ETV Bharat / sitara

କେବିସି ପ୍ରଶ୍ନକୁ ନେଇ ଅମିତାଭଙ୍କ ନାଁରେ ଏତଲା ଦାଏର

author img

By

Published : Nov 3, 2020, 7:03 PM IST

ମଙ୍ଗଳବାର ମହାରାଷ୍ଟ୍ରର ଜଣେ ବିଜେପି ବିଧାୟକ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଟିଭି ଶୋ ‘କୌନ ବନେଗା କରୋଡପତି-12’ ନିର୍ମାତାଙ୍କ ବିରୋଧରେ ହିନ୍ଦୁ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ପୋଲିସ ନିକଟକୁ ଯାଇଥିଲେ । ଅଧିକ ପଢନ୍ତୁ...

BJP MLA seeks police action against Amitabh over KBC question
କେବିସି ପ୍ରଶ୍ନକୁ ନେଇ ଅମିତାଭଙ୍କ ବିରୋଧରେ ଏତଲା ଦାୟର

ମୁମ୍ବାଇ: ମଙ୍ଗଳବାର ମହାରାଷ୍ଟ୍ରର ଜଣେ ବିଜେପି ବିଧାୟକ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଟିଭି ଶୋ ‘କୌନ ବନେଗା କରୋଡପତି-12’ ନିର୍ମାତାଙ୍କ ବିରୋଧରେ ହିନ୍ଦୁ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ପୋଲିସ ନିକଟରେ ପହଞ୍ଚିଛନ୍ତି ।

ଲାତୁର ଜିଲ୍ଲା ଉସାରୁ ବିଜେପି ବିଧାୟକ ଅଭିମନ୍ୟୁ ପାୱାର ଏସପି ନିଖିଲ ପିଙ୍ଗଲେଙ୍କ ନିକଟରେ ଅଭିଯୋଗ କରି କହିଛନ୍ତି ଯେ, ଶୁକ୍ରବାରର କରମବୀର ସ୍ବତନ୍ତ୍ର ଏପିସୋଡରେ ପଚରାଯାଇଥିବା ପ୍ରଶ୍ନ ଉପରେ ବଚ୍ଚନ ଏବଂ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।

ଏହା ହିନ୍ଦୁମାନଙ୍କୁ ଅପମାନିତ କରିବା ଏବଂ ହିନ୍ଦୁ ଏବଂ ବୌଦ୍ଧମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବାର ପ୍ରୟାସ ଥିଲା ବୋଲି ପାୱାର ଟୁଇଟ୍ କରି ତାଙ୍କ ଦୁଇ ପୃଷ୍ଠାର ଚିଠିର ଏକ କପି ପୋଲିସ ଅଧିକାରୀଙ୍କୁ ପୋଷ୍ଟ କରିଛନ୍ତି ।

  • KBC has been hijacked by Commies. Innocent kids, learn this is how cultural wars are win. It’s called coding. pic.twitter.com/uR1dUeUAvH

    — Vivek Ranjan Agnihotri (@vivekagnihotri) October 31, 2020 " class="align-text-top noRightClick twitterSection" data=" ">

ଏହି ଏପିସୋଡରେ ବଚ୍ଚନଙ୍କ ବିପକ୍ଷରେ ହଟ ସିଟରେ ସାମାଜିକ କାର୍ଯ୍ୟକର୍ତ୍ତା ବେଜୱାଡା ୱିଲସନ ଏବଂ ଅଭିନେତା ଅନୁପ ସୋନି ଥିଲେ, ଯିଏ 6.40 ଲକ୍ଷ ଟଙ୍କା ମୂଲ୍ୟର ନିମ୍ନ ପ୍ରଶ୍ନ ପଚାରିଥିଲେ ।

ଅମିତାଭ ଜଣେ ପ୍ରତିଯୋଗୀଙ୍କୁ 1972 ଡିସେମ୍ବର 25 ରେ ପ୍ରଶ୍ନ କରୁଛନ୍ତି ଯେ, ଡା. ବି. ଆର ଆମ୍ବେଦକର ଓ ତାଙ୍କ ଅନୁଗାମୀମାନେ କେଉଁ ଶାସ୍ତ୍ରର ନକଲ ପୋଡି ଦେଇଥିଲେ? ଏହି ପ୍ରଶ୍ନ ପାଇଁ ଚାରୋଟି ବିକଳ୍ପ ଦିଆଯାଇଥିଲା । ଯେଉଁଥିରେ ସାମିଲ ଥିଲା ବିଷ୍ଣୁ ପୁରାଣ, ଭଗବତ ଗୀତା, ଋକବେଦ ଓ ମନୁ ସ୍ମୃତି । ଆଉ ଏହାର ଉତ୍ତର ମନୁ ସ୍ମୃତି ବୋଲି ପ୍ରତିଯୋଗୀ କହିଥିଲା । ଯାହା ସଠିକ୍ ଥିଲା ।

ପାୱାର ତାଙ୍କ ପୋଲିସ୍ ଅଭିଯୋଗରେ କହିଛନ୍ତି, "ଏହି ସମସ୍ତ ଚାରୋଟି ବିକଳ୍ପ ହିନ୍ଦୁ ଧର୍ମ ସମ୍ବନ୍ଧୀୟ । ଏହା ସ୍ପଷ୍ଟ ଯେ ଏହି ପ୍ରଶ୍ନର ଉଦ୍ଦେଶ୍ୟ ହିନ୍ଦୁମାନଙ୍କ ଭାବନାକୁ ଆଘାତ କରିବା ଥିଲା । ଏହା ହିନ୍ଦୁ ଭାବନାକୁ ଆଘାତ ଦେଇଥିବା କହିଥିଲେ ।"

ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ସୋ’ର ଏକ କ୍ଲିପ୍ ସେୟାର କରି କହିଛନ୍ତି ଯେ, ‘କେବିସିକୁ କମ୍ୟୁନିଷ୍ଟମାନେ ହାଇଜ୍ୟାକ କରିଛନ୍ତି । ପିଲାମାନେ ଏହା ଶିଖନ୍ତୁ କି କଲ୍ଚର ୱାର କିପରି ଜିତିବେ । ଏହାକୁ କୋଡିଂ କୁହାଯାଏ ।’ ବର୍ତ୍ତମାନ ବିବେକଙ୍କ ଏହି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କ ବ୍ୟତୀତ ଅନେକ ୟୁଜର୍ସ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଯାହାପାଇଁ ଶୋ ମେକର୍ସଙ୍କ ଚିନ୍ତା ବଢିଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.