ETV Bharat / sitara

ଫ୍ୟାନ୍ସଙ୍କ ପ୍ରଶ୍ନରେ କିଙ୍ଗ ଖାନଙ୍କ ମଜାଦାର ଉତ୍ତର

author img

By

Published : Oct 28, 2020, 5:25 PM IST

ଶାହରୁଖଙ୍କ #AskSRK ସେଶନ ଚର୍ଚ୍ଚା । ସବୁ ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି ସେ । ହେଲେ ଏଥର ନିଜ ଆଗାମୀ ଫିଲ୍ମ ବିଷୟରେ ଦେଲେ ଖାସ୍ ଜବାବ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନ ଗତ ଦୁଇ ବର୍ଷରୁ ବଡ ପରଦାରେ ନଜର ଆସିନାହାଁନ୍ତି । ତାଙ୍କ ଶେଷ ଫିଲ୍ମ ‘ଜିରୋ’ ଫ୍ଲପ ହେବା ପରଠୁ ତାଙ୍କୁ ଆଉ ଫିଲ୍ମରେ ଦେଖିବାକୁ ମିଳିନାହିଁ । ଏମିତିରେ ଫ୍ୟାନ୍ସ ତାଙ୍କ ଫିଲ୍ମକୁ ନେଇ ବ୍ୟାକୁଳ ଅଛନ୍ତି। ହେଲେ ଏଯାବତ ଶାହରୁଖ କୌଣସି ଫିଲ୍ମର ଘୋଷଣା କରିନାହାଁନ୍ତି। ଯାହାକୁ ନେଇ ନିରାଶ ସମସ୍ତେ । ଫ୍ୟାନ୍ସ ଚାହୁଁଛନ୍ତି ସେ ଶୀଘ୍ର ନିଜ ଆଗାମୀ ଫିଲ୍ମର ଘୋଷଣା କରନ୍ତୁ। ସେପଟେ ଏହି ପ୍ରଶ୍ନର ଉତ୍ତର ଶାହରୁଖ ନିକଟରେ ଦେଇଥିଲେ।

#AskSRK ସେଶନ ସମୟରେ ଜଣେ ଫ୍ୟାନ ଶାହରୁଖଙ୍କୁ ପଚାରିଥିଲେ, ‘ମୋ ଜୀବନ ଆଉ ମାତ୍ର 50 ବର୍ଷ ଅଛି । ଏହି 50 ବର୍ଷ ମଧ୍ୟରେ କଣ ଆପଣ ନିଜ ଆଗାମୀ ଫିଲ୍ମର ଘୋଷଣା କରିବେ କି।’

ଫ୍ୟାନ୍ସଙ୍କ ଏହି ପ୍ରଶ୍ନର ଉତ୍ତର ନିଜ ବିନ୍ଦାସ ଅନ୍ଦାଜରେ ଦେଇ ଶାହରୁଖ ଦେଇ କହିଥିଲେ, ‘ମୋ ବୟସ 50 ବର୍ଷରୁ ଅଧିକ ହୋଇଗଲାଣି ଫିଲ୍ମ କରି କରି। ନିହାତି ଆଗାମୀ ଭବିଷ୍ୟତରେ ମୁଁ ଫିଲ୍ମ କରିବି । ଦୟା କରି ଆଗାମୀ 50 ବର୍ଷ ପଯ୍ୟନ୍ତ ତୁମେ ମୋ ଫିଲ୍ମ ଦେଖିବ।’

ପ୍ରକାଶ ଥାଉକି ନିକଟରେ ଚର୍ଚ୍ଚା ଜୋର ଧରିଥିଲା ଯେ ସେ ଫିଲ୍ମ ‘ପଠାନ’ରେ ନଜର ଆସିବେ। ଆଉ ନଭେମ୍ବରରେ ଏହାର ସୁଟିଂ ମଧ୍ୟ ଆରମ୍ଭ କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.