ETV Bharat / sitara

ଆସିଲା ‘ରକେଟ୍ରି’ର ଜବରଦସ୍ତ ଟ୍ରେଲର, ଦମଦାର ଅନ୍ଦାଜରେ ମାଧବନ

author img

By

Published : Apr 2, 2021, 7:09 AM IST

ଲେଖକ, ନିର୍ଦ୍ଦେଶକ ଓ ଅଭିନେତା ରୂପେ ଦେଖିବାକୁ ମିଳିଲା ମାଧବନଙ୍କ ଭିନ୍ନ ଅନ୍ଦାଜ । ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ରକେଟ୍ରି’ର ଟ୍ରେଲର ପ୍ରଶଂସାରେ ଦର୍ଶକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ୟୁଟ୍ୟୁବ
ଫଟୋ ସୌଜନ୍ୟ: ୟୁଟ୍ୟୁବ

ମୁମ୍ବାଇ: ଏଯାବତ ଅଭିନୟ ଜରିଆରେ ସମସ୍ତଙ୍କ ମନ କିଣୁଥିବା ଅଭିନେତା ଆର ମାଧବନ ଏଥର ନିର୍ଦ୍ଦେଶନା କ୍ଷେତ୍ରରେ ଦେଖାଇବେ ଯାଦୁ । ଖାଲି ଏତିକି ନୁହେଁ ଲେଖକ ମଧ୍ୟ ସାଜିଛନ୍ତି ସେ । ସେ ଆଗାମୀ ଫିଲ୍ମ ‘ରକେଟ୍ରି’ ଜରିଆରେ ନିର୍ଦ୍ଦେଶନାରେ ଡେବ୍ୟୁ କରିବା ସହ ଫିଲ୍ମର କାହାଣୀ ଲେଖିଛନ୍ତି । ସେହିପରି ଅଭିନେତା ରୂପେ ଦେଖିବାକୁ ମିଳିବ ତାଙ୍କ ଦମଦାର ଅଭିନୟ । ଯାହାର ଜବରଦସ୍ତ ଟ୍ରେଲର ଗୁରୁବାର ରିଲିଜ ହୋଇଯାଇଛି । ଫିଲ୍ମରେ ସୁପରଷ୍ଟାର ଶାହରୁଖ ଖାନ ମଧ୍ୟ ଗେଷ୍ଟ ଆକ୍ଟର ରୂପେ ନଜର ଆସିବେ ।

ଫିଲ୍ମର କାହାଣୀ ଭାରତୀୟ ବୈଜ୍ଞାନିକ ତଥା ଏରୋସ୍ପେସ୍ ଇଞ୍ଜିନିୟର ନାମ୍ବି ନାରାୟଣନ ଜୀବନୀ ନେଇ ଆଧାରିତ। ଯାହା ଝଲକ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳୁଛି । ସେହିପରି ଫିଲ୍ମକୁ ଅନେକ ଭାଷାରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଏବେ ତିନୋଟି ଭାଷାରେ ରିଲିଜ ହୋଇଛି ଫିଲ୍ମର ଟ୍ରେଲର । ମାଲାୟାଲମ୍, ତାମିଲ ଓ ହିନ୍ଦୀ ଫ୍ୟାନ୍ସ ଟ୍ରେଲର ଦେଖି ଖୁସ୍ ନଜର ଆସୁଛନ୍ତି ।

  • " class="align-text-top noRightClick twitterSection" data="">

ଟ୍ରେଲରରେ ଦମଦାର ଅନ୍ଦାଜରେ ନଜର ଆସୁଛନ୍ତି ମାଧବନ । ଯିଏ ଦେଶକୁ ଗର୍ବିତ କରାଇବା ପାଇଁ ସବୁ ଅସମ୍ଭବ ଚେଷ୍ଟା ଚଳାଇଛନ୍ତି । ହେଲେ ଏକଦା ଏମିତି ସମୟ ତାଙ୍କ ଜୀବନରେ ଆସୁଛି, ଯେଉଁଠାରେ ତାଙ୍କ ଉପରେ ଦେଶଦ୍ରୋହୀ ଅଭିଯୋଗ ମଧ୍ୟ ଲାଗୁଛି । ଯାହାପାଇଁ ତାଙ୍କର ନିନ୍ଦା କରୁଛନ୍ତି ଦେଶବାସୀ । ଦେଖନ୍ତୁ ଟ୍ରେଲର...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.