ETV Bharat / sitara

EDର ଖୁଲାସା: ମହାଠକ ସୁକେଶ ଚନ୍ଦ୍ରଶେଖର ଟାର୍ଗେଟ ଲିଷ୍ଟରେ ସାରା, ଜାହ୍ନବୀ, ଭୂମି

author img

By

Published : Feb 24, 2022, 10:30 PM IST

200 କୋଟି ଟଙ୍କା ଠକେଇ ମାମଲାରେ ଦଣ୍ଡ ଭୋଗୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ନେଇ ଇଡି ପୁଣି ଏକ ବଡ଼ ଖୁଲାସା କରିଛି। ଇଡି ଚାର୍ଜସିଟ ଅନୁଯାୟୀ ସୁକେଶଙ୍କ ଟାର୍ଗେଟ ଲିଷ୍ଟରେ କେବଳ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ କି ନୋରା ଫତେହି ନଥିଲେ, ବରଂ ସାରା ଅଲି ଖାନ, ଜାହ୍ନବୀ କପୁର ଏବଂ ଭୂମି ପେଡନେକର ମଧ୍ୟ ଥିଲେ । ଅଧିକ ପଢନ୍ତୁ

ମହାଠକ ସୁକେଶ ଚନ୍ଦ୍ରଶେଖର ଟାର୍ଗେଟ ଲିଷ୍ଟରେ ସାରା, ଜାହ୍ନବୀ, ଭୂମି
ମହାଠକ ସୁକେଶ ଚନ୍ଦ୍ରଶେଖର ଟାର୍ଗେଟ ଲିଷ୍ଟରେ ସାରା, ଜାହ୍ନବୀ, ଭୂମି

ହାଇଦ୍ରାବାଦ: 200 କୋଟି ଟଙ୍କା ଠକେଇ ମାମଲାରେ ଦଣ୍ଡ ଭୋଗୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ଏକ ବଡ଼ ଖୁଲାସା କରିଛି। ଇଡି ଚାର୍ଜସିଟ ଅନୁଯାୟୀ ସୁକେଶଙ୍କ ଟାର୍ଗେଟ ଲିଷ୍ଟରେ କେବଳ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ କି ନୋରା ଫତେହି ନଥିଲେ, ବରଂ ସାରା ଅଲି ଖାନ, ଜାହ୍ନବୀ କପୁର ଏବଂ ଭୂମି ପେଡନେକର ମଧ୍ୟ ଥିଲେ। ଏହି ପରିପ୍ରେକ୍ଷୀରେ, ସେ ଏହି 3 ଅଭିନେତ୍ରୀଙ୍କୁ ଜବରଦସ୍ତ ଉପହାର ପଠାଇବାକୁ ମଧ୍ୟ ଉଦ୍ୟମ କରିଥିଲେ ।

ସାରା କହିଲେ ସବୁ ସତ

ଇଡିର ଚାର୍ଜସିଟ ଅନୁଯାୟୀ, ସାରା ଅଲି ଖାନ ପଚରାଉଚରା ବେଳେ ଇଡିଙ୍କୁ କହିଥିଲେ ଯେ ସେ ସୁକେଶ ଚନ୍ଦ୍ରଶେଖର ଏବଂ ଶେଖର ନାମକ କୌଣସି ବ୍ୟକ୍ତିଙ୍କୁ ଜାଣି ନାହାଁନ୍ତି। ସାରା କହିଥିଲେ ଯେ ସୁରଜ ରେଡ୍ଡୀ ନାମକ ଜଣେ ବ୍ୟକ୍ତି ତାଙ୍କୁ 21.05.2021 ରେ ହ୍ବାଟସ୍ ଆପ୍‌ରେ ଏକ ମେସେଜ୍ ପଠାଇଥିଲେ। ସେହି ମେସେଜରେ ଉକ୍ତ ବ୍ୟକ୍ତି ଜଣକ ପରିବାର ନାମରେ ସାରା ଅଲି ଖାନଙ୍କୁ ଉପହାର ସ୍ବରୂପ ଏକ କାର ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ କହିଥିଲେ ଇରାନୀ ନାମକ ସିଇଓ ତାଙ୍କ ସହ ଯୋଗାଯୋଗ କରିବେ। ସାରା ସୁରଜ ରେଡ୍ଡୀଙ୍କୁ ସମ୍ପୂର୍ଣ୍ଣରୂପେ ମନା କରିଦେଇଥିଲେ ଯେ ସେ କୌଣସି ଉପହାର ନେବେ ନାହିଁ, କିନ୍ତୁ ବ୍ୟକ୍ତି ଜଣକ ଅଧିକ ବାଧ୍ୟ କରିବା ପରେ ସାରା ଏକ ଚକୋଲେଟ୍ ପ୍ୟାକ୍ ଉପହାର ନେବାକୁ ରାଜି ହୋଇଥିଲେ । ଏହି ବ୍ୟକ୍ତି ଉପହାର ସ୍ବରୂପ ସାରାଙ୍କୁ ଚକୋଲେଟ୍ ସହିତ ଏକ ମହଙ୍ଗା ଘଣ୍ଟା ପଠାଇଥିଲେ ।

