ETV Bharat / sitara

ରୋମାନ୍ସ କରିବେ କି ହ୍ରିତିକ-ଦୀପିକା?

author img

By

Published : Jan 8, 2021, 11:21 AM IST

ସୋସିଆଲ ମିଡିଆରେ କଥାବାର୍ତ୍ତା ହେଉଛନ୍ତି ହ୍ରିତିକଙ୍କ ସହ ଦୀପିକା । ଯାହାକୁ ଆଧାର କରି ଦୁଇଜଣଙ୍କ ଫିଲ୍ମ ଆସିବା କଥା ଅନୁମାନ ଲଗାଉଛନ୍ତି ଫ୍ୟାନ୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ମୁମ୍ବାଇ: ଏଥର ପରଦାରେ ଜମିବ କି ସୁପରଷ୍ଟାର ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ଯୋଡି । ଏକାଠି କାମ କରିବା ପାଇଁ କଣ ହାତ ମିଶାଇଛନ୍ତି ଏହି ଦୁଇ ଷ୍ଟାର । ବର୍ତ୍ତମାନ ଦୀପିକାଙ୍କ ସୋସିଆଲ ମିଡିଆ ପୋଷ୍ଟ ଦେଖି ଏମିତି ଅନୁମାନ ଲଗାଉଛନ୍ତି ଫ୍ୟାନ୍ସ । ନିକଟରେ ଦୀପିକାଙ୍କୁ ଖାସ୍ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ ହ୍ରିତିକ । ଆଉ ଏବେ ଦୀପିକା ସମସ୍ତଙ୍କୁ ସୂଚନା ଦେଇଛନ୍ତି ଯେ ଆଉ ଦୁଇଦିନ ପରେ ବିଗ୍ ସେଲିବ୍ରେଶନ ହେବାକୁ ଯାଉଛି।

ତେବେ କଥାଟି ହେଲା ଯେ ଆସନ୍ତା 10 ତାରିଖରେ ହ୍ରିତିକ ନିଜ 47ତମ ଜନ୍ମଦିନ ସେଲିବ୍ରେଟ କରିବାକୁ ଯାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଟ୍ବିଟରରେ ଗୁରୁବାର ଏକ ପୋଷ୍ଟ କରି ଦୀପିକା ଲେଖିଥିଲେ, ‘ଧନ୍ୟବାଦ ଏଚ୍‌ଆର । ବର୍ତ୍ତମାନ ଆଉ ଏକ ବିଗ୍ ସେଲିବ୍ରେଶନର ସମୟ ଆସିଯାଇଛି।’

ଦୁଇଜଣଙ୍କ ଏହି ସୋସିଆଲ ମିଡିଆ କଥାବାର୍ତ୍ତାରୁ ସମସ୍ତଙ୍କୁ ଲାଗୁଛି ହୁଏତଃ ଏହି ଯୋଡି ଖୁବଶୀଘ୍ର ସ୍କ୍ରିନ ସେୟାର କରିପାରନ୍ତି । ହେଲେ ଏଯାବତ ଦୁଇଜଣଙ୍କ ପକ୍ଷରୁ କୌଣସି ସୂଚନା ସାମ୍ନାକୁ ଆସିନାହିଁ ।

ପ୍ରକାଶ ଥାଉକି ନିକଟରେ ହ୍ରିତିକ ଦୀର୍ଘ ସମୟ ପରେ କାମକୁ ଫେରିବା ସୂଚନା ଦେଇ ନିଜର ଏକ ସେଲ୍ଫି ସେୟାର କରିଥିଲେ । ସେପଟେ ଦୀପିକା ନିର୍ଦ୍ଦେଶକ କବୀର ଖାନଙ୍କ ଅପକମିଂ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ନଜର ଆସିବେ । ଏହାବ୍ୟତୀତ ସେ ନିର୍ଦ୍ଦେଶକ ଶକୁନ ବାତ୍ରାଙ୍କ ଆଗାମୀ ଫିଲ୍ମର ସୁଟିଂରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି । ତାଙ୍କ ସହ ଏଥିରେ ନଜର ଆସିବେ ସିଦ୍ଧାନ୍ତ ଚତୁର୍ବେଦୀ ଓ ଅନନ୍ୟା ପାଣ୍ଡେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.