ETV Bharat / sitara

ଶାହରୁଖଙ୍କ ଅଫିସ ଡିଜାଇନ କଲେ ଗୌରୀ

author img

By

Published : Mar 27, 2021, 6:57 AM IST

ଭାଇରାଲ ହେଲା ଗୌରୀ ଖାନଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ଏହାସହ ସେ ଜଣାଇଛନ୍ତି ଲକଡାଉନରେ ସେ କିପରି ରେଡ ଚିଲିଜ୍ ଅଫିସ ଡିଜାଇନ କରିଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୌରୀ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୌରୀ ଖାନ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ପତ୍ନୀ ହେବା ସହ ଗୌରୀ ଖାନ ବଲିଉଡରେ ନିଜ ପରିଚୟ ସୃଷ୍ଟି କରିବାରେ ସଫଳ । ସେ ଜଣେ ଜଣାଶୁଣା ଫିଲ୍ମ ନିର୍ମାତା ହେବା ସହ ଫେମସ ଇଣ୍ଟୋରିୟର ଡିଜାଇନର ମଧ୍ୟ । ବଲିଉଡର ଅନେକ ସେଲିବ୍ରିଟିଙ୍କ ଘର ଡିଜାଇନ କରିସାରିଲେଣି । ସେ ଭାରତର କୋଟିପତି ମୁକେଶ ଅମ୍ବାନୀ, କରନ ଜୋହର, ଜ୍ୟାକଲିନ ଫର୍ଣ୍ଣାଡେଜ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଭଳି ସେଲିବ୍ରିଟିଙ୍କ ଘର ସୁନ୍ଦର କରିସାରିଛନ୍ତି । ହେଲେ ଇତିମଧ୍ୟରେ ସେ ଶାହରୁଖଙ୍କ ଓ ନିଜ ପ୍ରଡକ୍ସନ ହାଉସ ରେଡ ଚିଲିଜ୍‌କୁ ଡିଜାଇନ କରିବା କଥା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଜଣାଇଛନ୍ତି ଯେ ଲକଡାଉନ ସମୟରେ ଶାହରୁଖଙ୍କ ଅଫିସ ଡିଜାଇନ କରିବା ତାଙ୍କ ପାଇଁ କେତେ ବଡ ଚ୍ୟାଲେଞ୍ଜ ଥିଲା।

ସେ ଇନଷ୍ଟାଗ୍ରାମରେ ଅଫିସର କିଛି ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ନିଜେ ମଧ୍ୟ ନଜର ଆସୁଛନ୍ତି । ସେହିପରି ଏହି ପୋଷ୍ଟରେ ସେ ଲେଖିଛନ୍ତି, ‘ଲକଡାଉନରେ ଶାହରୁଖଙ୍କ ଅଫିସ ରେଡ ଚିଲିଜ ଡିଜାଇନ କରିବା ଏକ ଶାନଦାର ଅନୁଭୂତି ଥିଲା । ଏହି ପ୍ରୋଜେକ୍ଟରେ ମୁଁ ୱାକ୍ସ ଇଣ୍ଡିଆ ଇଣ୍ଟୋରିୟର ଠୁ ଅଧିକ କାହା ଉପରେ ବିଶ୍ବାସ କରିପାରିବି ନାହିଁ ।’ ଏହାସହ ସେ ଜଣାଇଛନ୍ତି ଯେ ଏତେ ବଡ ସ୍ଥାନକୁ ଡିଜାଇନ କରିବା ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପରି ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.