ETV Bharat / sitara

କୋରୋନା ଭାଇରସ ଆତଙ୍କ: ମିଛ କହି କ୍ଷମା ମାଗିଲେ ସାହିଲ

author img

By

Published : Mar 24, 2020, 2:50 PM IST

କିଛି ଦିନ ହେବ ଦେଶରେ କୋରୋନା ଭାଇରସ ସଂକ୍ରମଣକୁ ନେଇ ଅସମ୍ଭାଳ ପରିସ୍ଥିତି। ହେଲେ ଅନ୍ୟପଟେ କୋରୋନା ଭାଇରସକୁ ଆଧାର କରି ମିଛ କହି ସମାଲୋଚନାର ଶିକାର ହୋଇଛନ୍ତି ଅଭିନେତା ସାହିଲ ଖାନ।

sahil khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାହିଲ ଖାନ

ମୁମ୍ବାଇ: ବର୍ତ୍ତମାନ କୋରୋନା ଭାଇରସ ସଂକ୍ରମଣକୁ ନେଇ ଭୟଭୀତ ପୂରା ବିଶ୍ବ। ଏମିତି ପରିସ୍ଥିତିରେ ସୁରକ୍ଷିତ ରହିବାକୁ ଚେଷ୍ଟା ଚଳାଇଛନ୍ତି ବିଶ୍ବବାସୀ। ଭାରତରେ ମଧ୍ୟ ଏହାର ପ୍ରଭାବ ଖୁବ୍ ଦେଖିବାକୁ ମିଳୁଛି।

ହେଲେ ଇତିମଧ୍ୟରେ ବଲିଉଡ ଆକ୍ଟର ସାହିଲ ଖାନ ମିଛ କଥା କହି ସମସ୍ୟା ଘେରରେ ଆସିଯାଇଛନ୍ତି। ସେ ନିକଟରେ କହିଥିଲେ ଯେ ତାଙ୍କ ବିଲ୍ଡିଂରେ ଦୁଇ ଲୋକ କୋରୋନା ରୋଗରେ ସଂକ୍ରମିତ।

ଏହି ଫର୍ଜି ଖବର ପ୍ରଚାର କରିଥିବାରୁ ବର୍ତ୍ତମାନ ସେ କ୍ଷମା ଚିଠି ଲେଖି ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ପ୍ରକାଶ ଥାଉକି ଏବେ କୋରୋନା ଭାଇରସ ପାଇଁ ପରିସ୍ଥିତି ଅସମ୍ଭାଳ। ଲୋକ ନିଜ ଘରେ ଆଇସୋଲେଟ ହୋଇ ଅଛନ୍ତି । ଆଉ ଏମିତିରେ ସମସ୍ତେ ଅପିଲ କରୁଛନ୍ତି ଯେ ଏପରି କିଛି କରନାହିଁ ଯାହାଦ୍ବାରା ଭୟ ସୃଷ୍ଟି ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.