ETV Bharat / sitara

ଶାହରୁଖଙ୍କ ଟେନସନ୍ କଥା କହିଲେ ଝିଅ

author img

By

Published : Oct 22, 2020, 3:15 PM IST

ବାପା ଶାହରୁଖଙ୍କ ସହ ନିଜର ଏକ ପୁରୁଣା ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ସୁହାନା । 2008 ଆଇପିଏଲ ସମୟର ତାଙ୍କର ଏହି ଫଟୋ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁହାନା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁହାନା ଖାନ

ମୁମ୍ବାଇ: କିଙ୍ଗ ଖାନ ଶାହରୁଖଙ୍କ ଲାଡଲୀ ସୁହାନା ଖାନ ଚର୍ଚ୍ଚିତ ଷ୍ଟାର କିଡ ମଧ୍ୟରେ ଅନ୍ୟତମ । ସେ ସବୁବେଳେ କୌଣସି ନାଁ କୌଣସି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଡ୍ରେସ ସେନ୍ସ ଠୁ ନେଇ ଫଟୋସୁଟ ସମସ୍ତଙ୍କୁ ଦିୱାନା କରିଥାଏ । ହେଲେ ଏବେ ସେ 12 ବର୍ଷ ପୁରୁଣା ଫଟୋ ପାଇଁ ଚର୍ଚ୍ଚାରେ ।

କଥାଟି ହେଲା ଯେ 2008ର ଏକ ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେ ଶାହରୁଖଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି । ଫଟୋରୁ ଜଣାପଡୁଛି 2008 ଆଇପିଏଲ ସମୟର ।

ଆଉ ଫଟୋର କ୍ୟାପସନରେ ଲେଖିଛନ୍ତି, ‘ଏହି ଟେନସନ୍ 2008ରୁ ।’ ହେଲେ କେଉଁ ଟେନସନ୍ କଥା ତାହା ନେଇ ସେ ସ୍ପଷ୍ଟ କରିନାହାଁନ୍ତି । ସେପଟେ ତାଙ୍କ ଏହି ପୋଷ୍ଟରେ ଅନ୍ୟ ଷ୍ଟାର କିଡ୍ସଙ୍କ କମେଣ୍ଟ ଦେଖିବାକୁ ମିଳୁଛି । ଏହି କ୍ରମରେ ସାମିଲ ଅଛନ୍ତି ସଞ୍ଜୟ କପୁରଙ୍କ ଝିଅ ମହୀପ କପୁର । ଆପଣ ବି ଦେଖନ୍ତୁ ସୁହାନାଙ୍କ ଏହି ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.