ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁ ପରେ ସାହିଲ ଖାନଙ୍କ ଟାର୍ଗେଟରେ ଶାହରୁଖ-ସଲମାନ

author img

By

Published : Jun 18, 2020, 5:21 PM IST

ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ବଲିଉଡର ଦୁଇ ସୁପରଷ୍ଟାରଙ୍କ ବିଷୟରେ ଆଶ୍ଚର୍ଯ୍ୟକର କଥା ଲେଖିଛନ୍ତି ସାହିଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାହିଲ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାହିଲ ଖାନ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡର କଳା ସତ ଧିରେ ଧିରେ କରି ସମସ୍ତଙ୍କ ସାମ୍ନାକୁ ଆସିବାରେ ଲାଗିଛି । ଗ୍ଲାମର ଓ ଚକମକ ଦୁନିଆ ପଛରେ ଥିବା ବାସ୍ତବ କାହାଣୀ ଦର୍ଶକଙ୍କ ଦୃଷ୍ଟିକୋଣରେ କେବେ ମଧ୍ୟ ଆସିନଥାଏ । ଏହାର ଖୁଲାସା କରିବାରେ ଲାଗିଛନ୍ତି କିଛି ସେଲିବ୍ରିଟି । ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଅନେକ ସେଲିବ୍ରିଟି ବଲିଉଡରେ ସହିଥିବା ଯନ୍ତ୍ରଣା ବିଷୟରେ ସାମ୍ନାକୁ ଆସି ଖୁଲାସା କରିବାରେ ଲାଗିଛନ୍ତି । ଇତିମଧ୍ୟରେ ଫିଲ୍ମ ‘ଷ୍ଟାଇଲ’ରୁ ଫେମସ ହୋଇଥିବା ଆକ୍ଟର ସାହିଲ ଖାନ ମଧ୍ୟ ନିଜ ମନ କଥା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସେ ପୋଷ୍ଟରେ ପରୋକ୍ଷରେ ସଲମାନ ଖାନ ଓ ଶାହାରୁଖ ଖାନଙ୍କୁ ଟାର୍ଗେଟ କରିଛନ୍ତି । ସେହିପରି ସାହିଲ ଷ୍ଟାରଡଷ୍ଟ ମାଗାଜିନର କଭର ପେଜ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ସହ ଶାହରୁଖ ଓ ସଲମାନ ନଜର ଆସୁଛନ୍ତି । ଆଉ ଫଟୋରେ ଲେଖାଯାଇଛି ସହରକୁ ନୂଆ ଖାନ ଆସିଛନ୍ତି ।

ଏହାର କ୍ୟାପସନରେ ସାହିଲ ଲେଖିଛନ୍ତି, ‘ବହୁତ କମ ଲୋକଙ୍କ ସହ ଜୀବନରେ ଏମିତି ହୋଇଥାଏ ଯେ ନିଜର ପ୍ରଥମ ଫିଲ୍ମ ପରେ ଇଣ୍ଡିଆର ଟପ ଫିଲ୍ମ ମାଗାଜିନର କଭର ପେଜରେ ରହିବା । ତାହା ବି ବଲିଉଡର ବଡ ସୁପରଷ୍ଟାରଙ୍କ ସହ ତୁମ ଫଟୋ ଛପା ଯିବା । ହେଲେ ଏକଥା ସେହି ସୁପରଷ୍ଟାରଙ୍କ ମଧ୍ୟରୁ ଜଣେ ସୁପରଷ୍ଟାରଙ୍କୁ ଆଦୌ ପସନ୍ଦ ଆସିନଥିଲେ । ହେଲେ ମୁଁ ତ ନୂଆ ଥିଲି । ଆଉ ତାଙ୍କର ଫ୍ୟାନ ହେବା ସହ ଦୁର୍ବଳ ଅଭିନେତା ଥିଲି । ଯାହାପରେ ମତେ ଅନେକ ଫିଲ୍ମରୁ ଧୀରେ ଧିରେ ମେକର୍ସ କାଢିବାରେ ଲାଗିଥିଲେ । ନାମ ବଡେ ଔର ଦର୍ଶନ ଛୋଟେ, ଅନୁମାନ ଲଗାଆନ୍ତୁ କିଏ । ଆଜି ମତେ ତାଙ୍କ କଥାରେ କୌଣସି ଫର୍କ ପଡୁନାହିଁ । କାରଣ ଦୁନିଆକୁ ତାଙ୍କ ବାସ୍ତବ ଚେହେରା ଦେଖାଇ ଚାଲିଯାଇଛନ୍ତି ସୁଶାନ୍ତ ।’

ଏହାସହ ସାହିଲ ପ୍ରଶ୍ନବାଚୀ ସୃଷ୍ଟି କରି କହିଛନ୍ତି ଯେ 20 ବର୍ଷ ଭିତରେ କେବଳ ଜନ ଅବ୍ରାହମଙ୍କ ବ୍ୟତୀତ କେହି ବଡ ସୁପରଷ୍ଟାର ବାହାରିନାହାଁନ୍ତି । ଯିଏ ଜଣେ ଆଉଟସାଇଡର । କାରଣ ପ୍ରକୃତ ଟ୍ୟାଲେଣ୍ଟକୁ ସମସ୍ତେ ଡରୁଛନ୍ତି । ବଲିଉଡରେ ଆଉ କାହାକୁ ସୁପରଷ୍ଟାର ରୂପେ ସେମାନେ ଦେଖିବାକୁ ଚାହୁଁନାହାଁନ୍ତି । ଏହା ବିଷୟରେ ଥରେ ଭାବନ୍ତୁ ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.