେ ଦେବାକୁ ପଡିବ ଏହି ଚାର୍ଜ

author img

By

Published : Jan 22, 2020, 7:17 PM IST

ଜଣେ ଟ୍ବିଟର ୟୁଜର ଶାହରୁଖଙ୍କ ବଙ୍ଗଳା ମନ୍ନତରେ ରହିବାକୁ ପଚାରିଲେ ଭଡା କେତେ । ଏହାର ଜବାବରେ ଶାହରୁଖଙ୍କ ମଜାଦାର ଉତ୍ତର ଶୁଣିବାକୁ ମିଳିଛି ।

shah rukh khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ସହ ସମ୍ପୃକ୍ତ ଥିବା ସବୁ ଜିନିଷ ଖାସ ହୋଇଥାଏ । ତେବେ ତାହା ତାଙ୍କ ଷ୍ଟାଇଲ ସେନ୍ସ ହେଉ କିମ୍ବା ତାଙ୍କ ମୁମ୍ବାଇ ଘର । ସମୁଦ୍ର କୂଳରେ ଅବସ୍ଥିତ ଶାହରୁଖଙ୍କ ବଙ୍ଗଳା ମନ୍ନତ ତାଙ୍କ ପରିଶ୍ରମର ଫଳ ସୂରପ । ଘରର ନାମ ସେ ମନ୍ନତ ଏଥିପାଇଁ ରଖିଛନ୍ତି ଏହା ତାଙ୍କ ସ୍ବପ୍ନ ଥିଲା, ଯାହାପାଇଁ ସେ ସବୁବେଳେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥିଲେ ।

ହେଲେ କେହି ଯଦି ଶାହରୁଖଙ୍କ ଏହି କୋଟି କୋଟି ଟଙ୍କା ବଙ୍ଗଳାରେ ଗୋଟିଏ ରୁମ ଭଡାରେ ନେବାକୁ ଚାହୁଛନ୍ତି ତେବେ ଏହାର ଚାର୍ଜ କେତେ ପଡିବ ? ଏବେ ଆପଣ ଭାବୁଥିବେ ଯେ ଆମେ ଏଠାରେ ଶାହରୁଖଙ୍କ ବଙ୍ଗଳର ଭଡା ବିଷୟରେ କାହିଁକି କଥା ହେଉଛୁ । ତେବେ ଆସନ୍ତୁ ଜାଣିବା ପୁରା କଥା...

ପ୍ରକାଶ ଥାଉକି ବୁଧବାର #AskSRk ସେଶନ ସମୟରେ ଶାହରୁଖ ଫ୍ୟାନ୍ସଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ । ଆଉ ଇତିମଧ୍ୟରେ ଜଣେ ଟ୍ବିଟର ୟୁଜର ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଯଦି ମନ୍ନତରେ ଗୋଟିଏ ରୁମ ଭଡାରେ ନେବାକୁ ଚାହିଁବେ ତେବେ କେତେ ଟଙ୍କା ଦେବାକୁ ପଡିବ ।

ଏହାର ଜବାବ ଖୁବ୍ ମଜାଦାର ଅନ୍ଦାଜରେ ଶାହରୁଖ ସେହି ଯୁଜରଙ୍କୁ ଦେଇଥିଲେ । ସେ କହିଥିଲେ ଯେ ମନ୍ନତର ଗୋଟିଏ ରୁମରେ ରହିବା ପାଇଁ 30 ବର୍ଷର ପରିଶ୍ରମ ଚାର୍ଜ ରୂପେ ଲାଗିବ । ତାଙ୍କ ଏପରି ଜବାବରୁ ଜଣାପଡୁଛି ଯଦି ମନ୍ନତ ପରି ଘର କରିବାକୁ ଚାହୁଁଛନ୍ତି ତେବେ କଡା ପରିଶ୍ରମର ଆବଶ୍ୟକ ଅଛି । 2001ରେ ଶାହରୁଖ ମନ୍ନତ 13.32 କୋଟି ଟଙ୍କାରେ କିଣିଥିଲେ । ହେଲେ ଆଜି ଏହି ବଙ୍ଗଳାର ମୂଲ୍ୟ ପାଖପାଖି 200 କୋଟି ଟଙ୍କା ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.