ETV Bharat / sitara

ବଲିଉଡରେ 5 ବର୍ଷ ପୂରଣକୁ ନେଇ ଏମିତି କହିଲେ ଦିଶା

author img

By

Published : May 18, 2021, 2:57 PM IST

2016ରେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ଦିଶା ଏବର୍ଷ ବଲିଉଡରେ 5 ବର୍ଷ ପୂରଣ କରିବାକୁ ଯାଉଛନ୍ତି । ଯାହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଶା ପଟାନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଶା ପଟାନୀ

ମୁମ୍ବାଇ: ନିକଟରେ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ ରିଲିଜ ହୋଇଥିଲା । ଯେଉଁଥିରେ ଦିଶା ପଟାନୀଙ୍କ ସେକ୍ସୀ ଅନ୍ଦାଜ ଦେଖିବାକୁ ମିଳୁଛି । ଫିଲ୍ମକୁ ବର୍ତ୍ତମାନ ମିଶ୍ରିତ ପ୍ରିତିକ୍ରିୟା ମିଳିବାରେ ଲାଗିଛି । ଇତିମଧ୍ୟରେ ବଲିଉଡରେ 5 ବର୍ଷ ପୂରଣ କରିବାକୁ ଯାଉଛନ୍ତି ଦିଶା । ସେ ସୁପରଡୁପର ହିଟ୍ ଫିଲ୍ମ ‘ଏମଏସ ଧୋନୀ’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଯାହା 2016ରେ ରିଲିଜ ହୋଇଥିଲା ।

ସେପ୍ଟେମ୍ବରରେ 5 ବର୍ଷ ଅଭିନୟ କ୍ୟାରିୟର ପୂରଣ କରିବାକୁ ଯାଉଥିବା ଦିଶା ଏହି ଅବସରରେ କହିଛନ୍ତି, ‘ସମୟ କେବଳ ଗଡି ଚାଲେ। ମୁଁ ଏତେ କୃତଜ୍ଞ ଯେ ଏପରି ଶାନଦାର ସୁଯୋଗ ପାଇଥିବାରୁ । ମୁଁ କରିଥିବା ପ୍ରତ୍ୟେକ ଫିଲ୍ମ ମୋ ପାଇଁ ସ୍ବତନ୍ତ୍ର ଏବଂ ମୁଁ ଅନୁଭବ କରୁଛି ଯେ ମୁଁ ପାଇଥିବା ସମସ୍ତ ଜିନିଷ ସହିତ ମୁଁ ପ୍ରକୃତରେ ଭାଗ୍ୟବାନ। ଯାହାକୁ ନେଇ ମୁଁ ବହୁତ ଖୁସି । ମୁଁ କେବେ ଅଭିନେତ୍ରୀ ହେବାକୁ ଯୋଜନା କରି ନଥିଲି ବରଂ ବାୟୁସେନା ପାଇଲଟ୍ ହେବାକୁ ଚାହୁଁଥିଲି । ହେଲେ ମୋ ଭାଗ୍ୟରେ ଅଭିନେତ୍ରୀ ହେବାର ଥିଲା । ଯାହା ବି ହେଉ ବର୍ତ୍ତମାନ ମୋ କ୍ୟାରିୟରକୁ ନେଇ ମୁଁ ଖୁସି ଅଛି।’

ପ୍ରକାଶ ଥାଉକି ଦିଶା ଖୁବଶୀଘ୍ର ମୋହିତ ସୋରୀଙ୍କ ଆଗାମୀ ଫିଲ୍ମ ଏକ ‘ଭିଲେନ ରିଟର୍ନସ୍‌’ରେ ନଜର ଆସିବେ । ଏହି ଆକ୍ସନା ଡ୍ରାମା ଫିଲ୍ମର ସୁଟିଂ ସେ ନିକଟରେ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ ଅଭିନୟ କରିବେ ଜନ ଆବ୍ରାହମ, ତାରା ସୁତାରିଆ ଓ ଅର୍ଜୁନ କପୁର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.