ETV Bharat / sitara

ରେମଡେସିଭିର ବଣ୍ଟନ ନେଇ ଫସିଲେ ସୋନୁ, ବମ୍ବେ ହାଇକୋର୍ଟରେ ଇଣ୍ଟରଭେନସନ୍ ଫାଇଲ

author img

By

Published : Jun 30, 2021, 10:16 AM IST

ଭଲ କାମ କରିବା ସହ କିଛି ଲୋକଙ୍କ ସମାଲୋଚନାର ଶିକାର ହେଉଛନ୍ତି ସୋନୁ । ରେମଡେସିଭରକୁ ଔଷଧ ଠକେଇ ଅଭିଯୋଗ ଉପରେ ଜବାବ ଦେଲେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ

ମୁମ୍ବାଇ: କୋରୋନା କାଳରେ ଅଭାବୀ ଲୋକଙ୍କ ସେବା କରି ଭଗବାନଙ୍କ ସହ ତୁଳନା ହେଉଛନ୍ତି ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ । ତାଙ୍କ ମହାନ କାର୍ଯ୍ୟ ପାଇଁ ଆଜି ସବୁ ମହଲାରେ ସେ ସମ୍ମାନ ପାଉଛନ୍ତି । ହେଲେ ନିକଟରେ ସୋନୁ ବମ୍ବେ ହାଇକୋର୍ଟରେ ଅପିଲ କରିଥିଲେ ଯେ କିଛି ଲୋକଙ୍କ ତାଙ୍କ ନାମକୁ ଖରାପ କରିବାକୁ ଚେଷ୍ଟା ଚଳାଇଛନ୍ତି ।

କଥାଟି ହେଲା ଯେ କିଛି ଦିନ ପୂର୍ବରୁ ବମ୍ବେ ହାଇକୋର୍ଟରେ ସୋନୁଙ୍କ ବିରୋଧରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ କୋରୋନା ପାଇଁ ବ୍ୟବହୃତ ହେଉଥିବା ରେମଡେସିଭର୍ ଭଳି ଔଷଧ ସେହି ସମୟରେ ଅଭିନେତା ଓ ଏମଏଲ ଜିଶାନ ସିଦ୍ଦିକିଙ୍କ ନିକଟକୁ କେମିତି ଆସିଥିଲା । ​​ଯେବେ ବଜାରରେ ଏହାର ଅଭାବ ଦେଖାଦେଇଥିଲା। ସେହିପରି 15 ଦିନ ପୂର୍ବରୁ ହାଇକୋର୍ଟ ମୁମ୍ବାଇ ପୋଲିସକୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବର୍ତ୍ତମାନ ସୋନୁ ଏହି ମାମଲାରେ ବମ୍ବେ ହାଇକୋର୍ଟରେ ଏକ ହସ୍ତକ୍ଷେପ ଫାଇଲ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଆବେଦନ ଯୋଗୁଁ ତାଙ୍କ କାମ ତାଙ୍କୁ ବହୁତ ପ୍ରଭାବିତ କରୁଛି। ଏଭଳି ପରିସ୍ଥିତିରେ କୋର୍ଟ ମଧ୍ୟ ସେମାନଙ୍କ କଥା ଶୁଣିବା ଉଚିତ୍। ଅଭିନେତା ଦାବି କରିଛନ୍ତି ଯେ ଯେତେବେଳେ ଲୋକେ ତାଙ୍କ ସହ ଏହି ଔଷଧ ପାଇଁ ଯୋଗାଯୋଗ କରୁଥିଲେ। ସେହି ସମୟରେ ଏହାକୁ ବାଣ୍ଟିବାର ନିଷ୍ପତ୍ତି ନେଇଥିଲେ ସେ । ଏହି କାରଣରୁ ଅନେକ ଜୀବନ ମଧ୍ୟ ରକ୍ଷା ପାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.