ETV Bharat / sitara

ଦୀପିକାଙ୍କ ଏହି ଗୁଣରେ ଫିଦା ରଣବୀର, ଜାଣନ୍ତୁ କଣ

author img

By

Published : Mar 1, 2021, 11:26 AM IST

ଭାଇରାଲ ହେଲା ରଣବୀରଙ୍କ ଏକ ଭିଡିଓ । ଯେଉଁଥିରେ ଦୀପିକାଙ୍କ ପ୍ରଶଂସା କରୁଥିବାର ଆସିଲେ ନଜର । ରାମ ଲୀଲାରେ କିପରି ପରିଶ୍ରମ କରିଥିଲେ ଅଭିନେତ୍ରୀ ସେନେଇ ଖୁଲାସା କଲେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ରଣବୀର ସିଂ ତାଙ୍କ ପତ୍ନୀ ଦୀପିକା ପାଦୁକୋନଙ୍କୁ କେତେ ପ୍ରେମ କରନ୍ତି ଏକଥା ତ ସମସ୍ତଙ୍କୁ ଜଣା। ରଣବୀର କେବଳ ଦୀପିକାଙ୍କ ସୌନ୍ଦର୍ଯ୍ୟରୁ ନେଇ ପାଗଳ ନୁହଁନ୍ତି ବରଂ ସେ ତାଙ୍କର ପରିଶ୍ରମ ଏବଂ ନିଷ୍ଠାକୁ ମଧ୍ୟ ପ୍ରଶଂସା କରନ୍ତି । ଯାହା ଦେଖିବାକୁ ମିଳିଛି ରଣବୀରଙ୍କ ଏକ ଭିଡିଓରେ । ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ତାଙ୍କ ଏହି ଭିଡିଓ ।

ଯେଉଁଥିରେ ସେ ଦୀପିକାଙ୍କ କଠିନ ପରିଶ୍ରମ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ଫିଲ୍ମ ‘ରାମ ଲୀଲା’ ବିଷୟରେ ଆଲୋଚନା କରିଛନ୍ତି । କାରଣ ଫିଲ୍ମର ଏକ ଗୀତରେ ଦୀପିକାଙ୍କୁ ନାଚିବାର ଥିଲା ଆଉ ସେହି ସମୟରେ ତାଙ୍କ ପାଦରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା, ​​କିନ୍ତୁ ସେ ନାଚ ବନ୍ଦ କରିନଥିଲେ। ତାଙ୍କ ଏହି ଗୁଣ ଦେଖି ସେ ହୃଦୟ ଦେଇ ବସିଥିଲେ। ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ଦୀପିକାଙ୍କ ଫ୍ୟାନକ୍ଲବ ପେଜରେ ଏହି ଭିଡିଓକୁ ସେୟାର କରାଯାଇଛି । ଯଦି ଦୁଇଜଣଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ 83ରେ ଏକାଠି ନଜର ଆସିବେ ଏହି ଯୋଡି । ବିବାହ ପରେ ଦୁଇଜଣଙ୍କ ଏହା ପ୍ରଥମ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.