ETV Bharat / science-and-technology

ପୂର୍ବାପେକ୍ଷା ଅଧିକ କାର୍ଯ୍ୟକ୍ଷମ ହେଲା ଅପ୍ଟିମସ ରୋବଟ, ମସ୍କ ସେୟାର କଲେ ଭିଡିଓ

author img

By ETV Bharat Odisha Team

Published : Jan 16, 2024, 1:12 PM IST

Optimus Robot: ପୁଣି ସାମ୍ନାକୁ ଆସିଲା ଅପ୍ଟିମସ ରୋବଟର ଭିଡିଓ । ଏକ୍ସ ହ୍ୟାଣ୍ଡେଲରେ ମସ୍କ ସେୟାର କରିଲେ ଭିଡିଓ । ଅଧିକ ପଢନ୍ତୁ

optimus robot
optimus robot

ହାଇଦ୍ରାବାଦ: ପୂର୍ବରୁ ଏକ ମାନବ ସଦୃଶ ରୋବଟ(humanoid robot)ର ପ୍ରୋଟୋଟାଇପ୍ ପ୍ରଦର୍ଶନ କରିଥିଲେ ବିଲେନିୟର ଏଲନ ମସ୍କ । ଭବିଷ୍ୟତରେ ମସ୍କଙ୍କ କମ୍ପାନୀର ଅପ୍ଟିମସ (ରୋବଟ) ମନୁଷ୍ୟକୁ ବହୁତ ସାହାଯ୍ୟ କରିବା ନେଇ କୁହାଯାଇଛି । ଏଥିପାଇଁ କମ୍ପାନୀ ପକ୍ଷରୁ ମଧ୍ୟ ରୋବଟକୁ ତାଲିମ ଦିଆଯାଉଛି । କିଛି ଦିନ ପୂର୍ବରୁ ମସ୍କ ରବୋଟ ସୂର୍ଯ୍ୟ ନମସ୍କାର ଏବଂ ଅଣ୍ଡା ଚୋପା ଛଡାଇବାର ଭିଡିଓ ସେୟାର କରିଥିବା ବେଳେ ଏବେ ଅପ୍ଟିମସର ଆଉ ଏକ ଭିଡିଓ ସେୟାର କରିଛନ୍ତି । ଗତ ଭିଡିଓରେ ମସ୍କ ରୋବଟର ହାତର ଗତିବିଧି ଉପରେ ସୂଚନା ଦେଇଥିଲେ । ତେବେ ବର୍ତ୍ତମାନ ରୋବଟ ଲଣ୍ଡ୍ରିଂ କାମ କରୁଥିବା ଦେଖାଯାଇଛି । ଏହି ଭିଡିଓକୁ ଖୋଦ ମସ୍କ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Tesla Humanoid Robot: ମାନବ ସଦୃଶ ରୋବଟର ପ୍ରୋଟୋଟାଇପ୍ ପ୍ରଦର୍ଶନ କଲେ Elon Musk

ସେୟାର କରାଯାଇଥିବା ଭିଡିଓରେ ଦେଖାଯାଇଛି, ଅପ୍ଟିମସ ଟୋକେଇରୁ ସାର୍ଟ ବାହାର କରି ଫୋଲ୍ଡ କରୁଛି । ମସ୍କ କହିଛନ୍ତି ଯେ, ବର୍ତ୍ତମାନ ରୋବଟ ଏହାକୁ ସ୍ବୟଂଚାଳିତ ଭାବେ କରିପାରିବ ନାହିଁ । କିନ୍ତୁ ଆଗାମୀ ଦିନରେ ଏହା ସମ୍ଭବ ହୋଇପାରିବ ଏବଂ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବ । ଅଫିସ୍ ଏବଂ କାରଖାନା ଗୁଡ଼ିକରେ ମଧ୍ୟ ଅପ୍ଟିମସର ବ୍ୟବହାର କରାଯାଇପାରିବ ବୋଲି ପୂର୍ବରୁ କହିଥିଲେ ଏଲନ ମସ୍କ ।

ଭିଡିଓଟିକୁ ମସ୍କ ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିବା ପରେ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅନେକ ୟୁଜର୍ସ ମସ୍କଙ୍କ ସହିତ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଅନେକ ଅପ୍ଟିମସର ଲଞ୍ଚ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । କହିରଖୁଛୁ କି, ମସ୍କ ଏନେଇ ଭିଡିଓ ସେୟାର କରୁଥିଲେ ସୁଦ୍ଧା ଲଞ୍ଚ ନେଇ କୌଣସି ସୂଚନା ଦେଇନାହାନ୍ତି । ପ୍ରକାଶ ଥାଉକି, ଏଲନ ମସ୍କ ଗତ ବର୍ଷ ଅପ୍ଟିମସ୍ ରୋବଟ ଜେନ-୨ ଭିଡିଓ ସେୟାର କରିଥିଲେ । ପ୍ରଥମ ଜେନେରେସନ ତୁଳନାରେ କମ୍ପାନୀ ଏହି ରୋବଟକୁ ଉତ୍ତମ ତାଲିମ ପ୍ରଦାନ କରିଛି । ଏହା ବ୍ୟତୀତ ଏହାର ହାତ ଏବଂ ବେକରେ ମଧ୍ୟ କାର୍ଯ୍ୟ କରାଯାଇଛି । ଯେଉଁ କାରଣରୁ ଏହା ମଣିଷ ପରି କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିଛି । ଦ୍ବିତୀୟ ଜେନେରେସନରେ ଟେସଲା ରୋବଟର ଓଜନକୁ 10 କିଲୋଗ୍ରାମ ହ୍ରାସ କରିଛି । ଏହାର ଅର୍ଥ ସମୟ ସହିତ କମ୍ପାନୀ ରୋବଟର କାର୍ଯ୍ୟଶୈଳୀରେ ଉନ୍ନତି ଆଣୁଛି । ଆଗାମୀ ଦିନରେ ଏହା ମନୁଷ୍ୟ ଭଳି ଅନୁରୂପ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.