ETV Bharat / science-and-technology

ବିନା ସିମ ଏବଂ ଇଣ୍ଟରନେଟରେ ଦେଖିହେବ ଭିଡିଓ, ଲଞ୍ଚ ହେବ D2M Technology

author img

By ETV Bharat Odisha Team

Published : Jan 17, 2024, 12:37 PM IST

D2M Technology in India: ବିନା ସିମ ଏବଂ ଇଣ୍ଟରନେଟରେ ଦେଖିହେବ ଭିଡିଓ । ଖୁବଶୀଘ୍ର 19ଟି ସହରରେ ଡି2 ଏମ ଟେକ୍ନୋଲୋଜିର ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହେବ ବୋଲି କହିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ରା । ଅଧିକ ପଢନ୍ତୁ

D2M Technology in India
D2M Technology in India

ହାଇଦ୍ରାବାଦ: ବିନା ସିମ ଏବଂ ଇଣ୍ଟରନେଟରେ ଚାଲିବ ଭିଡିଓ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ସୁଦ୍ଧା ଭବିଷ୍ୟତରେ ଏହା ସତ ହେବାକୁ ଯାଉଛି । ସ୍ମାର୍ଟଫୋନରେ ସିମ୍ କାର୍ଡ ଏବଂ ଓ୍ବାଇଫାଇ ବିନା କଲ, ମେସେଜ ଏବଂ ଭିଡିଓ ଦେଖିବା ସମ୍ଭବ ହେଉନାହିଁ । କିନ୍ତୁ ଭବିଷ୍ୟତରେ ଅର୍ଥାତ ଆଉ କିଛି ଦିନରେ ଏହା ସମ୍ଭବ ହେବାକୁ ଯାଉଛି । ଦେଶରେ ଶୀଘ୍ର ଡାଇରେକ୍ଟ ଟୁ ମୋବାଇଲ ବ୍ରଡକାଷ୍ଟିଂ ଟେକ୍ନୋଲୋଜି ଲଞ୍ଚ ହେବାକୁ ଯାଉଛି । ଏଥିରେ ମୋବାଇଲ୍ ବ୍ୟବହାରକାରୀମାନେ ସିମ୍ କାର୍ଡ କିମ୍ବା ଇଣ୍ଟରନେଟ୍ ସଂଯୋଗ ବିନା ଭିଡିଓ ଷ୍ଟ୍ରିମିଂ କରିବାରେ ସମର୍ଥ ହେବେ । ଉପଭୋକ୍ତାମାନଙ୍କୁ ସ୍ମାର୍ଟଫୋନରେ ଲାଇଭ ଟିଭି ଚ୍ୟାନେଲ ଦେଖିବାକୁ ଅନୁମତି ମିଳିବ । ଏହାର ନାମ ଡାଇରେକ୍ଟ-ଟୁ-ମୋବାଇଲ୍ ଟେକ୍ନୋଲୋଜି (D2M Technology) ରଖାଯାଇଛି । ତେବେ ବିଭିନ୍ନ ସହରରେ ଏହାର ଟ୍ରାଏଲ କରାଯାଉଛି ।

ଡାଇରେକ୍ଟ-ଟୁ-ମୋବାଇଲ୍ ଟେକ୍ନୋଲୋଜି କଣ: ଏହି ଟେକ୍ନୋଲୋଜି କୌଣସି ଆକ୍ଟିଭି ଇଣ୍ଟରନେଟ କନେକ୍ସନର ବିନା ସାହାଯ୍ୟରେ ସ୍ମାର୍ଟଫୋନରେ ମଲ୍ଟିମିଡ଼ିଆ କଣ୍ଟେଣ୍ଚ ଟ୍ରାନ୍ସମିଟ କରିବାରେ ସକ୍ଷମ ହେବ । D2M ବ୍ୟବହାର କରି ନେଟୱର୍କ ବ୍ୟାଣ୍ଡୱିଡଥ ଉପରେ ପ୍ରେସର ନଦେଇ ଉପଭୋକ୍ତାମାନଙ୍କ ମୋବାଇଲ୍ ଫୋନକୁ ସିଧାସଳଖ ପ୍ରଦାନ କରାଯାଇ ପାରିବ । ଏମରଜେନ୍ସି ଆଲର୍ଟ ଏବଂ ଡିଜାଷ୍ଟର ମ୍ୟାନେଜମେଣ୍ଟର ସାହାଯ୍ୟ କରିବା ପାଇଁ ଏହା ବ୍ୟବହୃତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ପୂର୍ବାପେକ୍ଷା ଅଧିକ କାର୍ଯ୍ୟକ୍ଷମ ହେଲା ଅପ୍ଟିମସ ରୋବଟ, ମସ୍କ ସେୟାର କଲେ ଭିଡିଓ

19ଟି ସହରରେ ହେବ D2M Technologyର ଟ୍ରାଏଲ: ଖୁବଶୀଘ୍ର 19ଟି ସହରରେ ଡି2 ଏମ ଟେକ୍ନୋଲୋଜିର ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ରା ଏକ ବ୍ରଡକାଷ୍ଟିଂ ସମିଟକୁ ସମ୍ବୋଧିତ କରି କହିଛନ୍ତି । D2M Technologyର ଟ୍ରାଏଲ କରିବା ପାଇଁ ଗତବର୍ଷ ବେଙ୍ଗାଲୁରୁ, କର୍ତ୍ତବ୍ୟପଥ ଏବଂ ନୋଏଡାରେ ପାୟଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା ।

ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି, "ସାରା ଦେଶରେ 80 କୋଟି ସ୍ମାର୍ଟଫୋନ୍ ବ୍ୟବହାରକାରୀ ରହିଛନ୍ତି । ୟୁଜର୍ସଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ 69 ପ୍ରତିଶତ ଭିଡିଓ ଫର୍ମାଟ ରହିଛି । ଭିଡିଓର ବହୁଳ ବ୍ୟବହାର ହେତୁ ମୋବାଇଲ୍ ନେଟୱାର୍କରେ ସମସ୍ୟା ଉପୁଜିଥାଏ । ଏହି କାରଣରୁ ନେଟ ସ୍ଲୋ ହେବା ସହିତ ଧୀରେ ଧୀରେ ଚାଲିଥାଏ । ଟେକ୍ନୋଲୋଜି ପାଇଁ 470ରୁ 582 ମେଗାହର୍ଜ ସ୍ପେକ୍ଟ୍ରମ ଯୋଗାଇ ଦିଆଯିବ । ଭିଡିଓ ଟ୍ରାଫିକ୍ସର 25ରୁ 320 ପ୍ରତିଶତ ଡିଏମ2କୁ ସ୍ଥାନାନ୍ତର କରାଯିବ। ଏହା ଦ୍ବାରା 5ଜି ନେଟଓ୍ବର୍କର ଜାମ୍ ହ୍ରାସ ପାଇବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.