ETV Bharat / sitara

ଫ୍ୟାମିଲି ସହ କାଜିରଙ୍ଗା ଜଙ୍ଗଲରେ ଆୟୁଷ୍ମାନ, ସେୟାର କଲେ ଫଟୋ

author img

By

Published : Feb 9, 2021, 9:48 AM IST

ଭାଇରାଲ ହେଲା ଆୟୁଷ୍ମାନଙ୍କ ନୂଆ ଫଟୋ । ଏବେ କାମରୁ ଫୁରସତ୍ ପାଇଁ ଫ୍ୟାମିଲି ସହ ମଜାମସ୍ତି କରୁଥିବାର ଆସୁଛନ୍ତି ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଅନେକ’କୁ ନେଇ ଚର୍ଚ୍ଚାରେ । ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଏହି ଥ୍ରିଲର, ଆକ୍ସନ ଫିଲ୍ମରେ ଖୁବଶୀଘ୍ର ନଜର ଆସିବେ ସେ । ନିକଟରେ ଫିଲ୍ମରୁ ତାଙ୍କ କୁଲ ଅବତାର ଦେଖିବାକୁ ମିଳିଥିଲା । ହେଲେ ଏବେ ସେ ଫ୍ୟାମିଲି ସହ ଆସାମର ନ୍ୟାସନାଲ ପାର୍କ କାଜିରଙ୍ଗାରେ ମଜାମସ୍ତି କରୁଥିବାର ନଜର ଆସୁଛନ୍ତି । ଏକଥା ଆମେ କହୁନାହୁଁ ଏହା ତାଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡୁଛି ।

‘ଡ୍ରିମ ଗାର୍ଲ’ ଆକ୍ଟର ସୋମବାର ଇନଷ୍ଟାଗ୍ରାମରେ ପୁରା ପରିବାର ସହ ନିଜର ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ତାଙ୍କ ପତ୍ନୀ ତାହିରା କଶ୍ୟପ ଓ ଦୁଇ ପୁଇ, ଝିଅ ନଜର ଆସୁଛନ୍ତି ।

ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଜେପ୍ସିସ୍ ଅଫ୍ କାଜିରଙ୍ଗା 2021 ।’ ତାଙ୍କ ଏହି ପୋଷ୍ଟରେ ଗୋଟିଏ ଦିନ ମଧ୍ୟରେ 50 ହଜାରରୁ ଅଧିକ ଲାଇକ ମିଳିସାରିଲାଣି ।

ଯଦି ଆୟୁଷ୍ମାନଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ‘ଅନେକ’ ବ୍ୟତୀତ ସେ ଲଭ ରଞ୍ଜନଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ରେ ନଜର ଆସିବେ । ଆଉ ତାଙ୍କ ସହ ରୋମାନ୍ସ କରିବେ ବାଣୀ କପୁର । ଏହି ଫିଲ୍ମ ଜରିଆରେ ଏହି ଯୋଡି ପ୍ରଥମଥର ଏକାଠି କାମ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଉତ୍ସାହିତ ଫ୍ୟାନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.