ଜାହ୍ନବୀଙ୍କ ବୟାନ

ଇଡିକୁ ଦେଇଥିବା ବୟାନରେ ଜାହ୍ନବୀ କପୁର କହିଥିଲେ, ନା କୌଣସି ଚନ୍ଦ୍ରଶେଖର ନା କୌଣସି ଇରାନୀ ତାଙ୍କୁ ଅନୁରୋଧ କରିଥିଲେ, କିନ୍ତୁ ନେଲ ଆର୍ଟିଷ୍ଟ୍ରି ନାମକ ଏକ କମ୍ପାନୀରୁ ଲୀନା ନାମକ ଜଣେ ମହିଳା ତାଙ୍କୁ କଲ୍‌ କରିଥିଲେ। ଜାହ୍ନବୀ କହିଛନ୍ତି ଯେ ଏହି ମହିଳା ତାଙ୍କୁ ବାଙ୍ଗାଲୋରରେ ଏକ ସେଲୁନ୍ ଉନ୍ମୋଚନ ପାଇଁ ଅତିଥି ଭାବରେ ଆସିବାକୁ କହିଥିଲେ। ତେବେ ଲୀନା ହେଉଛନ୍ତି ଠକ ସୁକେଶ ଚନ୍ଦ୍ରଶେଖରଙ୍କ ପତ୍ନୀ | ଜାହ୍ନବୀ ଆହୁରି ମଧ୍ୟ କହିଛନ୍ତି ଯେ ଗତ ବର୍ଷ ଜୁଲାଇରେ ସେ ଏହି ସେଲୁନର ଉଦଘାଟନ କରିଥିଲେ ଏବଂ ଏହା ବଦଳରେ ତାଙ୍କୁ ଏକ ବିଳାସପୂର୍ଣ୍ଣ ବ୍ୟାଗ ଏବଂ 18.94 ଲକ୍ଷ ଟଙ୍କା ମିଳିଥିଲା। ଜାହ୍ନବୀ ମଧ୍ୟ ଏହି ମୋଟା ଅଙ୍କର ହୋଇଥିବା କାରବାରର ମେସେଜ ଇଡିଙ୍କୁ ଦେଖାଇଛନ୍ତି।

ସୁକେଶଙ୍କ ତୃତୀୟ ଲକ୍ଷ୍ୟ

ସୁକେଶଙ୍କ ଟାର୍ଗେଟରେ ତୃତୀୟ ଅଭିନେତ୍ରୀ ଥିଲେ ଭୂମି ପେଡନେକର । ଇଡି ଚାର୍ଜସିଟରେ ଭୂମି ପେଡନେକର କହିଥିଲେ ଯେ ଇରାନୀ ନାମକ ଜଣେ ମହିଳା ତାଙ୍କ ନିକଟକୁ ଆସିଥିଲେ। ଭୁମି କହିଛନ୍ତି ଯେ ମହିଳା ଜଣକ ନିଜକୁ 'ନ୍ୟୁଜ୍ ଏକ୍ସପ୍ରେସ ପୋଷ୍ଟ'ର ଏଚଆର ବିଭାଗର ଉପାଧ୍ୟକ୍ଷ ଭାବରେ ପରିଚିତ କରାଇଥିଲେ। ଇରାନୀ ଭୂମିଙ୍କୁ ସୂଚନା ଦେଇଥିଲେ ଯେ, କମ୍ପାନୀର ଚେୟାରମ୍ୟାନ୍ ଚନ୍ଦ୍ରଶେଖର ତାଙ୍କ ଚଳଚ୍ଚିତ୍ରକୁ ପସନ୍ଦ କରିଛନ୍ତି ଏବଂ କିଛି ବଡ ପ୍ରକଳ୍ପ ବିଷୟରେ କହିବାକୁ ଚାହୁଁଛନ୍ତି ଏବଂ କାର ମଧ୍ୟ ଉପହାର ଦେବାକୁ ଚାହାଁନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.