ETV Bharat / sitara

ଶାହରୁଖଙ୍କ ପ୍ରେମରେ ରିଚା, ରାଗିଲେ ଅଲ୍ଲୀ

author img

By

Published : Apr 1, 2021, 12:37 PM IST

ସୋସିଆଲ ମିଡିଆରେ ରିଚା ଓ ଅଲ୍ଲୀଙ୍କ ମସ୍ତିଭରା ଅନ୍ଦାଜ । ଶାହରୁଖଙ୍କ ପାଇଁ ରିଚାଙ୍କ ଉପରେ ରାଗିଲେ ଅଲ୍ଲୀ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ହୋଲି ଅବସରରେ ଭାଇରାଲ ହୋଇଥିଲା ସୁପରଷ୍ଟାର ଶାହରୁଖ ଖାନଙ୍କ ଓ ତାଙ୍କ ପତ୍ନୀ ଗୌର ଖାନଙ୍କ ଏକ ଭିଡିଓ । ଏହି ଥ୍ରୋବ୍ୟାକ ଭିଡିଓରେ ହୋଲି ସେଲିବ୍ରେଶନ କରୁଥିବାର ନଜର ଆସିଥିଲେ ଏହି ଯୋଡି । ସେପଟେ ତାଙ୍କ ଭିଡିଓ ଦେଖି ଦିୱାନୀ ହୋଇଯାଇଥିଲେ ରିଚା ଚଡ୍ଡା । ଆଉ ସଙ୍ଗେ ସଙ୍ଗେ ଶାହରୁଖ ପାଇଁ ତାଙ୍କ ମନରେ ଥିବା ପ୍ରେମକୁ ପରିପ୍ରକାଶ କରିଥିଲେ । ଏହାକୁ ନେଇ ବର୍ତ୍ତମାନ ରିଚାଙ୍କ ବୟଫ୍ରେଣ୍ଡ, ଅଭିନେତା ଅଲ୍ଲୀ ଫଜଲଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ଟ୍ବିଟର@ଅଲ୍ଲୀ ଫଜଲ
ଫଟୋ ସୌଜନ୍ୟ: ଟ୍ବିଟର@ଅଲ୍ଲୀ ଫଜଲ

କଥାଟି ହେଲା ଯେ ରିଚା ଟ୍ବିଟ କରି ଲେଖିଥିଲେ, ‘ତୁମ ଆଉ ତୁମ ସୁନ୍ଦର ପତ୍ନୀଙ୍କ ଡାନ୍ସ ଭିଡିଓ ଦେଖିଲି । ଭାବିଲି ଆମେ ହୁଏତ ବହୁତ ଭଲ ବନ୍ଧୁ ହୋଇପାରିବା, ଆମେ କଲେଜରେ ଏକାଠି ରହିବା ଉଚିତ୍ ପ୍ରଶ୍ନ ନୁହେଁ, କେବଳ ଲୋଭ ପ୍ରକାଶ କରୁଛି ।’

  • Saw that video of you and your lovely wife dancing on Holi...@iamsrk❤️
    -thought we might make great friends,
    -we should have been in college together 😂💕 not a question, just expressing lurve #AskSRK

    — TheRichaChadha (@RichaChadha) March 31, 2021 " class="align-text-top noRightClick twitterSection" data=" ">

ସେପଟେ ରିଚାଙ୍କ ଏପରି କଥା ଶୁଣି ଟିକେ ଇର୍ଷା କରୁଥିବାର ନଜର ଆସୁଛନ୍ତି ଅଲ୍ଲୀ । ଆଉ ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି, ‘ଏସବୁ ବନ୍ଦ କରନ୍ତୁ । ଜଲଦି ଘରକୁ ଆସ । ଖାଇବାରେ ରୋଷେଇ କରିଛି ତୁମର fayVrit ।’ ରିଚା ମଧ୍ୟ ତାଙ୍କୁ ପ୍ରତିକ୍ରିୟା ଦେବାକୁ ଯାଇ ଏକ ମଜାଦାର ଜିଆଇଏଫ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଏହି ଯୋଡିଙ୍କ ଖଟ୍ଟାମିଠା ନୋକ-ଝୋକ ଫ୍ୟାନ୍ସଙ୍କୁ ବାହାରି ପସନ୍ଦ ଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.